ମହାନଦୀ ପଠାକୁ କୋଳି ଖାଇବା ପାଇଁ ଯାଇ ପାଣିରେ ବୁଡି ଗଲେ 4 ଜଣ ନାବାଳକ, କାନ୍ଦି କାନ୍ଦି ମା’ର ଆଖିରୁ ଶୁଖୁନି ଲୁହ, ଦେଖନ୍ତୁ video

ଗତକାଲି କଟକ ମହାନଦୀରେ ବୁଡି ପ୍ରାଣ ହରାଇଛନ୍ତି ଚାରି ଚାରୋଟି ନିରୀହ ନାବାଳକ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପିଲାମାନେ ପ୍ରାୟ ପ୍ରତିଦିନ ମହାନଦୀକୁ ଗାଧୋଇବାକୁ ଓ କୋଳି ତୋଳିବାକୁ ଯାଆନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ମନା କରିବା ପରେ ମଧ୍ୟ ସେମାନେ କାହା କଥା ଶୁଣନ୍ତି ନାହିଁ । ଗତକାଲି ଅନେକ ସମୟ ଧରି ପିଲାମାନେ ଘରକୁ ଫେରି ନଥିଲେ ।

ଘରଲୋକେ ଅନେକ ସମୟ ଧରି ଖୋଜାଖୋଜି କରିବା ପାଇଁ ମଧ୍ୟ ସେମାନଙ୍କୁ ନ ପାଇବାରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଶେଷରେ ମହାନଦୀ ପଠାରେ ଦୁଇଟି ସାଇକେଲ ଓ ଚାରି ହଳ ଚପଲ ପଡିଥିବା ଦେଖିବାକୁ ମିଳିଥିଲା । ଘରଲୋକ ଏହା ଚିହ୍ନଟ କରିବା ପରେ ଓଡ୍ରାଫ ଟିମ୍ ନଦୀ ଭିତରେ ପଶି ଖୋଜାଖୋଜି କରିଥିଲେ ।

ଆଉ ରାତି ପ୍ରାୟ ୧୦ଟା ରୁ ୧୦:୩୦ ମଧ୍ୟରେ ଜଣେ ନାବାଳକଙ୍କ ମୃତଦେହ ମିଳିଥିଲା । ଉକ୍ତ ନାବାଳକଙ୍କ ନାମ ହେଉଛି କ୍ଷେତ୍ରବାସୀ ବେହେରା । ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନେକ ସମୟ ଧରି ଖୋଜିବା ପରେ ମଧ୍ୟ ଅନ୍ୟ ମାନଙ୍କୁ ନପାଇ ଓଡ୍ରାଫ ଟିମ୍ ଫେରି ଆସିଥିଲେ । ତେବେ ଆଜି ସକାଳୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଅନ୍ୟ ଦୁଇ ଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ।

ତାହା ଆକାଶ ବାହାଳିଆ ଏବଂ ଚନ୍ଦନ ବେହେରାଙ୍କ ମୃତଦେହ ବୋଲି ଜଣାପଡିଛି । ତେବେ ଅନ୍ୟ ଜଣେ ନାବାଳକ ଏବେ ପର୍ଯ୍ୟନ୍ତ ମଧ୍ୟ ନିଖୋଜ ଅଛନ୍ତି । ଉକ୍ତ ନାବାଳକଙ୍କ ନାମ ହେଉଛି ଶୁଭମ ସେଠୀ । ମହାନଦୀରୁ ତିନି ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କୁ ଏବେ ପର୍ଯ୍ୟନ୍ତ ମଧ୍ୟ ଖୋଜା ଚାଲିଛି । ଏହି ସମସ୍ତ ନାବାଳକଙ୍କ ବୟସ ୧୩୧୪ ବର୍ଷ ବୋଲି କୁହାଯାଉଛି । ଏମାନେ ସମସ୍ତେ ସ୍କୁଲ ଛାତ୍ର ଥିଲେ ।

ତେବେ ଏପରି ଏକ ଦୁଃଖଦ ଘଟଣା ପାଇଁ ଲୋକେ ତାଙ୍କ ପିତାମାତାଙ୍କୁ ହିଁ ଦାୟୀ କରୁଛନ୍ତି । ପିଲାମାନେ ସ୍କୁଲରୁ କେଉଁଆଡେ ଯାଉଛନ୍ତି କଣ କରୁଛନ୍ତି ସେମାନଙ୍କ ପ୍ରତି ନଜର ରଖିବା ସେମାନଙ୍କ ପିତାମାତାଙ୍କ କାମ । ପିତାମାତାଙ୍କ ଅବହେଳା ଯୋଗୁଁ ହିଁ ଆଜି ଚାରୋଟି ନିରୀହ ପିଲାଙ୍କ ଜୀବନ ଚାଲିଯାଇଛି ବୋଲି ସମସ୍ତେ କଥା ହେଉଛନ୍ତି ।

ନଦୀରେ ବୁଡି ପ୍ରାଣ ହରାଇଥିବା ଏହି ଚାରୋଟି ପିଲାଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରୋବେଶ ସୃଷ୍ଟି ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।