Shivratri Special- ମହା ଶିବରାତ୍ରି ଦିନ ନିଜ ପର୍ସ ରେ ରଖନ୍ତୁ ଏପରି ଏକ ସୁତା, ଜୀବନରେ ଆଉ କେବେ ବି ହେବନି ଧନ ର ଅଭାବ

ଆପଣ ମାନେ ଜାଣିଥିବେ ଆଉ କିଛି ଦିନ ଭିତରେ ହେବାକୁ ଯାଉଛି ମହା ଶିବରାତ୍ରି ବା ଜାଗର । ଏହି ଦିନରେ ଲୋକ ମାନେ ମହାଦେବଙ୍କୁ ବହୁତ ଧୁମ ଧାମରେ ପୂଜା କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କେବଳ ଆପଣ ନିଜ ମନୀ ପର୍ସରେ ଗୋଟିଏ ସୂତା ରଖିବା ଦ୍ଵାରା ନିଜର ବହୁତ ଲାଭ ହେବ ଓ ଆପଣଙ୍କ ଜୀବନରେ ଆଉ କେବେ ହେଲେ ଧନର ଅଭାବ ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଓ ଏହାକୁ ରଖିବା ଫଳରେ ଆପଣଙ୍କର କେଉଁ ସବୁ ପରିବର୍ତନ ହେବ ।

ଏହି ମାର୍ଚ୍ଚ ମାସ ୧୧ ତାରିକରେ ହେବ ମହା ଶିବରାତ୍ରି । ଏହି ଦିନରେ ଲୋକମାନେ ଉପବାସ ରଖିବା ସହିତ ମହାଦେବଙ୍କୁ ଆରଧନା କରିଥାନ୍ତି । ଏହି ଦିନରେ ବହୁତ ଲୋକ ମାନେ ଜଳ ଓ ଅର୍ଣ୍ଣ ମଧ୍ୟ ଖାଇ ନଥାନ୍ତି । ଏବଂ ସେହି ଦିନରେ ଶିବଙ୍କ ମନ୍ଦିର ଯାଇଥାନ୍ତି ଯେ ପର୍ଯ୍ୟନ୍ତ ମହାଦୀପ ଉଠିନଥାଏ ସେହି ପର୍ଯ୍ୟନ୍ତ ଲୋକେ ଉପବାସ ରହିଥାନ୍ତି ଓ ସେହି ଠାରେ ଦୀପ ଜାଳି ବସିଥାନ୍ତି ।

ମହା ଦୀପ ଉଠିବା ପରେ ଲୋକ ମାନେ ପଣା ଓ କିଛି ଖାଦ୍ୟ ଖାଇଥାନ୍ତି । ଏହି ଦିନରେ ମହାଦେବଙ୍କୁ ପ୍ରଥାନା କରିବା ଫଳରେ ଶିବ ଦେବତା ଆପଣଙ୍କର ସବୁ ମନସ୍କାମନା ପୂର୍ଣ କରିଥାନ୍ତି । ମହାଦେବ ଆଶ୍ରିବାଦ କଲେ ଆପଣଙ୍କ ଜୀବନରେ ହେଉଥିବା ଅସୁବିଧା ଓ ଦୁଖ ଦୁର୍ଦଶା ଆଦି ସବୁ ଦୂରେଇଯିବ । ଏବଂ ଜୀବନରେ ସବୁ ବେଳେ ଆନନ୍ଦ ଭରି ରହିବ ।

ମହାଦେବଙ୍କୁ ଯେଉଁ ମାନେ ଭକ୍ତି ଓ ନିଷ୍ଠାର ସହ ପୂଜା କରନ୍ତି ସେମାନେ ବହୁତ ଶୀଘ୍ର ଫଳ ପାଇଥାନ୍ତି । ମହାଦେବଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । କାରଣ ସେ ବହୁତ ସରଳ ଅଟନ୍ତି । କିନ୍ତୁ ସେ ଯେଉଁ ସମୟରେ ରାଗି ଯାନ୍ତି ସେ ସେହି ସମୟରେ ସବୁ କିଛି ଭାଙ୍ଗି ଚୁର ମାର କରି ଦିଅନ୍ତି । ତାଙ୍କ ରାଗ ଆଗରେ କେହି କଥା ମଧ୍ୟ କହି ପାରନ୍ତି ନାହିଁ । ସେ ଯଦି କାହା ଉପରେ ସନ୍ତୁଷ୍ଟ ହୋଇଯାନ୍ତି ତେବେ ସେହି ଲୋକର କେବେ ହେଲେ ଧନରେ ଅସୁବିଧା ଦେଖା ଯାଏ ନାହିଁ । ତେବେ ଆସୁଥିବା ମହା ଶିବରାତ୍ରି ଦିନ କରନ୍ତୁ ଏକ ଉପାୟ ଯାହା ଦ୍ଵାରା ନିଜର ବହୁତ ପରିବର୍ତନ ହୋଇଯିବ ।

ଏବଂ ଏହି ସମୟରେ ଆପଣଙ୍କୁ ବହୁତ ଧନ ଦେବା ସହିତ ବହୁତ ଆଶ୍ରିବାଦ ମଧ୍ୟ ଦେବେ । ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ ହୋଇଯିବ । ଶିବ ରାତ୍ରି ଦିନ ଶିବଙ୍କର ପୁତ୍ର ଗଣେଶଙ୍କର ପୂଜା ପ୍ରଥମେ କରନ୍ତୁ ଓ ଏହା ମଧ୍ୟ ବିଧାନ ରହିଛି । ଶିବ ଦେବତା ପ୍ରଥମେ ତାଙ୍କ ପୁତ୍ରଙ୍କର ପୂଜା ପାଇଁ ଅଧିକାର ଦେଇଛନ୍ତି ।

ସର୍ବ ପ୍ରଥମେ ଗଣେଶଙ୍କର ପୂଜା କରନ୍ତୁ ଓ ଏହା ପରେ ମାତା ଲକ୍ଷ୍ମୀଙ୍କର ପୂଜା କରନ୍ତୁ । ଧନ ପ୍ରାପ୍ତି କରିବାର ସବୁ ଲୋକଙ୍କର ଇଛା ଥାଏ । ଶିବରାତ୍ରି ଗୋଟିଏ ଦିନ ପୂର୍ବରୁ ଆପଣ ଏକ ରକ୍ଷା ସୂତା ଆଣି ସେଥିରେ ୭ ତି ଗଣ୍ଠି ପକାଇ ଶ୍ରୀ ଗଣେଶଙ୍କ ପାଦ ପାଖରେ ରଖନ୍ତୁ । ଯେଉଁ ସମୟରେ ଶିବ ରାତ୍ରି ଦିନ ଚତୁର୍ଥ ପ୍ରହରର ପୂଜା ଶେଷ ହୋଇଯିବ ।

ସେହି ସମୟରେ ସେହି ଗଣ୍ଠି ପଡିଥିବା ସୂତାକୁ ଆଣି ନିଜ ପାଖରେ ରଖନ୍ତୁ । ଏହିପରି କରିବା ଫଳରେ ଆପଣଙ୍କର କେବେ ହେଲେ ଧନ ଅଭାବ ଦେଖାଦେବ ନହିଁ । ବାସ୍ତୁ ଅନୁସାରେ ଯଦି ଧନର ଅଭାବ ଦେଖା ଦେଏ ତେବେ ଏହାର ମୁଖ୍ୟ କାରଣ ହେଉଛି ନିଜ ଘରେ ବା ଦୋକାନରେ ଥିବା କିଛି ସମସ୍ୟା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।