Vastu Tips- ଘରର ଏହି ଦିଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଘଣ୍ଟା ଓ କ୍ଯାଲେଣ୍ଡର, ପୁରା ପରିବାର ହେଇଯାଏ ବର୍ବାଦ

ବର୍ତମାନ ଦୁନିଆରେ ସମୟର ମହତ୍ଵ ଭଲ ଭାବରେ ଜାଣିଛନ୍ତି । ସମୟ ଏଭଳି ଏକ ଜିନିଷ ଯାହାକି ଥରେ ହାତରୁ ବାହାରି ଯାଏ ତେବେ ଫେରିକି ଆସେ ନାହିଁ । ସମୟର ସୂଚକ ଘଡି ଓ କ୍ୟାଲେଣ୍ଡର ଆମ ଜୀବନରେ ବହୁତ ମହତ୍ଵ ଅଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଘଡି ଓ କ୍ୟାଲେଣ୍ଡର ଖରାପ କିମ୍ବା ବଳବାନ କରିଥାଏ । ଘଡି ଓ କ୍ୟାଲେଣ୍ଡର ଆମ ଜୀବନରେ ସକାରାତ୍ମକ ଓ ନକରାତ୍ମକ ଦୁଇଟି ପ୍ରଭାବ ପଡିଥାଏ ।

ଆମେମାନେ ଘଡି ଓ କ୍ୟାଲେଣ୍ଡରକୁ ସାଧାରଣତ ବସ୍ତୁ ବୋଲି ଭବିଥାଉ । କୌଣସି ଦିଗରେ ଆମେ ଘଡିକୁ ଟାଙ୍ଗି ଦେଇଥାଉ । ଖରାପ ଦିଗରେ ଟଙ୍ଗିବା ଦ୍ଵାରା ବାସ୍ତୁ ଦୋଷ ଉତ୍ତପନ୍ନ ହୋଇଥାଏ । ଗୋଟେ ଖରାପ ଜିନିଷ ଆପଣଙ୍କ ଜୀବନରେ ଭାରି ପ୍ରଭାବ ପଡିଥାଏ ।

ଘଡି ଓ କ୍ୟାଲେଣ୍ଡର ଯଦି ଲଗଉଛନ୍ତି ତେବେ ଠିକ ଦିଗ ଜାଣିକି ଲଗାନ୍ତୁ । ତାପରେ ଦେଖିବେ ଘଡି ଓ କ୍ୟାଲେଣ୍ଡର ଆପଣଙ୍କର ସଫଳତା ଦ୍ଵାରା ଖୋଲିଦେବେ । ମହାଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡିରହିବ । ଆସନ୍ତୁ ଜାଣିବା ପ୍ରଥମେ ଘଡି ବିଷୟରେ

ଘଡି

ବନ୍ଦ ଘଡି ଦୁର୍ଭାଗ୍ୟର ସୂଚକ ହୋଇଥାଏ ।  କହିଥାଆନ୍ତି ବନ୍ଦ ଘଡି ଦିନକୁ ଦୁଇଥର ସୂଚିତ କରିଥାଏ । ବନ୍ଦ ଘଡି ଆପଣଙ୍କ ଜୀବନରେ ବିପଦ ସୃଷ୍ଟି କରିପାରେ । ଘରେ ଭଙ୍ଗା ଘଡି ରଖନ୍ତୁ ନାହିଁ ଯଦି ରଖିବେ ଆପଣଙ୍କ ଭାଗ୍ୟରେ ବହୁତ ସମସ୍ୟା ଆସିପାରେ । ଆମେ ଯେତେବେଳେ ଘରେ ଘଡି ଲଗଉ ଦିଗକୁ ଦେଖୁନାହୁଁ । ବରଂ ମନ ଇଚ୍ଛା ଯେଉଁଠିପାରୁ ସେଠି ଲଗାଉ । ଯାହା ବାସ୍ତୁ ଅନୁସାରେ ଭୁଲ ଅଟେ । ଯଦି ଭୁଲ ଦିଗରେ ଘଡି ଲଗାଉଛନ୍ତି ତେବେ ଆର୍ଥିକ ସମସ୍ୟା ସାମନା କରିବାକୁ ପଡିପାରେ । ବସ୍ତୁ ଶାସ୍ତ୍ର ଆନୁସାରେ ଆପଣ ଯଦି ଦକ୍ଷିଣ ଦିଗରେ ଘଡି ଲଗାଉଛନ୍ତି ତେବେ ଘରର ମୁଖିଆଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ।

ତା ସହିତ ଦକ୍ଷିଣ ଦିଗରେ ଘଡି ଲାଗିକି ରହିବ ତେବେ ପ୍ରଗତିର ଅବସର ମିଳିବ ନାହିଁ । ଯଦି ଆପଣ ଦକ୍ଷିଣ ଦିଗରେ କିମ୍ବା ପଶ୍ଚିମ ଦିଗ ଘଡି ଲଗେଇଛନ୍ତି ତା ହେଲେ ତାକୁ ଖୋଲି ଦିଅନ୍ତୁ ।  ଘଡିକୁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗରେ ଯଦି ଲଗେଇଛନ୍ତି ତେବେ ବାସ୍ତୁ ଶସ୍ତ୍ର ଅନୁସାରେ ଶୁଭ ପରିଣାମ ତଥା ଉନ୍ନତି ପ୍ରାପ୍ତି ହେବ । ଘରେ ପେଣ୍ଡୁଲମ ଘଡି ଲଗେଇବା ବହୁତ ଶୁଭ ହୋଇଥାଏ । ବ୍ୟକ୍ତିର ଖରାପ ସମୟ ଦୂର ହୋଇ ଭଲ ସମୟ ଆସିଥାଏ । କେବେ ହେଲେ କବାଟରେ ଘଡି ଲଗାନ୍ତୁ ନାହିଁ । ଯଦି କବାଟରେ ଘଡି ଲଗେଇଛନ୍ତି  ତେବେ ଯିବା ଆସିବା ଦ୍ଵାରା ନକରାତ୍ମକ ଊର୍ଜା ଘଡି ଉପରେ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ବହୁତ ସମସ୍ୟାର ସମାନା କରିବାକୁ ପଡିଥାଏ । ତକିଆ ତଳେ ଘଡି ରଖନ୍ତୁ ନାହିଁ ।

କ୍ୟାଲେଣ୍ଡର

ଘଡି ଭଳି ମଧ୍ୟ ପୁରୁଣା କ୍ୟାଲେଣ୍ଡର ଘରେ ରଖିବା ଉଚିତ ନୁହେଁ । ଯଦି ପୁରୁଣା କ୍ୟାଲେଣ୍ଡର ରଖିଛନ୍ତି ତେବେ ଜୀବନରେ ପ୍ରଗତିର ରାସ୍ତା ଧୀରେ ଧୀରେ କମିଯିବ । କ୍ୟାଲେଣ୍ଡରକୁ କେବେ ହେଲେ ଦକ୍ଷିଣ ଦିଗରେ ଲଗେଇବା ଉଚିତ ନୁହେଁ । ଯଦି ଲଗାଉଛନ୍ତି ତେବେ ଜୀବନରେ ସୁଖ , ସମୃଦ୍ଧି ଓ ବୈଭବରେ କମ ଆସିପାରେ । ସେଥିପାଇଁ ଉତ୍ତର , ପୂର୍ବ , ପଶ୍ଚିମ ଦିଗରେ କ୍ୟାଲେଣ୍ଡର ଲଗେଇବା ଉଚିତ । ବହୁତ ଥର କ୍ୟାଲେଣ୍ଡରରେ ହିଂସ୍ର ପଶୁ ଓ ଦୁଖୀ ଲୋକଙ୍କର ଚିତ୍ର ଯଦି ଥିବ ତେବେ ତାହାକୁ ଲଗେଇବେ ନାହିଁ ଯାହା ଦ୍ଵାରା ନକରାତ୍ମକ ଊର୍ଜା ସୃଷ୍ଟି ହେବ ।

ପୂର୍ବ ଦିଗରେ ଯଦି କ୍ୟାଲେଣ୍ଡର ଲଗେଇଛନ୍ତି ତେବେ ପ୍ରଗତିର ମାର୍ଗ ଖୋଲିଯାଉଛି । ଉତ୍ତର ଦିଗ ହେଉଛି ବୀରର ଦିଗ ଯାହାକି ସବୁଜ କ୍ଷେତ , ନଦୀ , ସମୁଦ୍ର ଚିତ୍ର ଲଗେଇବା ଉଚିତ । ବିବାହ ସବନ୍ଧିତ ଚିତ୍ର ଉତ୍ତର ଦିଗରେ କ୍ୟାଲେଣ୍ଡର ଲଗେଇବା ଉଚିତ । ପଶ୍ଚିମ ଦିଗରେ ଯଦି କ୍ୟାଲେଣ୍ଡରେ ଲଗେଇବେ ତେବେ ଅଟକିଥିବା କାର୍ଯ୍ୟ ପୁରୁଣ ହୋଇଯିବ । ବହୁତ ଲୋକ କବାଟ ପଛରେ କ୍ୟାଲେଣ୍ଡର ଲଗେଇଦେଇଥାଆନ୍ତି  । ଯାହା ଦ୍ଵାରା ପରିବାରର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ  ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।