ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାଏବେଟିସ ବା ମଧୁମେହ ଏକ ଏପରି ରୋଗ, ଯାହାକି ପ୍ରାୟତଃ ମନୁଷ୍ୟଙ୍କ ଶରୀରରେ ହେବାର ନଜର ଆସୁଛି । ବର୍ତ୍ତମାନ ସମୟରେ ୧୦୦ ଭାଗ ମନୁଷ୍ୟଙ୍କ ମଧ୍ୟରୁ ୨୦ ରୁ ୨୫ ଭାଗ ଲୋକଙ୍କ ଠାରେ ମଧୁ ମେହ ସମସ୍ଯା ଦେଖା ଯାଉଛି । ତେବେ ମଧୁମେହ ସମସ୍ଯା ସମ୍ପର୍କରେ ଚାଲନ୍ତୁ ବିସ୍ତ୍ରୁତ ଭାବରେ ଆଲୋଚନା କରିବା । ତେବେ ଡାଇବେଟିସ ବା ମଧୁମେହ ରୋଗ ଅନେକ ଗୁଡିଏ କାରଣରୁ ହୋଇଥାଏ ।
ଯେପରି ମଧୁମେହ ଜଣଙ୍କ ଶରୀରରେ ହେବାର ଅନ୍ୟ କାରଣ ଗୁଡିକ ମଧ୍ୟରୁ ପ୍ରମୁଖ କାରଣଟି ହେଉଛି ବଂଶଗତ କାରଣ । ଯଦି କୌଣସି ପରିବାରର କାହାକୁ ମଧ୍ୟ ମଧୁମେହ ସମସ୍ଯା ରହିଥାଏ । ତେବେ ସେହି ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଠାରେ ମଧୁମେହ ସମସ୍ଯା ଆସିବାର ସମ୍ଭାବନା ଅଧିକ ରହିଥାଏ । ତେବେ ମଧୁମେହ ସମସ୍ଯା ଆସିବା ଦ୍ଵାରା ଶରୀରକୁ ଅନେକ ପ୍ରକାର ରୋଗକୁ ମଧ୍ୟ ଆଣିଥାଏ । ଯାହା ଦ୍ଵାରା ଶରୀରରେ ଉଚ ରକ୍ତଚାପ, ହାର୍ଟଆଟାକ ମଧ୍ୟ ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୋଇଯାଇଥାଏ । ତାହାକୁ ଆଉ ସଂପୂର୍ଣ୍ଣ ଭଲ କରିହୋଇ ପାରିନଥାଏ , ହେଲେ ଡାଇବେଟିସକୁ ନିୟନ୍ତ୍ରଣ କରି ରଖାଗଲେ ଏହା ଶରୀରର ଅନ୍ୟ କିଛି ସ୍ଵାସ୍ଥଗତ କିଛି ମଧ୍ୟ କ୍ଷତି କରିପାରିନଥାଏ । ଯଦି କୌଣସି କାରଣରୁ ବ୍ୟକ୍ତିର ରକ୍ତ ଶର୍କରା ଖାଲି ପେଟରେ ୧୨୬ ରୁ ଅଧିକ ଓ ଖାଇବା ପରେ ଶର୍କରା ୧୮୦ ରୁ ଅଧିକ ରହିଥାଏ । ତେବେ ସେହି ବ୍ୟକ୍ତିକୁ ଡାଇବେଟିସ ହୋଇଛି ବୋଲି କୁହାଯାଇଥାଏ ।
ଯଦି ଛୋଟ ପିଲାଙ୍କ ଠାରେ ଡାଇବେଟିସ ଦେଖା ଯାଇଥାଏ । ତେବେ ସେମାନଙ୍କ ଠାରେ ଯଦି ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ । ତେବେ ମଧୁମେହ ହୋଇଥାଏ । ଗର୍ଭାବସ୍ତାରେ ଯଦି ଡାଇବେଟିସ ହୋଇଥାଏ । ତେବେ ଗର୍ଭବତୀ ମହିଳା ଶରୀରରେ ବଢୁଥିବା ଅନେକ ପ୍ରକାର ହରମୋନ ଇନସୁଲିନକୁ ଅଚଳ କରିଦେଇଥାନ୍ତି । ଯେଉଁ କାରଣରୁ ଡାଇବେଟିସ ହୋଇଥାଏ ।
ଏହା ବ୍ଯତୀତ ଯଦି ଜଣେ ବ୍ୟକ୍ତି ନିଜ ଖାଦ୍ୟ, ପାନୀୟ ସୁସ୍ଥ ସନ୍ତୁଳିତ ଖାଦ୍ୟ ଖାଇନଥାଏ । ଲେଜିନେସ୍ ଯୋଗୁ ଏକ୍ସସାରସାଇଜ ପ୍ରତି ଧ୍ୟାନ ଦେଇନଥାଏ । ତେବେ ସେହି କ୍ଷେତ୍ରରେ ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ । ଜଣେ ବ୍ୟକ୍ତିକୁ ମଧୁମେହ ରୋଗ ହୋଇଥିଲେ ତା’ ର ଶରୀରରେ ଏହି ସବୁ ଲକ୍ଷଣମାନ ଦେଖା ଦେଇଥାଏ । ଯେପରି ଦେହ ଦୁର୍ବଳ ଲାଗିବା, ଅଧିକ ଭୋକ ହେବା, ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ତାହା ଶୀଘ୍ର ନ ଶୁଖିବା, ପାଦ ତଳ ଛୁଞ୍ଚି ଫୋଡି ହେବା ପରି ମଧ୍ୟ ଲାଗିବା, ବାରମ୍ବାର ପରିସ୍ରା ଲାଗିବା ସହ ମୁତ୍ର ଦ୍ଵାର ମୁହଁ କୁଣ୍ଡାଇ ହେବା ଭଳି ଆଦି ଲକ୍ଷଣ ଶରୀରରେ ଦେଖା ଦେଇଥାଏ ।
ତେବେ ଏହି ସବୁ ଲକ୍ଷଣମାନ ଶରୀରରେ ଦେଖିବାକୁ ପାଉଥିଲେ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ