ନିକଟରେ ସୋନପୁର ଜିଲ୍ଲା ବଡବାହାଳି ନିକଟରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଥିଲା ସେଥିରେ ଦୁଇଟି ନାଁ ସାମ୍ନାକୁ ଆସିଥିଲା । ଦୁର୍ଘଟଣା ଘଟାଇଥିବା କାର୍ ରେ ଥିଲେ ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ । ଭୋରରୁ ପରିବା ଛାଡ଼ ବିକ୍ରି କରିବାକୁ ସୋନପୁର ଯାଉଥିବା ଏକ ଅଟୋକୁ ସାମ୍ନା ପଟୁ ପିଟି ଦେଇଥିଲା ଇନ୍ସପେକ୍ଟର ସୁନାଙ୍କ କାର୍ । ସେହି ସମୟରେ ତାଙ୍କ ଡ୍ରାଇଭର ଅଜୟ ଜେଠୀ ଗାଡି ଚଲାଉଥିଲେ ।

ସେହି ଦୁର୍ଘଟଣାରେ ଅଟୋରେ ଥିବା ତିନିଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ସମସ୍ତେ ଗୁରୁତର ଆହତ ହୋଇଥିଲେ । ଅଟୋରେ ଥିବା ୮ ଜଣ ଦିନ ମଜୁରିଆଙ୍କ ସହ ଜଣେ ବାଇକ ଆରୋହି ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦୁର୍ଘଟଣା ପରେ ଇନ୍ସପେକ୍ଟର ସୁନା ଓ ତାଙ୍କ ଡ୍ରାଇଭର ଗାଡି ଛାଡି ପଳେଇ ଯାଇଥିବା କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଚାରିଘଣ୍ଟା ରାସ୍ତାରୋକ ମଧ୍ୟ କରିଥିଲେ ।
ତେବେ ଏକଥାକୁ ଖଣ୍ଡନ କରିଛନ୍ତି ଇନ୍ସପେକ୍ଟର ସୁନାଙ୍କ ଡ୍ରାଇଭର ଅଜୟ ଜେଠୀ । ସେ କହିଛନ୍ତି କି, ଉଭୟ ପକ୍ଷର ଡ୍ରାଇଭରଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ତାଙ୍କର ଏବଂ ଇନ୍ସପେକ୍ଟର ସୁନାଙ୍କର ବହୁତ ଜୋରରେ ଛାତି ଯନ୍ତ୍ରଣା ହେଉଥିଲା । ଯାହାଫଳରେ ସ୍ଥାନୀୟ ଲୋକ ତାଙ୍କୁ ହସ୍ପିଟାଲରେ ଆଡମିଶନ କରିଥିଲେ । ସେମାନେ ସେଠାରୁ ଫେରାର ହୋଇଯାଇ ନଥିଲେ ।

ଏହାସହ ଇନ୍ସପେକ୍ଟର ସୁନାଙ୍କ ସ୍ଵାମୀ ଅଧ୍ୟାପକ ସୁରେଶ ବାଗ୍ ଯେଉଁ ଆରୋପ ଲଗାଇଛନ୍ତି କି, ସ୍ନିଗ୍ଧାରାଣୀଙ୍କର ଡ୍ରାଇଭର ଅଜୟଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ରହିଛି ଏହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଏନେଇ ସେ କହିଛନ୍ତି କି, ସ୍ନିଗ୍ଧା ମାଡାମଙ୍କ ସ୍ଵାମୀ ସୁରେଶ ବାଗ୍ ଙ୍କର ମତିଭ୍ରମ ହୋଇଗଲାଣି । ସେ ହିଁ ନିଜେ ପ୍ରଥମେ ଡିଭୋର୍ସ ଫାଇଲ କରିଥିଲେ । ଆଉ ମୋତେ କ୍ରିମିନାଲ ବୋଲି ଯେଉଁ ଟ୍ଯାଗ ଦେଉଛନ୍ତି ତାହା ମଧ୍ୟ ମିଛ ।
ମୁଁ ଯଦି କ୍ରିମିନାଲ ତେବେ ମୋ ନାଁରେ ଗୋଟିଏ ବି ପୋଲିସ କେସ୍ ଆଣି ଦେଖାଅ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି । ଏସବୁ ପୁନରାବୃତ୍ତି ହେଲେ ସେ ମାନହାନି କେସ୍ କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ସ୍ନିଗ୍ଧା ମାଡାମ କେବଳ ତାଙ୍କର ଜଣେ ଭଲ ବନ୍ଧୁ ଓ ତାଙ୍କ ସୁଖ ଦୁଃଖରେ ସେ ଠିଆ ହୁଅନ୍ତି ବୋଲି ମିଡିଆ ଆଗରେ କହିଛନ୍ତି । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।