ଜାଣନ୍ତୁ ଏମିତି ଏକ ମନ୍ଦିର ବିଷୟରେ ଯେଉଁଠି ଭଗବାନଙ୍କୁ ଭୋଗ ଲଗାଯାଏ ମଦ, ସମସ୍ତ ମନୋକାମନା ହୁଏ ପୂର୍ଣ୍ଣ

ମୁଂବଈ : ଯେତେବେଳେ ବି ଭଗବାନ ଙ୍କର ଦର୍ଶନ କରାଯାଏ ଜୀବନରେ ଆସୁଥିବା ସବୁ କଷ୍ଟ ର ନିବାରଣ ହୋଇଯାଏ । ଭଗବାନ ଙ୍କୁ ଦର୍ଶନ କରିବା ପରେ ମନ ପ୍ରଶନ୍ନ ରହିଥାଏ, ତା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଯେବେ ଆପଣ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଯାଆନ୍ତି ତେବେ ତାଙ୍କୁ ଭୋଗ ଲଗାଇବା ପାଇଁ କିଛି ନା କିଛି ନେଇଯାନ୍ତି । ପ୍ରାୟ ଜାଗାରେ ଭଗବାନଙ୍କୁ ଫଳ ଏବଂ ମିଠା ଭୋଗ କରାଯାଏ । କିନ୍ତୁ ଏଠାରେ ଟିକେ ଭିନ୍ନ ।

ଭକ୍ତଙ୍କୁ ଅପେକ୍ଷା ରୁହେ କାର୍ତ୍ତିକ ଏକାଦଶୀ :

ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଭଗବାନଙ୍କୁ କିଛି ଚଢାଯାଏ କିନ୍ତୁ ତାହା ଫଳ ଏବଂ ମିଠା ନୁହେଁ । ହଁ ଆମେ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ସେଠାରେ ମଦ ଚଢାଯାଏ । କହିବାକୁ ଗଲେ ଚେମ୍ବୁର ର ଏକ ଛୋଟ ମନ୍ଦିର ରେ ବିରଜାମାନ ଭୈରୱନାଥ ଙ୍କର ଏକ ଅଲଗା ହିଁ ଲୀଳା ଅଛି । ତାଙ୍କର ଭକ୍ତ ପୁରା ବର୍ଷ କାର୍ତ୍ତିକ ମାସ ଏକାଦଶୀ ର ଅପେକ୍ଷା ରେ ଥାନ୍ତି, କାରଣ ତାଙ୍କୁ ହୁଇସ୍କି, ରମ ଏବଂ ଭୋଡକା ଭଳି ଅନେକ ମଦ ଚଢାନ୍ତି ।

ଶ୍ମଶାନ ଘାଟ ରେ ଏକ କୋଣ ରେ ଅବସ୍ଥିତ ଏହି ମନ୍ଦିର :

ଆଜି ଠାରୁ ପ୍ରାୟ ଚାରି ବର୍ଷ ପୂର୍ବରୁ ଗୋଟିଏ ଶ୍ମଶାନ ଘାଟ ର ଏକ କୋଣ ରେ ନିର୍ମିତ ଏହି ମନ୍ଦିର ରେ କାର୍ତ୍ତିକ ଏକାଦଶୀ ଦିନ ଭକ୍ତଙ୍କର ବେଶି ଭିଡ ଦେଖାଯାଏ । ମନ୍ଦିର ର ଦେଖା ଶୁଣା କରୁଥିବା ରମେଶ ଲୋହାନା କହିଲେ କି ଭଗବାନ ଭୈରୱନାଥଙ୍କୁ ଭଗବାନ ଶିବଙ୍କର ଏକ ଅବତାର ବୋଲି କୁହାଯାଇଥାଏ । ସେ କହିଲେ କି କାର୍ତ୍ତିକ ଏକାଦଶୀ ସେମାନଙ୍କ ପାଇଁ ଏକ ପବିତ୍ର ଦିନ ଅଟେ ।


ସେ ପୁଣି କହିଲେ ଯେ ଏହି ମନ୍ଦିର ରେ କେବଳ ହିନ୍ଦୁ ନୁହେଁ ସବୁ ଧର୍ମ ର ହଜାର ହଜାର ଭକ୍ତ ମଦ ଅର୍ପିତ କରିବା ପାଇଁ ଆସନ୍ତି । ପାଖାପାଖି ୪୦ ବର୍ଷ ହବ ଆମେ ଅହି ପରମ୍ପରା କୁ ପାଳନ କରୁଛୁ । ରମେଶ ଲୋହାନା କହିଲେ କି ବିଭାଜନ ସମୟରେ ପାକିସ୍ତାନ ରୁ ତାଙ୍କ ମାମୁଁ ନିଜ ପରିବାର ସହ ଚେମ୍ବୁର ପଳେଇ ଆସିଥିଲେ । ତାହାପରେ ସେ ହିଁ ଏହି , ମନ୍ଦିର ର ନିର୍ମାଣ କରିଥିଲେ ।

ସାଙ୍ଗମାନେ, ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ