ମାଡି ଆସୁଛି ଆଉ ଏକ ବଡ ବାତ୍ୟା, 15 ଜୁନ ରେ ଏଇଠି କରିବ Landfall

ନମସ୍କାର ବନ୍ଧୁଗଣ । ପ୍ରତି ବର୍ଷ ଦେଶରେ ବାତ୍ୟା ଦେଖିବାକୁ ମିଳୁଛି । ବାତ୍ୟା ପ୍ରଭାବରେ କେତେ ଯେ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛି ତାହା ଆପଣ ମାନେ ସମସ୍ତେ ଜାଣିଥିବେ । ବାତ୍ୟା ଏତେ ଭୟଙ୍କର ରୂପ ନେଇ ଆସୁଛି ଯାହା ପାଇଁ ଯେତେ ବ୍ୟବସ୍ଥା କରା ଯାଇଥିଲେ ମଧ୍ୟ କିଛି ନା କିଛି କ୍ଷତି ଘଟୁଛି । ତେବେ ବର୍ତ୍ତମାନ ସମୟରେ ପୁଣି ଥରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା । ଯାହାକୁ ନେଇ କିଛି ଅପଡେଟ ରହିଛି ।

ଆସନ୍ତୁ ଆଉ ଡେରି ନ କରିବା ଜାଣିବା ବାତ୍ୟା ସମ୍ବଧିତ ଅପଡେଟ ବିଷୟରେ ବିସ୍ତାର ଭାବେ । ପୂର୍ବ କେନ୍ଦ୍ର ଆରବ ସାଗାର ରେ ବଳ ଗୋଟାଉଛି ବାତ୍ୟା ବିପର୍ଯ୍ୟୟ । ଏକ୍ସଟ୍ରିମଲି ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଭାବେ ଉତ୍ତର ଦିଗରେ ଗତି କରୁଛି । ଆସନ୍ତା 15 ତାରିଖ ସକାଳୁ ଗୁଜୁରାଟ ର ସୌରାଷ୍ଟ୍ର ଓ ପାକିସ୍ତାନ ର କରାଚି ଉପକୂଳ ମଧ୍ୟରେ ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବ ।

ଏକ୍ସଟ୍ରିମଲି ସିଭୟର ସ୍ତର ର ରୂପ ନେଇ ଲ୍ୟାଣ୍ଡଫଲ କରିବ ବାତ୍ୟା । ସ୍ଥଳ ଭାଗ ଛୁଇଁବା ବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇ ପରେ ବୋଲି ପୂର୍ବ ଅନୁମାନ କରିଛି ଭାରତୀୟ ପାଣି ପାଗ ବିଭାଗ । ଏମିତି କି ପବନର ବେଗ 150 କିମି ରହିପାରେ ବୋଲି ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ବିପର୍ଯ୍ୟୟ ସମୁଦ୍ର ମଝିରେ ଘଣ୍ଟା ପ୍ରତି 5 କିମି ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଛି ।

ମୁମ୍ବାଇ ଠାରୁ ବାତ୍ୟା 540 କିମି ଦୂରରେ ଥିବା ବେଳେ ସୋର ବନ୍ଦର ଠାରୁ ଏହା 370 କିମି ଦୁରରେ ରହିଛି । ବାତ୍ୟା ବିପର୍ଯ୍ୟୟ ପ୍ରଭବରେ ଗୁଜୁରାଟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କଚ, ଦ୍ଵାରକା, ଫୋର ବନ୍ଦର, ଜାମୁ ନଗର, ରାଜକୋଟ, ସୁନାଗଡ, ଅରବି ରେ ବାତ୍ୟା ର ପ୍ରଭାବ ଅଧିକ ପଡିପାରେ ।

ଏହାକୁ ନେଇ ସୌରାଷ୍ଟ୍ର ଓ କଚ ଜିଲ୍ଲା ପାଇଁ ଆଲର୍ଟ ଜାରି କରା ଯାଇଛି । ବାତ୍ୟା ପ୍ରଭାବରେ ମୁମ୍ବାଇ ରେ ଗତ ରାତିରୁ ବଡ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ଜୁନ 15 ତାରିଖ ଦ୍ଵିପହର ସୁଦ୍ଧା ବାତ୍ୟା ସ୍ଥଳ ଭାଗ ଛୁଇଁବ । ସୌରାଷ୍ଟ୍ର ଓ ପାକିସ୍ତାନ ର କରାଚି ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଭେରୀ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ର ରୂପ ନେଇ ଲ୍ୟାଣ୍ଡଫଲ କରିବା ବାତ୍ୟା । ତେବେ ବାତ୍ୟା ର ନାଁ କଣ ରଖା ଯାଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ବାତ୍ୟା ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।