ମା’ ଲକ୍ଷ୍ମୀ ସେହି ଘରେ କେବେ ବି ରୁହନ୍ତି ନାହିଁ ଯେଉଁ ଘରେ ହୋଇଥାଏ ଏହି 3 ଟି କାମ, ଘରକୁ ଆସିଥାଏ ଦରିଦ୍ରତା- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଘରର ଝିଅ ଅଥବା ସ୍ତ୍ରୀ ସେହି ଘରର ଲକ୍ଷ୍ମୀ ଅଟେ । ସେ ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ ମଧ୍ୟ କରିଦେବ । ପ୍ରତ୍ୟେକ ମହିଳା ନିଜର ଭଲ ଅଭ୍ୟାସ ଦ୍ଵାରା ଘରକୁ ମନ୍ଦିର ସଦୃଶ ରଖିଥାଏ । ନିଜର ଭଲ ଗୁଣ ତଥା ଅଭ୍ୟାସ ଦ୍ବାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ସେହି ଘରେ ସର୍ବଦା ହସଖୁସିର ବାତାବରଣ ସୃଷ୍ଟି ହୋଇଥାଏ । କେବେବି ଦାରିଦ୍ର୍ୟତା ଦେଖିବାକୁ ମିଳିନଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରିଥାନ୍ତି ।

କୌଣସି ମହିଳା ନିଜର ମନ୍ଦ ଅଭ୍ୟାସ ଦ୍ଵାରା ଘରକୁ ନର୍କ ସଦୃଶ କରି ଦେଇଥାଏ । ମହିଳା ମାନଙ୍କ ମନ୍ଦ ଅଭ୍ୟାସ ଦ୍ଵାରା ସେହି ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି କାରଣରୁ ସେହି ଘରେ ପ୍ରାୟ ସମୟ ଆର୍ଥିକ ଅଭାବ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ତାର ସ୍ତ୍ରୀ ର ହାତ ରହିଥାଏ ।

ଜଣେ ମହିଳା ସ୍ତ୍ରୀ, ମାଆ ଏବଂ ଝିଅ ରୂପରେ ଘରର ଲକ୍ଷ୍ମୀ ସାଜିଥାଏ ଏବଂ ନିଜର ଭଲ ଗୁଣ ତଥା ଅଭ୍ୟାସ ଦ୍ୱାରା ଘରକୁ ଧନଧାନ୍ୟ ରେ ପୂର୍ଣ୍ଣ କରିଥାଏ । ତେବେ ବନ୍ଧୁଗଣ ଶାସ୍ତ୍ର ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯେଉଁ କାର୍ଯ୍ୟ ଗୁଡିକୁ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଦେଖା ଯାଇଥାଏ ଏବଂ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ଘରର ମହିଳା ଝାଡ଼ୁ କୁ ପାଦରେ ଲଗାଇଥାନ୍ତି କିମ୍ବା ଝାଡ଼ୁ କୁ ନାତ ମାରିଥାନ୍ତି ସେହି ଭଳି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । କାରଣ ଝାଡ଼ୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ ଏବଂ ଏହାର ଅନାଦର ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ କେବେବି ସେହି ଘରେ ବାସ କରନ୍ତି ନାହିଁ । ଏହାଦ୍ବାରା ଘରେ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ ।


୨.ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ଘରର ମହିଳା ରୋଷେଇ ଘରେ ଗ୍ୟାସ ଉପରେ ତାୱା ବା କଢ଼େଇ ରଖିଥାନ୍ତି ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଏହା ଘରର ଦୁଃଖ ର କାରଣ ହୋଇଥାଏ । ଏହା ସହିତ ଅଇଁଠା ବାସନ କୁ ନ ମାଜି ରାତିରେ ରଖି ଶୋଇବା ଦ୍ୱାରା ଏହା ଦାରିଦ୍ର୍ୟତା କୁ ନିମନ୍ତ୍ରଣ କରିଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ଘରର ମହିଳା ମାନେ ଘରର ଦ୍ଵାର କବାଟ କୁ ଗୋଇଠା ମାରି ଖୋଲିଥାନ୍ତି ତେବେ ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ ଦାରିଦ୍ର୍ୟତା ଦେଖା ଯାଇଥାଏ । ଏହା ସହିତ ଯେଉଁ ଘରର ମହିଳା ମାନେ ଘରର ମୁଖ୍ୟ ଦ୍ୱାର ବନ୍ଧ ରେ ବସି ଖାଇଥାନ୍ତି ତେବେ ତାହା ଘରର ବର୍ବାଦୀ ର କାରଣ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।