ଝିଲିକ ଭଟ୍ଟାଚାର୍ଯ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବେଶ ଜଣାଶୁଣା ଏବଂ ଲୋକପ୍ରିୟ ନାମ । ବେଙ୍ଗଲୀ ଫିଲ୍ମରୁ ଅଭିନୟ ଦୁନିଆରେ ପାଦ ଦେଇଥିବା ଝିଲିକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଜାଦୁରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଝିଲିକ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଅନୁଭବ, ଅରିନ୍ଦମ ଓ ବାବୁଶାନଙ୍କ ଭଳି ଆଗଧାଡିର ଅଭିନେତାଙ୍କ ସହ କାମ କରିଛନ୍ତି । ଝିଲିକ 2020 ରେ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରିଛନ୍ତି ଓ ଦୁଇ ଟ୍ଵିନ୍ସଙ୍କର ମା ମଧ୍ୟ ହୋଇ ସାରିଛନ୍ତି ।
ଝିଲିକ ନିକଟରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମ ‘ଅନନ୍ୟା’ ରେ ଯୋଗ ଦେଇଥିଲେ । ସେଠାରେ ସେ ନିଜ ମା’ ହେବାର ଯାତ୍ରା ବେଶ ଭଲ ଭାବେ ପ୍ରକାଶ କରିଛନ୍ତି । ଆପଣ ବି ଦେଖିଥିବେ କି ଝିଲିକ ମା’ ହେବା ପରେ ତାଙ୍କର ଓଜନ ପୂର୍ବାପେକ୍ଷା ବଢିଯାଇଛି । ଯେଉଁଥି ପାଇଁ ଅନେକ ସମୟରେ ତାଙ୍କୁ ଲୋକମାନେ ବିଭିନ୍ନ କଥା କହିଥାନ୍ତି । ଏହାକୁ ନେଇ ଝିଲିକ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଚାରି ମାସର ଗଭର୍ବତୀ ଥିବାବେଳେ ମଧ୍ୟ ଗୋଟିଏ ଫିଲ୍ମ ଶୁଟିଙ୍ଗ କରୁଥିଲେ ।
ଲୋକମାନେ ଯେତେବେଳେ ଧୀରେ ଧୀରେ ଜାଣିଲେ ଝିଲିକ ମା’ ହେବାକୁ ଯାଉଛନ୍ତି ସେତେବେଳେ ବି ତାଙ୍କୁ ପ୍ରଶ୍ନ କରନ୍ତି କି ତୁମେ ଏତେ ମୋଟା କାହିଁକି ହେଇଯାଉଛ ? ଝିଲିକଙ୍କୁ କହିବାକୁ ପଡେ କି ସେ ଗର୍ଭବତୀ ଅଛନ୍ତି ସେଥିପାଇଁ ମୋଟା ହେଇ ଯାଉଛନ୍ତି । ତାଙ୍କର ଡେଲିଭେରିର ଗୋଟେ ସପ୍ତାହ ନ ପୁରୁଣୁ ବି ଲୋକେ ତାଙ୍କୁ ସମାନ ପ୍ରଶ୍ନ କରୁଥିଲେ ଓ ତାଙ୍କ ପୋଷ୍ଟ ମାନଙ୍କରେ ଏମିତି କମେଣ୍ଟ ସବୁ କରୁଥିଲେ ।
ଏନେଇ ଝିଲିକ କହିଛନ୍ତି କି, ମା’ ହେବା ପରେ ଶାରୀରିକ ପରିବର୍ତ୍ତନ ହେବା ଏକ ପ୍ରାକୃତିକ କଥା । ବିବାହ ପୂର୍ବରୁ ଝିଅମାନେ ଏକପ୍ରକାର ଜୀବନ ଅତିବାହିତ କରନ୍ତି ଓ ବିବାହ ପରେ ଆଉ ଏକ ଭିନ୍ନ ଜୀବନଶୈଳୀ ଆସେ । ସବୁଠୁ ବଡ କଥା ହେଲା ମା’ ହେବା ପରେ ଝିଅ ଜୀବନରେ ଶାରୀରିକ ପରିବର୍ତ୍ତନ ଠାରୁ ନେଇ ସବୁକିଛିରେ ପରିବର୍ତ୍ତନ ଆସେ । କିନ୍ତୁ ବେଳେବେଳେ ଲୋକଙ୍କ କଥା ତାଙ୍କୁ ଏତେ ଖରାପ ଲାଗେ ଯେ ସେ ଭାବନ୍ତି କି କମେଣ୍ଟ ସବୁ ଡ଼ିଲିଟ କରିଦେବେ ନାହିଁ ତ କମେଣ୍ଟ ବକ୍ସ ଅଫ୍ ରଖିଲେ ଭଲ ହେବ ।
କିନ୍ତୁ ସେ ନିଜକୁ ଆକ୍ସସେପ୍ଟ କରିଥିଲେ । କାରଣ ମା’ ହେବା ଏତେ ସହଜ ନୁହେଁ ସେ ବୁଝିଥିଲେ । ତାଙ୍କ ପୁଣି ଦୁଇଟି ଟ୍ଵିନ୍ସ ଏବଂ ସିଜରିଆନ ଅପରେସନ ହୋଇଥିଲା । ତେଣୁ ସେ କହିଛନ୍ତି କି, ଏଭଳି କମେଣ୍ଟ କରୁଥିବା ଲୋକମାନେ ପ୍ରଥମେ ଶିକ୍ଷିତ ହେବା ଆବଶ୍ୟକ । ସେମାନେ କଣ କହୁଛନ୍ତି ତାହା ନିଜେ ଜାଣିବା ଦରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।