ନମସ୍କାର ବନ୍ଧୁଗଣ, ଗୋଟିଏ ନାରୀର ଜୀବନ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ସିଏ ମାଆ ଡାକ ଶୁଣିଥାଏ । ତେବେ ମାଆ ହେବାର ଉଚିତ ବୟସ ରହିଛି । କିନ୍ତୁ ଏବେ ସେହି ବୟସ ସୀମାରେ ବ୍ୟତିକ୍ରମ ଦେଖା ଦେଇଛି । ଖୁବ କମ ବୟସରେ କିଛି ଝିଅ ବିବାହ କରିଥାନ୍ତି । ଏବଂ ବିବାହ ପରେ ସନ୍ତାନ ହୋଇଯାଏ । କିନ୍ତୁ ବିବାହ ପରେ ସନ୍ତାନ ହେବା ଉଚିତ ହୋଇନଥାଏ । ବରଂ ଉଚିତ ବୟସରେ ଗର୍ଭ ଧାରଣ କରିବା ଉଚିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବୟସରେ ଗର୍ଭଧାରଣ କରିବା ସୁରକ୍ଷିତ ଅଟେ ।
ସାଧାରଣତଃ ଗୋଟିଏ ନାରୀ ନିଜର ପ୍ରଥମ ପିରିଅଡ ପରଠାରୁ ନିଜର ଶେଷ ପିରିଅଡ ପର୍ଯ୍ୟନ୍ତ ଗର୍ଭଧାରଣର ଯୋଗ୍ୟ ହୋଇଥାଏ । କିନ୍ତୁ ଗର୍ଭ ଧାରଣର କିଛି ନିର୍ଦ୍ଧିଷ୍ଟ ବୟସ ସୀମା ରହିଛି । ଯାହାର ପାଳନ କରିବା ଫଳରେ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡିନଥାଏ । ଡାକ୍ତରଙ୍କ ଅନୁଯାୟୀ ମାଆ ହେବା ପାଇଁ ପ୍ରକୃଷ୍ଟ ବୟସ ହୋଇଥାଏ 20 ବର୍ଷ ପରଠାରୁ 35 ବର୍ଷ ପର୍ଯ୍ୟନ୍ତ ।
ଏହି ବୟସ ସୀମାରେ ଗର୍ଭଧାରଣ କରିବା ସୁରକ୍ଷିତ ହୋଇଥାଏ । ଗର୍ଭ ଧାରଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । କାରଣ ଗର୍ଭ ଧାରଣ ପୂର୍ବରୁ ଶରୀରର ଚେକପ କରାଇବା ଦରକାର । ଯଦି ଶରୀରରେ କୌଣସି ରୋଗ ବା କମି ରହିଥାଏ ତେବେ ତାହାର ଚିକିତ୍ସା ଆଗରୁ ହିଁ କରାଇଦେବା ଉଚିତ । ଯାହା ଫଳରେ ଗର୍ଭଧାରଣ ପରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ ।
ସୁରକ୍ଷିତ ଭାବରେ ପିଲା ଜନ୍ମ ନେଇଥାଏ । ଗର୍ଭ ଧାରଣ ସମୟରେ ଡାକ୍ତରଙ୍କ ପରାମର୍ଶ ନିୟମିତ ନେବା ଆବଶ୍ୟକ ହୋଇଥାଏ । କାରଣ ଏହି ଗର୍ଭ ଧାରଣ ସମୟରେ ମାଆ ଦେହରେ କିଛି ରୋଗ ଆରମ୍ଭ ହୋଇଯାଏ ଯଦି ପୂର୍ବରୁ କିଛି ରୋଗ ଦେହରେ ରହିଥାଏ ତେବେ ତାହା ଏହି ଗର୍ଭଧାରଣ ସମୟରେ ସକ୍ରିୟ ହୋଇଯାଏ । ଏହିସବୁ ରୋଗ ଗୁଡିକୁ ଧରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ନେବା ଜରୁରୀ ।
ଗର୍ଭ ଧାରଣ ସମୟରେ କୌଣସି କଠିନ ପରିଶ୍ରମ ଜନିତ କାମ କରିବା ଉଚିତ ହୋଇନଥାଏ । ଗର୍ଭ ଧାରଣ ସମୟରେ ଏକସିଜ ନାମକ ଏକ ହରମୋନ ବଢିଥାଏ ଶରୀରରେ । ଯେଉଁଥିପାଇଁ ବାନ୍ତି ହେବାକୁ ଲାଗିଥାଏ । ଗର୍ଭ ଧାରଣ ହେବାର ଲକ୍ଷଣ ଗୁଡିକ ହେଉଛି, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଝାଡା କଠିନ ହେବା, ପାଦ ଫୁଲିଯିବା ଭଳି ଅନେକ ସମସ୍ୟା ମହିଳାଙ୍କ ଠାରେ ଦେଖିବାକୁ ମିଳିଥାଏ ।
ଗର୍ଭ ଧାରଣ ସମୟରେ ଭଲ ଭିଟାବିନ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ପନିପରିବା ବେଶି ମାତ୍ରାରେ ଖାଇବା ଦରକାର ଏବଂ 8 ରୁ 10 ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।