ମା ଦୂର୍ଗାଙ୍କ ପସନ୍ଦ ଏହି ୯ଟି ଫୁଲ ଓ ୯ଟି ଭାଗ, ପୂଜା କଲେ ପୁରା ହେଇଥାଏ ସବୁ ମନୋସ୍କାମନା

ନବରାତ୍ରି ଯାହାକି ଦଶହରା ନାମରେ ବି ପ୍ରସିଦ୍ଧ ଅଟେ ପୁରା ବିଶ୍ଵର । ଯାହାକି ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି । ନବରାତ୍ରିରେ ମାତା ଦୂର୍ଗାଙ୍କର ୯ଟି ରୂପକୁ ପୂଜା କରାଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ମାତା ଦୂର୍ଗାଙ୍କର ୯ ଟି ରୂପ ତାଙ୍କର ପ୍ରିୟ ଭୋଗ ଓ ପ୍ରିୟ ଫୁଲ ବିଷୟରେ କହିବୁ ।

ଶୈଳପୁତ୍ରୀ- ମାତା ଦୂର୍ଗାଙ୍କର ଶୈଳପୁତ୍ରୀ ରୂପକୁ ପ୍ରଥମ ଦିନ ପୂଜା କରାଯାଏ । ଶୈଳପୁତ୍ରୀ ରୂପ ଦିନ ମାତାଙ୍କୁ ଶୁଦ୍ଧ ଘିଅ ପ୍ରସାଦ ରୂପରେ ଅର୍ପଣ କରାଯାଏ । ଏହିଭଳି କରିବା ଦ୍ଵାରା ଆପଣ ନିରୋଗ ରହିଥାନ୍ତି । ମାତା ଶୈଳପୁତ୍ରୀଙ୍କ ପ୍ରିୟ ଫୁଲ ହେଉଛି ମନ୍ଦାର ଫୁଲ ।

ବ୍ରହ୍ମଚାରିଣୀ- ମାତାଙ୍କର ଏହି ରୂପକୁ ଚିନୀ କିମ୍ବା ମିଶିରିର ଭୋଗ ଅର୍ପଣ କରାଯାଏ ଓ ପ୍ରସାଦ ରୂପରେ ବିତରଣ ବି କରାଯାଏ । ଏହା ଦ୍ଵାରା ଅଧିକ ଆୟୁଷ ମିଳିଥାଏ । ଦେବୀ ବ୍ରହ୍ମଚାରିଣୀଙ୍କୁ ସେବତୀ ଫୁଲ ଅର୍ପଣ କରାଯାଏ ।

ଚଂଦ୍ରଘଂଟା- ମାତାଙ୍କର ଏହି ସ୍ୱରୂପକୁ କ୍ଷୀର କିମ୍ବା କ୍ଷୀର ଦ୍ଵାରା ପ୍ରସ୍ତୁତ କୌଣସି ମିଠା ଖାଦ୍ୟ ପଦାର୍ଥ ଭୋଗ ଲଗାଯାଏ । ଏହିଭଳି କରିବା ଦ୍ଵାରା ଦୁଖର ନୀବାରଣ ହୋଇଥାଏ । ମାତାଙ୍କୁ ବିଶେଷ କରି ପଦ୍ମ ଫୁଲ ଅର୍ପଣ କରାଯାଏ ।

କୂଷ୍ମାଂଡା – ନବରାତ୍ରିର ଚତୁର୍ଥ ଦିନ ମା କୂଷ୍ମାଂଡାଙ୍କ ମାଲପୁଆର ପ୍ରସାଦ ଚାଧାଯାଏ । ଏହିଭଳି କରିବା ଦ୍ଵାରା ବୁଦ୍ଧିର ବିକାଶ ହୋଇଥାଏ । ଏହି ଦିନରେ ଆପଣ ଚମେଲୀ ଫୁଲ ଅର୍ପଣ କରି ପାରିବେ ।

ସ୍କନ୍ଦମାତା- ଦୂର୍ଗା ପୂଜାର ପଞ୍ଚମ ଦିନ ମା ସ୍କନ୍ଦମାତାଙ୍କର ପୂଜା ହୋଇଥାଏ । ଦେବୀଙ୍କର ଏହି ରୂପକୁ କଦଳୀ ଭୋଗ ଲଗାଯାଏ । ସ୍କନ୍ଦମାତାଙ୍କୁ ହଳଦୀ ରଙ୍ଗର ଫୁଲ ଅର୍ପଣ କରାଯାଏ ।

କାତ୍ୟାୟନୀ- ଦୂର୍ଗାଙ୍କର ଏହି ରୂପକୁ ମାତା କାତ୍ୟାୟନୀଙ୍କ ପୂଜା ହୋଇଥାଏ ଓ ମା’ଙ୍କୁ ଶୁଦ୍ଧ ମହୁ ଭୋଗ ଲଗାଯାଏ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଆକର୍ଷଣ ଶକ୍ତି ବଢିଥାଏ । ମାତାଙ୍କର ଏହି ରୂପକୁ ଗେଣ୍ଡୁ ଫୁଲ ଅର୍ପଣ କରନ୍ତୁ ।

କାଳରାତ୍ରି- ମାତାଙ୍କର କାଳରାତ୍ରି ସ୍ୱରୂପକୁ ଗୁଡ ଭୋଗ ଲଗାଯାଏ । ଆପଣ ଗୁଡ ଦ୍ଵାରା ତିଆରି କୌଣସି ବି ଜିନିଷ ଚଢାଇ ପାରିବେ । ଏହି ଦିନରେ କୃଷ୍ଣ କମଳ ଫୁଲ ଅର୍ପଣ କରାଯାଏ । ଏହି ରୂପ ମା ଙ୍କର ଭୟଙ୍କର ସ୍ୱରୂପ ଅଟେ ।

ମହାଗୌରୀ- ମା’ଙ୍କ ଅଷ୍ଟମ ରୂପ ହେଉଛି ମହାଗୌରୀ । ଏହି ଦିନ ମାତାଙ୍କୁ ନଡିଆ ଭୋଗ ଲଗାଯାଏ । ଏହା ସହିତ ଏହି ଦିନରେ ମଲ୍ଲି ଫୁଲ ଅର୍ପଣ କରିବା ଆପଣଙ୍କ ପାଇଁ ଭଲ ହୋଇଥାଏ ।

ସିଦ୍ଧିଦାତ୍ରୀ – ନବରାତ୍ରିର ନବମ ଦିନରେ ମାତା ଦୂର୍ଗାଙ୍କୁ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯାଏ । ଏହି ଦିନରେ ମାଙ୍କୁ ରାଶି ଲଡୁର ଭୋଗ ଲଗାଇବା ଉଚିତ । ଏହି ଦିନରେ ମାତାଙ୍କୁ ଚମ୍ପା ଫୁଲ ଅର୍ପଣ କରାଯାଏ । ଏହି ସହିତ ପ୍ରତିଦିନ ମାତାଙ୍କୁ ଅପରାଜିତା ଓ ମନ୍ଦାର ଫୁଲ ନିଶ୍ଚିତ ଅର୍ପଣ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।