ତୁଳସୀ ମୂଳର ମାଟି ଆପଣଙ୍କ ପ୍ରେମ ସମ୍ପର୍କକୁ କରିଥାଏ ଦୃଢ, ଥରେ କରି ଦେଖନ୍ତୁ ଏହି ସହଜ ଉପାୟ (Astrologer Pragyan Tripathy)

ପ୍ରେମ ଦୁନିଆର ସବୁଠାରୁ ଚମତ୍କାରୀ ଅନୁଭବ । ସବୁ ମଣିଷ ତାଙ୍କ ଜୀବନରେ ତାଙ୍କ ଜୀବନରେ କାହାକୁ ନା କାହାକୁ ପ୍ରେମ କରିଥାନ୍ତି । ପ୍ରେମିକ-ପ୍ରେମିକା ହୁଅନ୍ତୁ ବା ପତି-ପତ୍ନୀ ସମସ୍ତଙ୍କ ପ୍ରେମ ସମ୍ପର୍କ ଦୃଢ ରହିବା ନିହାତି ଆବଶ୍ୟକ ହୋଇଥାଏ । କିନ୍ତୁ ଅନେକ ସମୟରେ ପ୍ରେମରେ ଫାଟ ସୃଷ୍ଟି ହେବାର ଦେଖାଯାଏ । ସାମାନ୍ଯ କିଛି ଅବହେଳା ହେତୁ ଅନେକ ଦିନର ସମ୍ପର୍କ ମଧ୍ୟ ଭାଙ୍ଗିଯାଏ । ତେବେ ଆପଣଙ୍କ ପ୍ରେମ ସମ୍ପର୍କ ଦୃଢ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଉପାୟ ନେଇ ଆସିଛୁ ।

ଆଜି ଆମେ ଆପଣଙ୍କୁ ଏହି ଟିପ୍ସ ଦେବାକୁ ଯାଉଛୁ ଏହା କେବଳ ପ୍ରେମିକ- ପ୍ରେମିକା ଏବଂ ପତି- ପତ୍ନୀଙ୍କ ପାଇଁ ଅଟେ । ବୃନ୍ଦାରାଣୀ ତୁଳସୀ ମାତା ହେଉଛନ୍ତି ସତୀ । ଆମେ ତାଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜା କରିଥାଉ ଓ ଘରୁ ବାହାରିବା ସମୟରେ ତାଙ୍କୁ ଦର୍ଶନ କରିଥାଉ । ତୁଳସୀଙ୍କୁ ଘରର ମୁଖ୍ୟଦ୍ଵାରର ଡାହାଣ ପଟେ ରଖିଥାଉ ।

ଆପଣ ପୁରୁଷ ହୁଅନ୍ତୁ ବା ମହିଳା, ସ୍ନାନ କରିବା ପରେ ତୁଳସୀ ଚଉଡ଼ା ମୂଳରେ ଜଳ ଅର୍ପଣ କରନ୍ତୁ । ଏହି ଉପାୟକୁ ଆହୁରି ଦୃଢ କରିବା ପାଇଁ ଆପଣ ଏହି ସମୟରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଲାଲ ରଙ୍ଗ ହେଉଛି ପ୍ରେମର ପ୍ରତୀକ । ଏହି ଉପାୟକୁ ଯଦି ଆପଣ ମଙ୍ଗଳବାର ଦିନ କରୁଛନ୍ତି ତେବେ ଏହା ଅଧିକ ଶୁଭ ଫଳଦାୟକ ସାବ୍ୟସ୍ତ ହେବ ।

ଆପଣ ପ୍ରଥମେ ବୃନ୍ଦାରାଣୀଙ୍କୁ ସିନ୍ଦୁର ଓ ଚନ୍ଦନ ଲଗେଇ ଦିଅନ୍ତୁ ଏବଂ ଫୁଲ ଦିଅନ୍ତୁ । ତା’ପରେ ଧୂପ ଦୀପ ଆଦି ଦେଇ ତାଙ୍କୁ ପରିକ୍ରମା କରନ୍ତୁ । ଏହିପରି ବିଧିବଦ୍ଧ ପୂଜା କରି ସାରିବା ପରେ ଆପଣ ତୁଳସୀ ଚଉଡ଼ା ମୂଳରୁ ସାତ ଚୁଟକି ମାଟି ନିଅନ୍ତୁ ଓ ଏହାକୁ ନିଜ ଡାହାଣ ହାତର ପାପୁଲିରେ ରଖନ୍ତୁ ।

ଏହିପରି ଥର ଥର କରି ଯେତେ ଗୋଟିଏ ଚୁଟକି ଲେଖାଏଁ ସାତ ଥର ମାଟି ଆଣନ୍ତୁ ଓ ନିଜ ଡାହାଣ ହାତ ପାପୁଲି ଉପରେ ରଖି ଚାଲନ୍ତୁ । ଏହାପରେ ଆପଣ ନିଜ ବାମ ହାତର କନିଷ୍ଠ ଆଙ୍ଗୁଳିରେ ଦହନ ହାତ ପାପୁଲିକୁ ଛୁଇଁବେ । ଆପଣ ଯାହା ସହ ପ୍ରେମ ସମ୍ପର୍କ ଦୃଢ ହେଉ ଚାହାନ୍ତି ତାଙ୍କ ନାମ କହି କନିଷ୍ଠ ଆଙ୍ଗୁଳିରେ ଡାହାଣ ହାତ ପାପୁଲିକୁ ସାତ ଥର ଗଣି ଗଣି ଛୁଅଁନ୍ତୁ ।

ଏହାପରେ ବାମ ନାକପୁଡାକୁ ଗୋଟିଏ ହାତରେ ବନ୍ଦ କରି ଡାହାଣ ନକ୍ର ନିଃଶ୍ଵାସକୁ ସେହି ମାଟି ଉପରେ ଛାଡନ୍ତୁ । ସେହି ସମୟରେ ଆପଣ ନିଜ ଅତୀତର ଏକ ସୁନ୍ଦର ମୂହୁର୍ତ୍ତକୁ ମନେପକାନ୍ତୁ । ଏହାପରେ ଏହି ମାଟିକୁ ନେଇ ଯେକୌଣସି ଶୁଭ ବୃକ୍ଷ ମୂଳେ ରଖିଦିଅନ୍ତୁ । ଏହିପରି କରନ୍ତୁ ଦେଖିବେ ଆପଣଙ୍କ ପ୍ରେମ ଆହୁରି ସୁଦୃଢ ହେବାକୁ ଲାଗିବ ।

ଏହାସହ ଯେବେବି ଆପଣ ଯାହାକୁ ପ୍ରପୋଜ କରୁଛନ୍ତି ଲାଲ ରଙ୍ଗର ପୋଷାକ ପିନ୍ଧି ପ୍ରପୋଜ କରନ୍ତୁ ନିଶ୍ଚୟ ସକାରାତ୍ମକ ଉତ୍ତର ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।