ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବାହାଘରକୁ ନେଇ ଏବେବି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜୋରସାର ଚର୍ଚ୍ଚା ଚାଲିଛି । ମେକାନିକାଲ ଇଞ୍ଜିନିୟର ତଥା ବିଜନେସମ୍ୟାନ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରି ଅନେକ ଚର୍ଚ୍ଚା ସାଉଁଟିଛନ୍ତି ଲିପ୍ସା । ସେ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ତଥା ବହୁଚର୍ଚ୍ଚିତ ଅଭିନେତ୍ରୀ । 2015 ରେ ଓଡିଆ ରିୟାଲିଟି ଶୋ’ “ବିଗ ବ୍ରେକ” ମାଧ୍ୟମରେ ସେ ଓଲିଉଡ ଜଗତରେ ପାଦ ଦେଇଥିଲେ । ଏହାପରେ ଲୋକପ୍ରିୟ ଟିଭି ସିରିଏଲ “କିଛି ଲୁହ ପିଇଯାଏ ଓଠ” ମାଧ୍ୟମରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ସିରିଏଲ ବ୍ଯତୀତ ଲିପ୍ସା ଅନେକ ଆଲବମ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଓଡିଆ ଫିଲ୍ମ “ମାୟା” ଜରିଆରେ ସେ ଓଡିଆ ଫିଲ୍ମ ଦୁନିଆରେ ଡେବ୍ଯୁ କରିଥିଲେ । ଲିପ୍ସା ଥରେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିବା ପରେ ଆଉ ଏକେବ ପଛକୁ ଫେରି ଦେଖି ନାହାନ୍ତି । ପରକୁ ପର ହିଟ୍ ସିନେମା ଏବଂ ସିରିଏଲରେ କାମ କରି ସେ ଦର୍ଶକଙ୍କ ମନରେ ରାଜ୍ କରି ପଡ଼ିଛନ୍ତି । ଏହା ବ୍ଯତୀତ ସେ ଅନେକ ରିୟାଲିଟି ଶୋ’ରେ ଜଜ୍ ଭାବେ ମଧ୍ୟ ନଜର ଆସିଛନ୍ତି ।
ତେବେ ନିଜ କ୍ଯାରିୟରର ଶୀର୍ଷରେ ଥିବାବେଳେ ଚଳିତ ବର୍ଷ ଫେବୃୟାରୀ 27 ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସବୁବେଳେ ଖବରର ଶିରୋନାମାରେ ରହୁଥିବା ଲିପ୍ସା ତାଙ୍କ ବାହାଘରରେ ପ୍ରଥମ ଓଡିଆ ଅଭିନେତ୍ରୀ ଭାବେ ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧି ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଲିପ୍ସା ବାହାଘରରେ ଲାଲ ରଙ୍ଗର ସୁନ୍ଦର ସବ୍ୟସାଚୀ ଲେହେଙ୍ଗା ପିନ୍ଧିଥିଲେ ଯାହାକି ତାଙ୍କୁ ଖୁବ ମାନୁଥିଲା । ତେବେ ବିବାହ ପରେ ଲିପ୍ସାଙ୍କ ରିସେପସନ ପାର୍ଟି ମଧ୍ୟ ଶେଷ ହୋଇଛି । ରିସେପସନରେ ଲିପ୍ସା ଗହଣା ସହିତ ଲାଇଟ କଲର୍ ର ଏକ ସୁନ୍ଦର ଶାଢୀ ପିନ୍ଧିଥିଲେ ଏବଂ ତାଙ୍କ ସ୍ଵାମୀ ଆକାଶ କଳା ରଙ୍ଗର ଏକ ସୁଟ୍ ପିନ୍ଧିଥିଲେ । ବେଶ ବଡ ଜାଗାରେ ଅତ୍ୟନ୍ତ ଭାବି ଭାବେ ଆୟୋଜନ ହୋଇଥିଲା ଲିପ୍ସାଙ୍କ ରିସେପ୍ସନ ପାର୍ଟି ଓ ଏଥିରେ ଅନେକ ନାମୀଦାମୀ କଳାକାର ମାନେ ମଧ୍ୟ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।
ଆକାଶଙ୍କୁ ପାଇ ଲିପ୍ସା ବେଶ ଖୁସି ଥିବା କହିଛନ୍ତି । ତେବେ ଲିପ୍ସା ବାହାଘର ଓ ରିସେପ୍ସନର ଫଟୋ ଏବଂ ଭିଡିଓ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।