ଲିଙ୍ଗରାଜ ମନ୍ଦିର ଚୁଡାରେ ତ୍ରିଶୂଳ ବଦଳରେ କାହିଁକି ରହିଛି ଧନୁ, ଜାଣିଲେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ମନ୍ଦିର ମାଳିନୀ ଭୁବନେଶ୍ଵରର ଏକାମ୍ର କ୍ଷେତ୍ର, ଏଇଠି ରହିଛି ରାଜ୍ୟର ସବୁଠୁ ବଡ ଶୈବ ପିଠ । ଦୈନିକ ଦେଶ ବିଦେଶରୁ ଲୋକ ଏହି ପବିତ୍ର ସ୍ଥାନକୁ ଆସିଥାନ୍ତି । ଏହି ମନ୍ଦିରର ନାମ ହେଉଛି ଲିଙ୍ଗରାଜ ମନ୍ଦିର । ମହାପ୍ରଭୁ ଶିବଙ୍କର ଏହି ମନ୍ଦିର ବହୁ ପ୍ରାଚୀନ, ସେଥିପାଇଁ ତାଙ୍କର ଦର୍ଶନ ଓ ପୂଜା ଅର୍ଚ୍ଚନା କରିବା ପାଇଁ ଏଠାରେ ଭକ୍ତଙ୍କର ଭିଡ ଲାଗେ । ବିଶେଷ କରି ସୋମବାର ଦିନ ଭକ୍ତଙ୍କର ସୁଅ ଛୁଟେ।

ଏହି ମନ୍ଦିରର ସବୁଠୁ ବଡ କଥା ହେଉଛି ଏହି ମନ୍ଦିର ଚୂଡାରେ ରହିଛି ଧନୁ । ଅନ୍ୟାନ୍ୟ ଶିବ ମନ୍ଦିର ଚୂଡାରେ ତ୍ରିଶୂଳ ରହିଥିବା ବେଳେ ଏହି ମନ୍ଦିରରେ ଧନୁ ରହିଛି । ଆସନ୍ତୁ ଜାଣିବା ଏଠାରେ କାହିଁକି ରହିଛି ଧନୁ ।

ଏହା କେବଳ ଏକ ଶୈବ ପୀଠ ନୁହେଁ ଏହା ହେଉଛି ହରିହରଙ୍କର ପୀଠ, ଅର୍ଥାତ ଏହା ହେଉଛି ଶିବ ଓ ବିଷ୍ଣୁଙ୍କ ପୀଠ । ଲିଙ୍ଗରାଜ ମନ୍ଦିର ହରି ଓ ହରଙ୍କର ପୀଠ ହୋଇଥିବାରୁ ମନ୍ଦିରରେ ମନ୍ଦିର ଚୁଡାରେ ତ୍ରିଶୂଳ ସ୍ଥାନରେ ଧନୁ ରଖା ଯାଇଛି । ଏହାକୁ ଶିବଙ୍କ ପିନାକ ଧନୁ ବୋଲି ଲୋକ କୁହନ୍ତି । ଏହି ଧନୁଟି ଅଷ୍ଟ ଧାତୁରେ ତିଆରି ହୋଇଛି । ଧନୁର ଉଚ୍ଚତା ୧୬ ଫୁଟ ଓ ଓସାର ୪ଫୁଟ ବୋଲି କୁହା ଯାଉଛି ।

ବାଲ୍ମୀକିଙ୍କ ରାମାୟଣ ଅନୁସାରେ ପିନାକ ହେଉଛି ଶିବଙ୍କର ଧନୁ । ଯାହାକୁ କେବଳ ପ୍ରଳୟ ଲାଗି ବ୍ୟବହାର କରାଯାଏ । ଭଗବାନ ଦେବେନ୍ଦ୍ର ୨ ଟି ସମାନ କ୍ଷମତାର ଧନୁ ତିଆରି କରି ଆଣିଥିଲେ । ଗୋଟିଏ ଶିବ ଓ ଅନ୍ୟଟି ବିଷ୍ଣୁଙ୍କୁ ଭେଟି ଦେଇଥିଲେ । ସେ କହିଲେ ଦୁହେଁ ଏଥିରେ ଯୁଦ୍ଧ କରନ୍ତୁ, କେଉଁ ଧନୁଟି ଅଧିକ ଶକ୍ତିଶାଳୀ ତାହା ଜଣା ପଡିବ। କିନ୍ତୁ ଦୁହେଁ କହିଲେ ଯୁଦ୍ଧ କଲେ ବିଶ୍ଵର ବିନାଶ ହୋଇଯିବ ।

ତେଣୁ ଶିବ ସେହି ଧନୁଟିକୁ ଫିଙ୍ଗିଦେଇଥିଲେ ଯାହା ଆସି ପୃଥିବୀରେ ପଡିଲା । ତେବେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଏହି ଦୁଇଟି ଧନୁ ବିଶ୍ଵକର୍ମା ତିଆରି କରିଥିଲେ  । ଶିବଙ୍କ ଧନୁର ନାମ ପିନାକ, ହରିଙ୍କ ଧନୁର ନାମ ଥିଲା ସାରଙ୍ଗ । କିନ୍ତୁ ମନ୍ଦିରରେ ଲାଗିଥିବା ଏହି ଧନୁ ବିଷୟରେ ଲୋକମାନଙ୍କ ଠାରୁ ଅନେକ ପ୍ରକାରର କଥା ଶୁଣିବାକୁ ମିଳେ ।