ନିମ୍ବର ବ୍ୟବହାର କରିବା ଦ୍ୱାରା ମିଳିଥାଏ ଏହି 4ଟି ବଡ ଲାଭ, ନମ୍ବର 3 ପାଇଁ ତ ଅଧିକାଂଶ ଲୋକେ ଚିନ୍ତିତ

ଗରମ ଦିନ ଆସିଲା ମାତ୍ରେ ବିଭିନ୍ନ ପ୍ରକାରର ରୋଗ ଆସିଯାଏ ଯାହା ମଧ୍ୟରୁ ହେଲ୍ଥ ଓ ବିଉଟି ସମ୍ବନ୍ଧିତ ବିଭିନ୍ନ ପ୍ରକାରର ଇନଫେକ୍ସନ ହୋଇଥାଏ । ଇନଫେକ୍ସନ ଧୀରେ ଧୀରେ ବ୍ୟାପିଯାଏ ଏଥିରୁ ଚେହେରା ଖରାପ ହେବାକୁ ଲାଗେ । ଏତିକି ନୁହେଁ ଝିଅମାନଙ୍କ ପାଇଁ ବିଉଟି ଇନଫେକ୍ସନ ତ ବହୁତ ବଡ ହୋଇଥାଏ କାରଣ ଝିଅମାନେ ନିଜର ସୁନ୍ଦରତା ସହିତ କମ୍ପରମାଇଜ କରି ପାରନ୍ତି ନାହିଁ । ଏମିତିରେ ଏହି ଇନଫେକ୍ସନ ରୁ ବଞ୍ଚିବା ପାଇଁ ନିମ୍ବ ବହୁତ ଉପକାରୀ ଅଟେ । ଆଜ୍ଞା ହଁ, ଗରମ ଦିନେ ସମସ୍ତଙ୍କୁ ନିମ୍ବର ପ୍ରୟୋଗ କରିବା ଆବଶ୍ୟକ ଯାହା ଦ୍ଵାରା ଆପଣ ସମସ୍ତ ହେଲ୍ଥ ଓ ବିଉଟି ଇନଫେକ୍ସନରୁ ବଞ୍ଚି ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ନିମ୍ବର ବ୍ୟବହାର ଆପଣଙ୍କୁ ପିତା ଲାଗିଥାଏ ସତ କିନ୍ତୁ ଏଥିରେ ଥିବା ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆପଣଙ୍କୁ ସମସ୍ତ ଇନଫେକ୍ସନରୁ ଦୂରେଇ ରଖିଥାଏ । ନିମ୍ବର ପ୍ରୟୋଗ ଦ୍ଵାରା ଆପଣ ନିଜକୁ ବଡ ବଡ ରୋଗରୁ ବଞ୍ଚାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ନିମ୍ବର ଉପକାରିତା ।

ମଝବୁତ ଓ କଳା ବାଳ ପାଇଁ

ଯଦି ଆପଣ କମଜୋର ବାଳ ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ପାଇଁ ନିମ୍ବ ଏକ ବରଦାନ ଅଟେ । ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ବାଳ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ଯେମିତିକି ଡ୍ୟାଣ୍ଡରଫ, ମଝବୁତି ଓ ଚମକ । ଏଥିପାଇଁ ନିମ୍ବ ପାଉଡର କୁ ପାଣିରେ ଗୋଳି କିଛି ସମୟ ପାଇଁ ବାଳରେ ଲଗାଇ ରଖିଦିଅନ୍ତୁ ଓ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହାକୁ ଆପଣ ସପ୍ତାହରେ ଦୁଇ ଥର ନିଶ୍ଚୟ କରନ୍ତୁ ।

କାନ ଦରଜରୁ ମୁକ୍ତି

ଯଦି ଆପଣଙ୍କୁ କାନରେ ଦରଜ ରହୁଛି ତେବେ ଆପଣଙ୍କୁ ନିମ୍ବ ତେଲର ବ୍ୟବହାର କରିବା ଆବଶ୍ୟକ । ଏଥିପାଇଁ ଆପଣ ନିମ୍ବ ତେଲର ଦୁଇବୁନ୍ଦା କାନରେ ପକାନ୍ତୁ, ଏମିତି କରିବା ଦ୍ଵାରା ଆପଣଙ୍କୁ କାନ ଦରଜରୁ ମୁକ୍ତି ମିଳିବ । ଏହାକୁ ଆପଣ ଦୁଇ-ତିନି ଥର କରନ୍ତୁ ଓ ଏହା ଦ୍ଵାରା ଆପଣଙ୍କୁ ସ୍ଥାୟୀ ରୂପରେ କାନ ଦରଜରୁ ମୁକ୍ତି ମିଳିବ ।

ମୁଖବ୍ରଣ ଓ ଦାଗରୁ ମୁକ୍ତି

ଯଦି ଆପଣଙ୍କ ମୁହଁରେ ବ୍ରଣ, ଦାଗ ବା କୌଣସି ପ୍ରକାରର ସ୍କିନ ସମସ୍ୟା ଅଛି ତେବେ ଆପଣ ନିମ୍ବ ପତ୍ରକୁ ପେଶି ଚେହେରାରେ ଲଗାନ୍ତୁ । ଏହି ପେଷ୍ଟକୁ ଲଗାଇ 10-15 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଜଲ୍ଦି ଆରାମ ମିଳିବ । ଏହାକୁ ସପ୍ତାହରେ ତିନି ଥର କରନ୍ତୁ ।

ପେଟରେ କୁର୍ମି ବା ପତଳାଝାଡା ହେଲେ

ଯଦି ଆପଣଙ୍କୁ ପେଟରେ କୁର୍ମି ହେଉଛନ୍ତି ତେବେ ନିମ୍ବ ରସରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ଓ ଯଦି ପତଳାଝାଡା ହେଉଛି ତେବେ ନିମ୍ବପତ୍ରକୁ ଶୁଖାଇ ଚିନି ସହିତ ଖାଆନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।