ଏଥର ବାପା ମା’ଙ୍କୁ ଆଉ ରହିବନି ଝିଅ ବାହାଘର ଚିନ୍ତା ! ଆପଣଙ୍କ ଝିଅ ବାହାଘର ପାଇଁ LIC ନେଇ ଆସିଛି ଏକ ଦମଦାର ପ୍ଳାନ, ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ

ବଡ ହେଲେ କେମିତି ବାହା ଦେବେ ବୋଲି ଝିଅ ଛୁଆ ଟିଏ ଘରେ ଜନ୍ମ ନେଲେ ଚିନ୍ତାରେ ପଡିଯାନ୍ତି ବାପା ମାଆ । ବିବାହ ପାଇଁ ଲକ୍ଷ ଲକ୍ଷ ଟଙ୍କା କେଉଁଠୁ ଆସିବ ? ପୁରା ପରିବାର ଏଭଳି ଚିନ୍ତାରେ ଘାଣ୍ଟି ହେଉଥିବା ବେଳେ ସେମାନଙ୍କ ଚିନ୍ତା ଦୂର କରିବା ପାଇଁ ଆଗେଇ ଆସିଛି ଏଲଆଇସି । ଏକ ଦମଦାର ସ୍କିମ ମାଧ୍ୟମରେ ଏଲଆଇସି ଗ୍ରାହକଙ୍କୁ ଦେଉଛି ଭରପୁର ଫାଇଦା । ମାତ୍ର ୧୨୧ ଟଙ୍କା ଦେଲେ ଜିଆ ବାହାଘର ବେଳେ ଏଲଆଇସି ଦେଉଛି ଲକ୍ଷ ଲକ୍ଷ ଟଙ୍କା । ଏବେ ଜାଣନ୍ତୁ ଏଇ ଯୋଜନା ବିଷୟରେ ଅନେକ କିଛି ।

କନ୍ଯାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସେମାନେ ପୂର୍ବରୁ ନିବେଶ ପଲିଶି ପ୍ଳାନ ଆପ୍ଲାଏ କରନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସି ର ଏମିତି ଏକ ଲାଭଦାୟକ ପ୍ଳାନ ବିଷୟରେ ଜଣାଇବାକୁ ଯାଉଛୁ ଯାହା କନ୍ଯାର ବିବାହ ନିମନ୍ତେ ହିଁ ପ୍ରସ୍ତୁତ କରାଯାଇଛି । ଏଲଆଇସି ର ଏହି ଯୋଜନାର ନାମ ହେଉଛି ଜୀବନ ରକ୍ଷକ ସ୍କିମ ବା କନ୍ୟାଦାନ ଯୋଜନା । ଏହି ଲାଭକାରୀ ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପ୍ରାୟ ୩୬୦୦ ଟଙ୍କା ମାସିକ ପ୍ରିମିୟମ ଜମା କରିବାକୁ ପଡିବ ।

ଯଦି କେହି ଏହାଠାରୁ ଅଧିକ ଟଙ୍କା ପ୍ରିମିୟମ ନେବାକୁ ଚାହିଁବେ ତାହା ମଧ୍ୟ ନେଇ ପାରିବେ । ଏଲଆଇସି ର ଏଇ ପଲିଶିରେ ଆପଣ ଯଦି ପ୍ରତିଦିନ ୧୨୧ ଟଙ୍କା ଜମା କରନ୍ତି ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ । ଏଆ ବ୍ଯତୀତ ଯଦି ପଲିଶି ନେବା ପରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ସେହି ପଲିଶିର ପ୍ରିମିୟମ ଭରିବାକୁ ପଡିବ ନାହିଁ । ଆଉ ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟ ମିଳିଥାଏ ।

ଏହା ବ୍ଯତୀତ ୨୫ ବର୍ଷ ପୁରା ହେବା ପରେ ପଲିଶି ନୋମିନିଧାରୀଙ୍କୁ ୨୭ ଲକ୍ଷ ଟଙ୍କା ଦେଇଥାଏ ଏଲଆଇସି । ଜୀବନ ରକ୍ଷକ ବା କନ୍ୟାଦାନ ପଲିଶି ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩୦ ବର୍ଷ ହୋଇଥିବା ଉଚିତ ଓ ଝିଅର ବୟସ ମଧ୍ୟ ୧ ବର୍ଷ ହୋଇଥିବା ଆବଶ୍ୟକ । ଏହି ପ୍ଳାନର ପ୍ରିମିୟମ ୨୨ ବର୍ଷ ଦେବାକୁ ହୋଇଥାଏ । ଏମିତିକି ଝିଅର ବୟସ ଅନୁସାରେ ଏଇ ପଲିଶିର ପ୍ରିମିୟମ ଦେବାକୁ ହୋଇଥାଏ ଓ ଝିଅର ବୟସ ଅନୁସାରେ ପଲିଶିର ସମୟ ସୀମା ହ୍ରାସ ପାଇଥାଏ ।

ଜୀବନ ରକ୍ଷକ ପଲିଶି ସମ୍ବନ୍ଧରେ ଅଧିକ ଜାଣିବାକୁ ଚାହୁଁଥିଲେ ନିକଟସ୍ଥ ଏଲଆଇସି ଅଫିସ କିମ୍ବା ଏଲଆଇସି ଏଜେଣ୍ଟଙ୍କ ସହ ଯୋଗାଯୋଗ କଲେ ଉଚିତ ପରାମର୍ଶ ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।