ଆମ ଜୀବନକୁ ସରଳ ଓ ସହଜ କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତାମାନ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଆମେ ସୁଖୀ ହୋଇଥାଉ । ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ବିଷୟରେ । ଯଦି କୌଣସି ଲୋକଙ୍କ ଉପରେ କୁଦୃଷ୍ଟି ପଡିଥାଏ ତେବେ ଗୋଟିଏ ଲେମ୍ବୁକୁ ତାଙ୍କ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ସାତଥର ବୁଲାଇବା ପରେ ଚାରିଖାଣ୍ଡ କରି ଶୂନଶାଣ ସ୍ଥାନରେ ପକାଇଲେ ତାହା ଦୂର ହୁଏ ।
ଯଦି ବ୍ୟବସାୟ ଭଲ ଚାଲୁ ନଥାଏ ତେବେ ଶନିବାର ଦିନ ଗୋଟିଏ ଲେମ୍ବୁକୁ ବ୍ୟବସାୟ ସ୍ଥଳର ଚାରିକାନ୍ଥକୁ ଛୁଆଁଇ ଚାରିଖଣ୍ଡ କରିବା ପରେ ଚାରିଛକ ସ୍ଥାନରେ ଚାରି ଦିଗକୁ ପକାଇବା ଦ୍ଵାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ । ସୁପ୍ତ ରହିଥିବା ଭାଗ୍ୟକୁ ଉଜାଗର କରିବା ପାଇଁ ହେଲେ ଗୋଟିଏ ଲେମ୍ବୁକୁ ମୁଣ୍ଡ ଚାରି ପାଖେ ସାତଥର ବୁଲାଇ ଦୁଇ ଦିଗକୁ ପକାଇବା ଦ୍ଵାରା ଶୁଭ ହୋଇଥାଏ ଓ ତା’ସହ ଅଟକିଥିବା ଧନ ପ୍ରାପ୍ତ ହୋଇଥାଏ ।
ଚାକିରି ପାଇଁ ଯଦି ଇଣ୍ଟରଭ୍ୟୁ ଦେବାକୁ ଥାଏ ତେବେ ହନୁମାନ ମନ୍ଦିରରେ ପୂଜା କରିସାରିବା ପରେ ନିଜ ପାଖରେ ଗୋଟିଏ ଲେମ୍ବୁରେ ଚାରୋଟି ଲବଙ୍ଗ ଲଗାଇ ରଖିବା ପରେ ଇଣ୍ଟରଭ୍ୟୁ ଦେବାକୁ ଜୀବ ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଘର ପାଖରେ ଲେମ୍ବୁ ଗଛ ରହିଥିଲେ ଶୁଭ ହୋଇଥାଏ ଏବଂ ବାତାବାରଣ ଶୁଦ୍ଧ ରହିବା ସହ ସକାରାତ୍ମକ ଶକ୍ତିରେ ବୃଦ୍ଧି ହୋଇଥାଏ ।
ଯଦି କାର୍ଯ୍ୟରେ ବହୁତ ପରିଶ୍ରମ ପରେବି ସଫଳତା ମିଳୁ ନଥାଏ ତେବେ ହନୁମାନଙ୍କୁ ପୂଜା କରିବା ପରେ ଗୋଟିଏ ଲେମ୍ବୁରେ ଚାରୋଟି ଲବଙ୍ଗ ଲଗାଇ ପାଖରେ ରଖିଲେ କାର୍ଯ୍ୟରେ ସଫଳତା ମିଳିଥାଏ । ଯଦି ବେକାରୀ ସମସ୍ଯା ଦେଖା ଦେଉଥାଏ ତେବେ ଦିନ ବାରଟା ପୂର୍ବରୁ ଚାରିଛକ ଜାଗାରେ ଦାଗରହିତ ଲେମ୍ବୁକୁ ଚାରିଖଣ୍ଡ କରି ଚାରିଦିଗକୁ ପକାଇ ଦେବା ଦ୍ଵାରା ବେରୋଜଗାର ସମସ୍ଯା ଦୂର ହୋଇଥାଏ ।
ଯଦି କୌଣସି ଲୋକ ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି ତେବେ ଶନିବାର ଦିନ ସନ୍ଧ୍ୟା ସମୟରେ ଗୋଟିଏ ଲେମ୍ବୁକୁ ତାଙ୍କ ତାଙ୍କ ମୁଣ୍ଡ ଚାରିପାଖରେ ସାତଥର ଓଲଟା ବୁଲାଇ ଦୁଇଖଣ୍ଡ କରି ଦୁଇ ଦିଗକୁ ପକାଇଲେ ତାହା ଦୂର ହୁଏ । ଯଦି କୌଣସି ସ୍ତ୍ରୀ ଲୋକଙ୍କର ସନ୍ତାନ ହେଉ ନଥାଏ ତେବେ ଉତ୍ତରା ଫାଲଗୁନି ନକ୍ଷତ୍ରରେ ଲେମ୍ବୁ ଗଛର ଚେର ଖଣ୍ଡିଏ ନେଇ କ୍ଷୀର ସହିତ ମିଶାଇ ତାଙ୍କୁ ଖୁଆଇବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ ।
ରବିବାର ଦିନ ଦୁଇ ପ୍ରହରରେ ପାଞ୍ଚୋଟି ଲେମ୍ବୁ କାଟି ତା’ ସହିତ ମୁଠାଏ ସୋରିଷ କାର୍ଯ୍ୟସ୍ଥଳରେ ରଖିବା ପରେ ପରଦିନ ସେଗୁଡିକୁ ଶୂନଶାନ ସ୍ଥାନରେ ରଖିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପଡୁ ନଥାଏ ତେବେ ଶୋଇବା ଘରେ ଏକ ପାତ୍ରରେ ପଣି ସହିତ ଗୋଟିଏ ଲେମ୍ବୁକୁ ଦୁଇଫାଳ କରି ରଖିବା ସହିତ ପ୍ରତ୍ଯେକ ଦିନ ବଦଳେଇବା ଦ୍ଵାରା ସମ୍ପର୍କ ମଧୁର ହୋଇଥାଏ ।
କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଯଦି ରାତିରେ ଭଲ ନିଦ ହେଉ ନଥାଏ ତେବେ ଲେମ୍ବୁକୁ ଦୁଇ ଫାଳ କରି ତକିଆ ପାଖରେ ରଖିବା ଦ୍ଵାରା ମସ୍ତିଷ୍କ ଶାନ୍ତ ରହିଥାଏ ଏବଂ ଭଲ ନିଦ ହୋଇଥାଏ । ଶୋଇବା ସମୟରେ ଘରର କୋଣ ମାନଙ୍କରେ ଲେମ୍ବୁ କାଟି କରି ରଖିବା ଦ୍ଵାରା ଲାଭକରି ହୋଇଥାଏ ଏବଂ ମଶା, ମାଛି ଓ ଅନ୍ୟ କୀଟପତଙ୍ଗ ଇତ୍ୟାଦି ଘରେ ପ୍ରବେଶ କରି ନଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।