ଲେହେଙ୍ଗା, ଶାଢୀ, ମେକଅପ୍ ଓ ଜୁଏଲାରୀରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି Riya ? ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ !

ରିଲ୍ ଲାଇଫରେ ଭିନ୍ନ ଭିନ୍ନ ହିରୋଙ୍କ ସହ ମ୍ୟାରେଜ କରୁଥିବା ଅଭିନେତ୍ରୀ ରିୟା ଦେ’ ତାଙ୍କ ରିୟଲ ଲାଇଫ ହିରୋ ପାଇ ଯାଇଛନ୍ତି । ନିକଟରେ ଶେଷ ହୋଇଛି ରିୟାଙ୍କ ମ୍ୟାରେଜ ଓ ରିଶେପସନ ପାର୍ଟି । ହଳଦୀ ସେରିମନି ଠାରୁ ଆରମ୍ଭ କରି ରିୟାଙ୍କ ରିଶେପସନ ପାର୍ଟି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଲୁକ୍ ରେ ନଜର ଆସିଥିଲେ ରିୟା ଏବଂ ବେଶ ସୁନ୍ଦର ମଧ୍ୟ ଦିଶୁଥିଲେ । ହଳଦୀ ସେରିମନିରେ ଲାଲ ଧଡି ଥିବା ଏକ ହଳଦୀ ରଙ୍ଗର ଶାଢୀ ସହ ସନଗ୍ଳାସ ପିନ୍ଧିଥିଲେ ରିୟା । ବିବାହ ଖୁସିରେ ବେଶ ଠୁମକା ମଧ୍ୟ ଲଗାଇଥିଲେ ।

ସେହିପରି ମେହେନ୍ଦି ସେରିମନିରେ ସବୁଜ ରଙ୍ଗର ଗେଟଅପ୍ ନେଇଥିଲେ ରିୟା । ଆଉ ବାହାଘରରେ ନାଲି ଶାଢୀ ସହ ରିୟା ବଙ୍ଗାଳୀ ଗେଟଅପ୍ ରେ ଦେଖିବାକୁ ମିଳିଥିଲା । ଏହାପରେ ରିସେପସନ ପାର୍ଟିରେ ଏକ ଅଫ୍ ହ୍ଵାଇଟ ଲେହେଙ୍ଗା ସହ ପରୀ ଭଳି ମେକଅପ୍ ନେଇଥିଲେ ରିୟା । ତାଙ୍କ ମନର ମଣିଷ ସୁନିଲ କୁମାର ଦଳାଇ ମଧ୍ୟ ରିସେପସନ ପାର୍ଟିରେ ସମାନ ରଙ୍ଗର ଶେରୱାନୀ ପିନ୍ଧିଥିଲେ ।

ପରଦା ଉପରେ ବୋହୂ ଭେଶରେ ରିୟା ଯେତିକି ସୁନ୍ଦର ଓ ଆକର୍ଷଣୀୟ ଲାଗନ୍ତି ଅସଲ ଜୀବନରେ ବିବାହ ବେଳେ ଏହା ଠାରୁ ଅଧିକ ସୁନ୍ଦର ଲାଗୁଥିଲେ । ରିୟାଙ୍କ ମୁହଁରେ ଏକ ଅଲଗା ଖୁସି ଓ ଚମକ ଦେଖିବାକୁ ମିଳିଥିଲା ତେବେ ଏହି ସବୁ ମେକଅପ ଓ ଡ୍ରେସ ପାଇଁ ରିୟା କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।

କାରଣ ସୂଚନା ଅନୁଯାୟୀ, ଏହିସବୁ ଡ୍ରେସ ଓ ମେକଅପ ପାଇଁ କୁଆଡେ 15 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରିୟା । କେବଳ ସେତିକି ନୁହେଁ ବରଂ ସୁନାଗହଣାରେ ମଧ୍ୟ ରିୟା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଶୁଣିବାକୁ ମିଳୁଛି । ଏହା ବ୍ଯତୀତ ବିବାହ ଭୋଜି ଏବଂ ବାକି ସବୁ ଆରେଞ୍ଜମେଣ୍ଟରେ ମଧ୍ୟ ରିୟା ଅନେକ ଟଙ୍କା କରିଛନ୍ତି । ବଙ୍ଗାଳୀ ପରିବାରର ଝିଅ ହୋଇଥିବାରୁ ସଂପୂର୍ଣ୍ଣ ବଙ୍ଗାଳୀ ରୀତିନୀତିରେ ବିବାହ କରିଛନ୍ତି ରିୟା । ଜଣେ ଅଭିନେତ୍ରୀ ହୋଇ ନିଜ ପରମ୍ପରାକୁ ରିୟା ବଜାୟ ରଖିବା ନେଇ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।

ରିୟାଙ୍କ ବିବାହରେ ଅନେକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ ଅଭିନେତାମ ଅଭିନେତ୍ରୀ, ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ ଓ ସଙ୍ଗୀତକାର ମାନେ ଯୋଗ ଦେଇଥିଲେ । ରିୟାଙ୍କ ବିବାହ ସରିଥିବା ବେଳେ ଏବେବି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।