ଆମ ପଡୋଶୀ ଦେଶ ପାକିସ୍ତାନରେ ଘୋର ରାଜନୈତିକ ସଙ୍କଟ ଲାଗି ରହିଛି । ଯେଉଁଥି ପାଇଁ କିଛିଦିନ ତଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗାଦି ଛାଡିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ବଦଳରେ ଶେହବାଜ ଶରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ପାକିସ୍ତାନରୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଜଣେ ପାକିସ୍ତାନୀ ସାଂସଦଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଲିକ୍ ହେବା ଫଳରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ।
ସାଂସଦ ଜଣକ ଦେଶ ଛାଡି ଯିବାବେଳେ “ଅଲବିଦା ପାକିସ୍ତାନ” କହି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । କିଛି ଲୋକ ତାଙ୍କ ଦେଶ ଛାଡିବାକୁ ନେଇ ଦୁଃଖ ପ୍ରକାଶ କରିଥିବା ବେଳେ ଆଉ କିଛି ଲୋକ ଖୁସି ବ୍ୟକ୍ତ କରୁଛନ୍ତି । ଏହି ଘଟଣା ପରେ ପାକିସ୍ତାନରେ “ଡୋଣ୍ଟ ଗୋ ଆମିର ଭାଇ” ଟ୍ରେଣ୍ଡ ଦେଖିବାକୁ ମିଳିଛି । ଭିଡିଓ ଲିକ୍ ହୋଇଥିବା ସାଂସଦ ଜଣକ ହେଉଛନ୍ତି ଟିଭି ହୋଷ୍ଟ ଆମିର ଲିଆକତ ହୁସେନ । ସାଂସଦ ନିଜ ଇନଷ୍ଟାଗ୍ରାମରେ ଏକ ଘଣ୍ଟା ଅବଧିର ଏକ ଭିଡିଓ ଶେୟାର କରିଛନ୍ତି ।
ଭିଡିଓରେ ସେ କାନ୍ଦୁଥିବା ଦେଖା ଯାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ତଥ୍ୟ ଶେୟାର କରିଥିଲେ । ଏହି ଭିଡିଓରେ ସେ କହିଛନ୍ତି କି, ମୋ ଭିଡିଓ ୟୁଟ୍ଯୁବରେ ଭାଇରାଲ ହୋଇଥିଲେ ମଧ୍ୟ ଏହାକୁ ହଟାଇବାକୁ କେହି ଚାହିଁ ନଥିଲେ । ମୁଁ ଯଦି କାହାକୁ ଦୁଃଖ ଦେଇଛି ସେମାନେ ମୋତେ କ୍ଷମା କରିଦେବେ ।
ମୋ ପ୍ରତି ଦୟାଭାବ ପ୍ରଦର୍ଶନ କରିଥିବା ଲୋକଙ୍କ ଋଣ ମୁଁ ପରିଶୋଧ କରିଦେବି । ସେ ଆହୁରି ମଧ୍ୟ ଲେଖିଥିଲେ କି, ମୁଁ ପାକିସ୍ତାନ ଛାଡି ଚାଲିଯାଉଛି, କାରଣ ଏହି ଦେଶ ମୋ ପାଇଁ ରହିବା ଯୋଗ୍ୟ ହୋଇ ରହିନାହିଁ । ଏଠାକାର ପରିବେଶ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ମୋ ଉପରେ ଆଙ୍ଗୁଳି ଉଠାଯାଉଛି ଓ ମିମ୍ସ ବନାଯାଉଛି । ମୋତେ ଏହି ଘଟଣା ବହୁତ ବାଧିଥିଲେ ବି ମୁଁ ହସ ହସ ମୁହଁରେ ଏହାକୁ ଏଡାଇ ଦେଇଛି ।
ମୁଁ ଥରେ ପାକିସ୍ତାନ ଛାଡି ଚାଲିଯିବା ପରେ ଆଉ କେବେବି ଫେରିବି ନାହିଁ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରାଇଭେଟ ଭିଡିଓରେ ହୁସେନ ଆପତ୍ତିଜନକ ଅବସ୍ଥାରେ ଥିବା ସହ ତାଙ୍କ ବେଡରେ ଡ୍ରଗ୍ସ ଥିବା ଦେଖିବାକୁ ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।