ଏସିଡ ଆଟାକ ଗର୍ଲ Laxmi Agarwal (Chhappak) ଙ୍କ Biography, ଜାଣନ୍ତୁ ତାଙ୍କ ଲାଇଫ ଷ୍ଟାଇଲ, ସ୍ଵାମୀ, ପରିବାର, ଲକ୍ଷ୍ମୀଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି କାନ୍ଦି ପକେଇବେ

ଭାରତର ଜଣେ ସାହସୀ ମହିଳା ଭାବେ ସାରା ଦୁନିଆରେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି ଏ-ସି-ଡ ଆ-ଟା-କ ସ-ର-ଭା-ଇ-ଭ-ର ଲକ୍ଷ୍ମୀ ଅଗରୱାଲ । ୧ ଜୁନ ୧୯୯୦ରେ ଦିଲ୍ଲୀରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀ । ତାଙ୍କ ବାପା ଜଣେ ରୋଷେୟା ଥିଲେ ଓ ମା ଥିଲେ ଗୃହିଣୀ । ଲକ୍ଷ୍ମୀଙ୍କର ଜଣେ ବଡ ଭାଇ ମଧ୍ୟ ଥିଲେ, ତାଙ୍କ ନାମ ରାହୁଲ ଅଗରୱାଲ । ୨୦୧୨ରେ ତାଙ୍କ ଭାଇକୁ ଟିଭି ହୋଇଥିବା ଜଣା ପଡିଥିଲା । ଡାକ୍ତର କହିଥିଲେ କି ସେ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିବେ ନାହିଁ ।

ଏହି ଖବର ଶୁଣି ତାଙ୍କ ପିତା ଏତେ ଭାଙ୍ଗି ପଡିଥିଲେ ଯେ ୩ ଦିନ ପରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଏହାପରେ ୨୦୧୪ରେ ଲକ୍ଷ୍ମୀଙ୍କ ଭାଇ ମଧ୍ୟ ମୃ-ତ୍ୟୁ-ବ-ର-ଣ କରିଥିଲେ । ଲକ୍ଷ୍ମୀ ମାତ୍ର ମାଟ୍ରିକ ଯାଏ ଦିଲ୍ଲୀର ବିଦ୍ୟାଳୟ ସ୍କୁଲରେ ପାଠ ପଢିଥିଲେ । ଏହା ପରେ ତାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା । ୨୦୦୫ରେ ଲକ୍ଷ୍ମୀଙ୍କ ବୟସ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ୩୨ ବର୍ଷୀୟ ନଇମ ଖାନ ଓରଫ ଗୁଡ୍ଡା ତାଙ୍କୁ ପ୍ରପୋଜ କରିଥିଲେ । ନଇମ ଖାନ ଲକ୍ଷ୍ମୀଙ୍କ ସାଙ୍ଗଙ୍କ ବଡ ଭାଇ ଥିଲେ ।

ଲକ୍ଷ୍ମୀ ତାଙ୍କ ପ୍ରପୋଜାଲ ଅସ୍ଵୀକାର କରିବା ପରେ ସେ ତାଙ୍କୁ ଅନେକ ଦିନ ଧରି ହଇରାଣ କରିଥିଲେ । ତାଙ୍କ ଫେରିବା ବାଟରେ ତାଙ୍କୁ ଜଗୁଥିଲେ ଓ ଶେଷରେ ଭୟଙ୍କର ପ୍ର-ତି-ଶୋ-ଧ ନେଇଥିଲେ । ବିଚ ବଜାରରେ ତାଙ୍କ ଭାଇଙ୍କ ଗାର୍ଲଫ୍ରେଣ୍ଡଙ୍କ ସହାୟତାରେ ଲକ୍ଷ୍ମୀଙ୍କ ଉପରେ ଏ-ସି-ଡ ଢାଳି ଦେଇଥିଲେ । ସେ ସମୟ ଲକ୍ଷ୍ମୀଙ୍କ ପାଇଁ ଖୁବ ଯ-ନ୍ତ୍ର-ଣା-ଦା-ୟ-କ ଥିଲା, ଏମିତି ଲାଗୁଥିଲା ଯେମିତି ତାଙ୍କ ମାଂସ ସବୁ ତରଳି ତାଙ୍କ ଶରୀରରୁ ଅଲଗା ହୋଇଯାଉଛି । ହସ୍ପିଟାଲରେ ଅନେକ ମାସ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା ।

ଭଲ ହୋଇ ଘରକୁ ଫେରିବା ପରେ ଯେବେ ପ୍ରଥମ ଥର ଦର୍ପଣରେ ନିଜ ମୁହଁ ଦେଖିଥିଲେ ବହୁତ କଷ୍ଟ ପାଇଥିଲେ ଲକ୍ଷ୍ମୀ । ତଥାପି ନିଜକୁ ଭାଙ୍ଗି ଯିବାକୁ ଦେଇ ନ ଥିଲେ । ଛୋଟବେଳୁ ସେ ଜଣେ ସିଙ୍ଗର ଏବଂ ଡାନ୍ସର ବନିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପରିବାର ସହଯୋଗ ନ କରିବା ହେତୁ ତାଙ୍କ ସ୍ଵପ୍ନ ଅଧୁରା ରହି ଯାଇଥିଲା । ୨୦୦୯ରେ ଲକ୍ଷ୍ମୀ ସିଲେଇ, ବ୍ୟୁଟିସିଆନ କୋର୍ସ ଓ କମ୍ପ୍ୟୁଟର କୋର୍ସ ସବୁ ପୁରା କରିଥିଲେ । କିନ୍ତୁ ଯେତେବେଳେ ଚାକିରି କରିବାକୁ ଗଲେ ତାଙ୍କ ଚେହେରା ଦେଖି ତାଙ୍କୁ ସମସ୍ତେ ଚାକିରି ଦେବାକୁ ମନା କରି ଦେଉଥିଲେ ।

୨୦୧୩ରେ ଲକ୍ଷ୍ମୀ ଏକ ଏସିଡ ଆଟାକ କ୍ୟାମ୍ପେନ ସହ ଜଡିତ ହୋଇଥିଲେ ଓ ଜର୍ଣ୍ଣାଲିଜିମ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୪ରେ ସେ ‘ଉଡ଼ାନ’ ନାମକ ଏକ ଟିଭି ଶୋ ମଧ୍ୟ ହୋଷ୍ଟ କରିଥିଲେ । ଏହା ସହ କିଛି ବ୍ରାଣ୍ଡ ପାଇଁ ଲକ୍ଷ୍ମୀ ମଡେଲିଙ୍ଗ କରିବା ଆରମ୍ଭ କରିଥିଲେ । ୨୦୧୬ ରେ ଲକ୍ଷ୍ମୀ ଲଣ୍ଡନ ଫ୍ୟାଶନ ୱିକରେ ମଧ୍ୟ ରାମ୍ପ ୱାକ କରିଥିଲେ । ଏହା ସହ ୨୦୧୪ରେ ଲକ୍ଷ୍ମୀଙ୍କୁ ‘ଇଣ୍ଟର ନ୍ୟାସନାଲ ୱମେନ ଅଫ କରେଜ’ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇ ଥିଲା ।

୨୦୧୪ରେ ଟିଭି ଶୋ ହୋଷ୍ଟ କରିବା ସମୟରେ ଲକ୍ଷ୍ମୀଙ୍କ ସାକ୍ଷାତ ଜର୍ଣ୍ଣାଲିଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଆଲୋକ ଦୀକ୍ଷିତଙ୍କ ସହ ହୋଇଥିଲା । କିଛି ସମୟ ପରେ ଆଲୋକ ଏବଂ ଲକ୍ଷ୍ମୀ ବିବାହ କରି ନେଇଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି, ତାଙ୍କ ନାମ ପିହୁ । କିନ୍ତୁ ୨୦୧୭ରେ ଲକ୍ଷ୍ମୀ ଓ ଆଲୋକ ଅଲଗା ହୋଇ ଯାଇଥିଲେ । ଲକ୍ଷ୍ମୀଙ୍କ ଜୀବନୀ ଉପରେ ବଲିଉଡରେ ‘ଛପକ’ ଫିଲ୍ମ ମଧ୍ୟ ବନି ସାରିଛି । ସେଥିରେ ଲକ୍ଷ୍ମୀଙ୍କ ଫେଭରେଟ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଭିକ୍ରାନ୍ତ ମାସେ ମୁଖ୍ୟ ଚରିତ୍ରରେ ଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ