ସ୍ଵାମୀ ଦ୍ଵିତୀୟ ବିବାହ କରୁଥିବା ବେଳେ ହନୁମାନ ବାଟିକାରେ ଲଙ୍କା କାଣ୍ଡ କରିଦେଲେ ପ୍ରଥମ ସ୍ତ୍ରୀ । ସ୍ବାମୀଙ୍କ ଦ୍ଵିତୀୟ ଖବର ପାଇବା ପରେ ସେ ଥାନାରେ ଯାଇ ଏତଲା ଦେଇଛନ୍ତି । ଯାହାପରେ ବିବାହ ମଣ୍ଡପରୁ ସ୍ଵାମୀଙ୍କୁ ଉଠେଇ ଆଣିଛି ପୋଲିସ । ପ୍ରଥମ ସ୍ତ୍ରୀ ସରସ୍ଵତୀ ସରକାରଙ୍କୁ ଛାଡପତ୍ର ନଦେଇ ସ୍ଵାମୀ ଆନନ୍ଦ ଶର୍ମା ଦ୍ଵିତୀୟ ବିବାହ କରୁଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଆନନ୍ଦଙ୍କୁ ଅଟକ ରଖି ଉଦିତ ନାରାୟଣ ପୋଲିସ ପଚରା ଉଚରା କରୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉଳକେଲା ସହରରେ ।
ରାଉଳକେଲାର ଜଲଦା ସିଂ ବ୍ଲକ ଅଞ୍ଚଳର ବାସିନ୍ଦା ଆନନ୍ଦ ଶର୍ମାଙ୍କ ସହ ଖୁସବୁ ମଣ୍ଡଲଙ୍କ ବିବାହ ହନୁମାନ ବାଟିକାରେ ଅନୁଷ୍ଠିତ ହେଉଥିଲା । ସ୍ଵାମୀଙ୍କର ବିବାହ ଖବର ପାଇବା ପରେ ପ୍ରଥମ ସ୍ତ୍ରୀ ତାଙ୍କ ନାଁରେ ଏତଲା ଦେବା ସହ ସ୍ଵାମୀଙ୍କ ନାଁରେ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଦେଇଛନ୍ତି । ତାଙ୍କ ସହ ବିବାହ ସମ୍ପର୍କରେ ଥାଇ ମଧ୍ୟ ତାଙ୍କ ସ୍ଵାମୀ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖନ୍ତି । ଏଭଳି ଝିଅଙ୍କ ସହ ସମ୍ପର୍କ ରଖିବା ତାଙ୍କର ଅଭ୍ଯାସ ବୋଲି କହିବା ସହ ପୂର୍ବରୁ ମଧ୍ୟ ଦୁଇ ଝିଅଙ୍କ ସହ ବିବାହ କରିଥିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପ୍ରଥମ ସ୍ତ୍ରୀ ସରସ୍ଵତୀ ।
ଏପରିକି ସ୍ତ୍ରୀଙ୍କ ସହ ଗୋଟିଏ ଘରେ ଥିବା ବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ମାନଙ୍କୁ ନେଇ ମଧ୍ୟ ସେ ଘରକୁ ଆସୁଥିବା ଅଭିଯୋଗ କରିଛନ୍ତି । ସ୍ଵାମୀ ଏଭଳି ବାରମ୍ବାର ଅନ୍ୟ ଝିଅଙ୍କ ସହ ରହୁଥିଲେ ଓ ପୁଣି ପ୍ରଥମ ସ୍ତ୍ରୀଙ୍କୁ ବୁଝେଇ ସୁଝେଇ ତାଙ୍କ ବାପଘରୁ ଯାଇ ନେଇ ଆସୁଥିଲେ । ଆଉ ସେମିତି କିଛି କରିବେନି ବୋଲି କହୁଥିଲେ ଏବଂ ଏନେଇ ଏକ ପେପରରେ ମଧ୍ୟ ଉଭୟଙ୍କ ମଧ୍ୟରେ ଲେଖାପଢା ହୋଇଥିଲା ।
ତଥାପି ତାଙ୍କ ସ୍ଵାମୀ ବାରମ୍ବାର ଏଭଳି ଭୁଲ କରିବାରୁ ସେ ଚାହୁଁଛନ୍ତି କି ତାଙ୍କୁ ଦଣ୍ଡ ମିଳୁ ବୋଲି କହିଛନ୍ତି ପ୍ରଥମ ସ୍ତ୍ରୀ ସରସ୍ଵତୀ । ଆନନ୍ଦ କିନ୍ତୁ କହିଛନ୍ତି କି ୨୦୧୩ରେ ତାଙ୍କର ସରସ୍ଵତୀଙ୍କ ସହ ବିବାହ ହୋଇଥିବା ବେଳେ ଗତ ଦୁଇ ବର୍ଷ ତଳେ ସେମାନେ ଅଲଗା ହୋଇ ଯାଇଥିଲେ । ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା କି ଦୁହେଁ ନିଜ ନିଜ ବାଟରେ ଚାଲିଯିବେ ବୋଲି ।
କିନ୍ତୁ ଏବେ ପ୍ରଥମ ଆସି ଏଭଳି ସମସ୍ଯା କରୁଛନ୍ତି । ତେବେ ଏ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।