ଲକ୍ଷ ଲକ୍ଷ ଟଙ୍କା ଧାର୍ ଦେଇଥିଲେ Raimohan, ଘରକୁ ଯାଇ ପଚରାଉଚରା କରିବା ପରେ ପୋଲିସ ହାତକୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…ଦେଖନ୍ତୁ Video

ବରିଷ୍ଠ ଓଲିଉଡ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଗଲାଣି । ହେଲେ ବି ତାଙ୍କ ପ୍ରଶଂସକଙ୍କ ମନରେ ଏବେବି ସେଇ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ତାଙ୍କ ପ୍ରିୟ ଅଭିନେତା ରାଇମୋହନ କାହିଁକି ଆତ୍ମହତ୍ୟା କଲେ ? କାହିଁକି ନିଜେ ଜୀବନ ହାରିବା ଭଳି ଏକ ଚରମ ନିଷ୍ପତ୍ତି ନେଲେ ରାଇମୋହନ ? ସେ ଆତ୍ମହତ୍ୟା କରିବା ଘଟଣାକୁ ଏବେବି କେହି ମଧ୍ୟ ସହଜରେ ଗ୍ରହଣ କରି ପାରୁନାହାନ୍ତି ।

ଏହି ଘଟଣା ସମ୍ପର୍କରେ ମଞ୍ଚେଶ୍ଵର ଥାନା ପୋଲିସର ଚାରିଜଣିଆ ମହିଳା ପୋଲିସଙ୍କ ଏକ ଟିମ୍ ରାଇମୋହନଙ୍କ ଭୁବନେଶ୍ବର ପ୍ରାଚୀବିହାର ସ୍ଥିତ ଘରକୁ ଯାଇ ତାଙ୍କ ଦୁଇ ଝିଅ, ପତ୍ନୀ, ଜ୍ଵାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛି । ଚାରିଘଣ୍ଟା କାଳର ଏହି ପଚରାଉଚରା ମଧ୍ୟରେ ଅନେକ ତଥ୍ୟ ହସ୍ତଗତ କରିଛି ପୋଲିସ । ଏହାସହ ତାଙ୍କର କୌଣସି ଆର୍ଥିକ ସମସ୍ଯା ନଥିଲା ବୋଲି ମଧ୍ୟ ପୋଲିସ ସ୍ପଷ୍ଟ କରିଛି । ଆର୍ଥିକ ସ୍ଥିତିକୁ ନେଇ ରାଇ କୌଣସି ମାନସିକ ଚିନ୍ତାରେ ନଥିଲେ ।

କିନ୍ତୁ ଦୀର୍ଘଦିନ ହେବ ପାରିବାରିକ ସମସ୍ୟାକୁ ନେଇ ସେ ମାନସିକ ଅଶାନ୍ତିରେ ରହୁଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି । ଯେଉଁଥି ପାଇଁ ରାଇମୋହନ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା କଥା ଚର୍ଚ୍ଚା ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ଦୁଇ ଝିଅ ଏବଂ ପତ୍ନୀ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ତେଣୁ ସେମାନଙ୍କୁ ପୋଲିସ ପରେ ପଚରାଉଚରା କରିବ ବୋଲି ସୂଚନା ଦେଇଛି ।

ଅନ୍ୟପକ୍ଷରେ ପୋଲିସ ଜାଣିବାକୁ ପାଇଛି କି ରାଇମୋହନ ପରିଡା ଅନେକ ଲୋକଙ୍କୁ ଅନେକ ଟଙ୍କା ଉଧାର ଦେଇଛନ୍ତି । କିଛି ଲୋକଙ୍କ ପାଖରେ ଟଙ୍କା ନିବେଶ ମଧ୍ୟ କରିଛନ୍ତି । ଏସବୁ ମଧ୍ୟରୁ ଅଳ୍ପ କିଛି ପରିମାଣର ହିସାବ ଲୋକଙ୍କ ପାଖେ ରହିଛି । ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ଧାର ନେଇଥିବା ବ୍ୟକ୍ତିମାନେ ସେହି ଟଙ୍କା ଏବେ ଫେରସ୍ତ କରିବେ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି । ରାଇମୋହନଙ୍କ ମୃତ୍ୟୁ ପରେ ଏଭଳି ଅନେକ ତଥ୍ୟ ସାମ୍ନାକୁ ଆସୁଛି ।

ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ଓ ତାଙ୍କ ପ୍ରିୟ ଅଭିନେତା ରାଇମୋହନ କଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।