ଲକଡାଉନରେ ଘରେ ଅଛନ୍ତି ତ ଘରେ ବସି ପୋସ୍ଟ ଅଫିସରୁ କରି ପାରିବେ ଇନକମ, ଏମିତି ନିଅନ୍ତୁ ଫ୍ରାଞ୍ଚାଇଜ

ଆପଣଙ୍କୁ କହିଦେଉଛୁ କି ପୋସ୍ଟ ଅଫିସ ନିଜର ଫ୍ରାଞ୍ଚାଇଜ ଦେଇଥାଏ । ଏହାକୁ ନେବା ପାଇଁ ବହୁତ ସହଜ ନିୟମ ଅଛି । ଆପଣ ଅନ୍ଲାଇନ ଚେକ କରି ଜାଣି ପାରିବେ କି ପୋସ୍ଟ ଅଫିସର ଫ୍ରାଞ୍ଚାଇଜ କେମିତି ମିଳିବ । ପୋସ୍ଟ ଅଫିସର ଫ୍ରାଞ୍ଚାଇଜ ନେବାରେ ଅଧିକ ନିବେଶ ବି କରିବାକୁ ପଡିବ ନାହିଁ ଓ ସହଜରେ ଆୟ ବି କରି ପାରିବେ । ପୋସ୍ଟ ଅଫିସର ଫ୍ରାଞ୍ଚାଇଜ ୫୦୦୦ ଟଙ୍କା ନିବେଶ ଦ୍ଵାରା ମିଳିପାରିବ ।

ବର୍ତ୍ତମାନ ଦେଶରେ ପାଖପାଖି ୧.୫୫ ଲକ୍ଷ ପୋସ୍ଟ ଅଫିସ ଅଛି । କିନ୍ତୁ ଏହା ସତ୍ବେ ବି ପୋସ୍ଟ ଅଫିସ ସବୁ ସ୍ଥାନରେ ପହଞ୍ଚି ପାରେ ନାହିଁ । ସେଥିପାଇଁ ପୋସ୍ଟ ଅଫିସ ନିଜର ଫ୍ରାଞ୍ଚାଇଜ ଦେଉଛି । ପୋସ୍ଟ ଅଫିସ ନିଜର ନେଟୱାର୍କ ବଢାଇବାକୁ ଚାହୁଁଛି । ଯଦି ଆପଣ ଗୋଟିଏ ଭଲ କାମ କରିବାକୁ ଚାହୁଁଛନ୍ତି, ତେବେ ଏହା ପୋସ୍ଟ ଅଫିସ ଫ୍ରାଞ୍ଚାଇଜ ମାଧ୍ୟମରେ କରି ପାରିବେ । ଆସନ୍ତୁ ଜାଣିବା ପୋସ୍ଟ ଅଫିସ ଫ୍ରାଞ୍ଚାଇଜ କେମିତି ମିଳିଥାଏ ଓ କେମିତି କାମ କରିଥାଏ ।

ଏହା ବି ଜାଣିବା କି ଫ୍ରାଞ୍ଚାଇଜ ଦ୍ଵାରା ଗୋଟିଏ ପୋସ୍ଟ ଅଫିସ କେମିତି ଆୟ କରିବ । ପୋସ୍ଟ ଅଫିସ ଦୁଇ ପ୍ରକାରର ଫ୍ରାଞ୍ଚାଇଜ ଦେଇଥାଏ । ପ୍ରଥମ ଆଉଟଲେଟ ଫ୍ରାଞ୍ଚାଇଜ ଅଟେ । କହିବାକୁ ଗଲେ ଦେଶର ଏମିତି ବହୁତ ସ୍ଥାନ ଅଛି ଯେଉଁଠି ପୋସ୍ଟ ଅଫିସ ଖୋଲିବା ଆବଶ୍ୟକତା ଅଟେ । କିନ୍ତୁ ସେଠି ପୋସ୍ଟ ଅଫିସ ଖୋଲା ଯାଇ ପାରିବ ନାହିଁ । ସେଥିପାଇଁ ଲୋକମାନଙ୍କ ସୁବିଧା ପ୍ରଦାନ କରିବା ପାଇଁ ପୋସ୍ଟ ଅଫିସ ସେହି ସ୍ଥାନରେ ନିଜର ଏହି ଆଉଟଲେଟ ଫ୍ରାଞ୍ଚାଇଜ ଖୋଲିଥାଏ ।

ଦ୍ଵିତୀୟ ଅଟେ ପୋସ୍ଟଲ ଏଜେଂଟ୍ସ ଫ୍ରାଞ୍ଚାଇଜ । ଅର୍ଥାତ ଏଥିରେ ଆପଣ ଜଣେ ଏଜେଣ୍ଟ ରୂପରେ ସହର ଓ ଗ୍ରାମୀଣ କ୍ଷେତ୍ରର ଘର ଘର ଯାଇ ଡାକ ଟିକଟ ଓ ସ୍ଟେଶନରୀ ବିକ୍ରି କରିବେ । ଆପଣଙ୍କୁ କହିଦେଉଛୁ କି ପୋସ୍ଟ ଅଫିସରେ ଫ୍ରାଞ୍ଚାଇଜ କୌଣସି ବି ଭାରତୀୟ ବ୍ୟକ୍ତି ନେଇ ପାରିବ । ଏହା ସହିତ ଏହି ଫ୍ରାଞ୍ଚାଇଜ ନେବା ପାଇଁ ସର୍ବନିମ୍ନ ଆୟୁ ୧୮ ବର୍ଷ ହେବା ଉଚିତ । ଏହା ଛଡା ଆପଣଙ୍କୁ ଶିକ୍ଷିତ ହେବା ଉଚିତ ।

କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରୁ ଅଷ୍ଟମ ପାସ ବ୍ୟକ୍ତି ପୋସ୍ଟ ଅଫିସର ଫ୍ରାଞ୍ଚାଇଜ ନେଇ ପାରିବ । ପୋସ୍ଟ ଅଫିସର ଫ୍ରାଞ୍ଚାଇଜ ପାଇଁ ସିକ୍ୟୋରିଟୀ ଡିପୋଜିଟ ଦେବାକୁ ପଡିବ । ଯଦି ଆପଣ ପୋସ୍ଟ ଅଫିସର ଫ୍ରାଞ୍ଚାଇଜ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୫୦୦୦ ଟଙ୍କା ସିକ୍ୟୋରିଟୀ ଡିପୋଜିଟ ଦେବାକୁ ହେବ । ଫ୍ରାଞ୍ଚାଇଜ ମିଳିବା ପରେ ଆପଣଙ୍କୁ ଆପଣଙ୍କ କାମ ହିସାବରେ ଏକ ନିଶ୍ଚିତ କମିଶନ ଠିକ ହୋଇଥାଏ ।

ପୋସ୍ଟ ଅଫିସର ଫ୍ରୈଂଚାଇଜ଼ୀରେ ଆପଣଙ୍କୁ ଗ୍ରାହକମାନଙ୍କୁ ଟିକେଟ, ସ୍ଟେଶନରୀ, ସ୍ପୀଡ ପୋସ୍ଟ, ଲେଖ, ମନୀଅର୍ଡରର ବୁକିଙ୍ଗ ଭଳି ସୁବିଧା ଦେବାକୁ ହେବ । ଆପଣ ଫ୍ରାଞ୍ଚାଇଜ ଆଉଟଲେଟ ଖୋଲି ପାରିବେ କିମ୍ବା ପୋସ୍ଟ ଅଫିସର ଏଜେଣ୍ଟ ହୋଇ ଏହି ସୁବିଧାକୁ ପ୍ରାପ୍ତ କରି ପାରିବେ । ପୋସ୍ଟ ଅଫିସର ଫ୍ରାଞ୍ଚାଇଜ ପାଇଁ ଆବେଦନ କରିବା ପାଇଁ ତଳେ ଦିଆ ଯାଇ ଥିବା ଲିଙ୍କରୁ ଏହି ଫର୍ମକୁ ଡାଉନଲୋଡ କରିବାକୁ ପଡିବ ।

https://www.indiapost.gov.in/VAS/DOP_PDFFiles/Franchise.pdf ଆପଣ ଏହି ଲିଙ୍କ ଉପରେ ଯାଇ ଫର୍ମ ଭର୍ତ୍ତି କରି ପାରିବେ । ଚୟନ ଲୋକମାନଙ୍କୁ ପୋସ୍ଟ ଅଫିସ ସହିତ ଏକ ବୁଝାମଣା ପତ୍ର ଉପରେ ହସ୍ତାକ୍ଷର କରିବାକୁ ହେବ । ତେବେ ଯାଇ ସେ ଆପଣଙ୍କୁ ଗ୍ରାହକ ସୁବିଧା ଦେଇ ପାରିବେ ।