ଲାଲ କିତାବ ର 10 ଟି ଏମିତି ଚମତ୍କାରୀ ଉପାୟା ଯାହା ବଦଳାଇ ଦେବ ଆପଣଙ୍କ ଜୀବନ

ପ୍ରତ୍ୟେକ ବ୍ୟକ୍ତି ନିଜ ଭାଗ୍ୟକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି । କାହାର ଭାଗ୍ୟ ଖୁବ୍ ଭଲ ହୋଇଥାଏ ତ କାହାର ମନ୍ଦ । କିନ୍ତୁ କେଉଁ ବ୍ୟକ୍ତି ମଧ୍ୟ ନିଜ ଭାଗ୍ୟ ଓ ଭବିଷ୍ୟତ ବଦଳି ପାରନ୍ତି ନାହିଁ । ବିଶ୍ୱାସ ରହିଛି ବ୍ୟକ୍ତିର ଉତ୍ତମ କର୍ମ ଯୋଗୁଁ ଉତ୍ତମ ଭାଗ୍ୟ ଓ ମନ୍ଦ କର୍ମ ଯୋଗୁଁ ମନ୍ଦ ଭାଗ୍ୟ ହୋଇଥାଏ । ଲାଲ୍ ପୁସ୍ତକର ସାହାଯ୍ୟରେ ବ୍ୟକ୍ତି ନିଜ ଭାଗ୍ୟ ପରିବର୍ତ୍ତନ କରି ସଙ୍କଟରୁ ନିବାରଣ ପାଇ ପାରିବ । ଯଦି ଆପଣ ମଧ୍ୟ ଲାଲ୍ ପୁସ୍ତକ ସାହାଯ୍ୟରେ ନିଜ ସମସ୍ୟାର ସମାଧାନ ଚାହୁଁଛନ୍ତି ତେବେ ଆମେ ଜଣାଇଥିବା ଉପାୟକୁ ଆପଣାନ୍ତୁ ଓ ନିଜ ଭାଗ୍ୟ ବଦଳାନ୍ତୁ ।

୧- ଆପଣଙ୍କର ଯଦି କିଛି ସମସ୍ୟା ଅଛି ବା ଆପଣ କେଉଁ ବିଷୟ ପାଇଁ ବହୁତ ଚିନ୍ତିତ ଅଛନ୍ତି ତେବେ ସମସ୍ୟା ଦୂର କରିବା ପାଇଁ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ ଓ ସେଥିରେ ଅଳ୍ପ ଲାଲ୍ ଚନ୍ଦନ ମିଶାଇ ଦିଅନ୍ତୁ । ରାତିରେ ଶୋଇବା ସମୟରେ ଏହି ପାତ୍ର କୁ ମୁଣ୍ଡ ଉପରେ ରଖି ଶୁଅନ୍ତୁ ଓ ସକାଳୁ ଉଠି ଏହି ପାଣିକୁ ତୁଳସୀ ଚଉରାମୂଳରେ ଢ଼ାଳି ଦିଅନ୍ତୁ ।

୨- ଯଦି ଆପଣ ନିଜ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ଓ ଧନ ସମସ୍ୟାରୁ ମୁକ୍ତ ହେବାକୁ ଚାହାଁନ୍ତି ତେବେ ୨୧ଟି ଶୁକ୍ରବାର ଯାଏ ୯ ବର୍ଷରୁ କମ୍ ୫ ଜଣ କନ୍ୟାଙ୍କୁ କ୍ଷୀର ଓ ମିଶ୍ରିର ପ୍ରସାଦ ବାଣ୍ଟନ୍ତୁ ।

୩- ଯଦି କୁଆଁରୀ କନ୍ୟାଙ୍କ ବିବାହରେ କୌଣସି ସମସ୍ୟା ଉପୁଜିଛି ତେବେ ପୂଜାର ୫ଟି ନଡ଼ିଆ ନେଇ ଭଗବାନ୍ ଶିବଙ୍କ ସମ୍ମୁଖରେ ରଖି “ଓଁ ଶ୍ରୀ ବର ପ୍ରଦାୟ ଶ୍ରୀ ନମଃ” ମନ୍ତ୍ରକୁ ୫ ଥର ମାଳାରେ ଜପ କରନ୍ତୁ ଓ ୫ଟି ଯାକ ନଡ଼ିଆ ଶିବଙ୍କ ମନ୍ଦିରରେ ଚଢାନ୍ତୁ ।

୪- ଯଦି ଆପଣ ନିଜ ବ୍ୟବସାୟରେ ବୃଦ୍ଧି ଚାହାଁନ୍ତି ତେବେ ଶୁକ୍ଳ ପକ୍ଷରେ କୌଣସି ଦିନ ମଧ୍ୟ ନିଜ ବ୍ୟବସାୟ ସ୍ଥଳ ବା ଦୋକାନର କବାଟର ବାହାର ଦୁଇ ପାର୍ଶ୍ଵରେ ଅଳ୍ପ ଗହମ ଅଟା ରଖି ଦିଅନ୍ତୁ ଓ ପୂଜା ଘରେ ଅଭିମନ୍ତ୍ରିତ ଶ୍ରୀ ଯନ୍ତ୍ର ରଖନ୍ତୁ । ଶୁକ୍ରବାର ରାତିରେ ଅଧ କିଲୋ କଳା ଚଣା ଭିଜେଇ ରଖନ୍ତୁ ଓ ପର ଦିନ ତାକୁ ସୋରିଷ ତେଲରେ ଛାଣି ନିଅନ୍ତୁ । ଏହାକୁ ତିନି ଭାଗ କରନ୍ତୁ । ପ୍ରଥମ ଭାଗ ଘୋଡ଼ା ବା ବଳଦକୁ ଖାଇବାକୁ ଦିଅନ୍ତୁ, ଦ୍ଵିତୀୟ ଭାଗ କୁଷ୍ଠ ରୋଗୀଙ୍କୁ ଦିଅନ୍ତୁ ଓ ତୃତୀୟ ଭାଗକୁ ନିଜ ମୁଣ୍ଡ ଉପରେ ଘଣ୍ଟାର ବିପରୀତ ଦିଗରେ ତିନି ଥର ବୁଲାଇ କୌଣସି ଚଉରା ଉପରେ ରଖି ଦେଇ ଆସନ୍ତୁ ।

୫- ଯଦି ଆପଣଙ୍କ ପ୍ରେମ ବିବାହରେ କୌଣସି ସମସ୍ୟା ଆସୁଛି ତେବେ ଶୁକ୍ଳ ପକ୍ଷର ଗୁରୁବାର ଦିନ ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଗରେ “ଓଁ ଲକ୍ଷ୍ମୀ ନାରାୟଣାୟ ନମଃ” ମନ୍ତ୍ରର ପ୍ରତ୍ୟେକ ଦିନ ୩ ଥର ମାଳା ଜପ କରନ୍ତୁ । ତିନି ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ମନ୍ଦିରରେ ପ୍ରସାଦ ଚଢାନ୍ତୁ ଓ ବିବାହର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ ।

୬- ଶିଶୁ ସନ୍ତାନର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ଏକ ରେଶମୀ କଳା ଡୋର ନିଅନ୍ତୁ ଓ “ଓଁ ନମୋଃ ଭଗବତେ ବାସୁଦେବାୟ ନମଃ” ଜପ କରୁଥିବା ଅବସ୍ଥାରେ ଡୋରର ଅଳ୍ପ ଅଳ୍ପ ଦୂରତାରେ ୭ଟି ଗଣ୍ଠି ପକାନ୍ତୁ ଓ ଡୋରକୁ ଶିଶୁର ଗଳା କିମ୍ବା ଅଣ୍ଟାରେ ବାନ୍ଧି ଦିଅନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଶିଶୁର ମୁଣ୍ଡ ଉପରେ କଞ୍ଚା କ୍ଷୀର ୧୧ଥର ବୁଲାଇ ରଖନ୍ତୁ ଓ ସନ୍ଧ୍ୟା ସମୟରେ କୌଣସି କୁକୁରକୁ ପାଇବାକୁ ଦିଅନ୍ତୁ ।

୭- ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଶୋଇବା ସମୟରେ ପୂର୍ବ ଦିଗକୁ ମୁଣ୍ଡ ରଖି ଶୁଅନ୍ତୁ ଓ ନିଜ ଶୟନ କକ୍ଷରେ ଏକ ପାତ୍ରରେ ଅଳ୍ପ ସନ୍ଧବ ଲୁଣର କିଛି ଟୁକୁଡ଼ା ରଖି ଦିଅନ୍ତୁ ।

୮- ଯଦି ଆପଣଙ୍କର କେଉଁ କାର୍ଯ୍ୟ ହେଉ ହେଉ ବିଗିଡି ଯାଉଛି ତେବେ ପ୍ରତ୍ୟେକ ମଙ୍ଗଳବାର ହନୁମାନଙ୍କ ଚରଣରେ ମିଠା ବୁନ୍ଦି ଚଢ଼ାନ୍ତୁ ଓ ସେହି ବୁନ୍ଦିକୁ ମନ୍ଦିର ବାହାରେ ଥିବା ଗରିବ ଲୋକଙ୍କୁ ବାଣ୍ଟି ଦିଅନ୍ତୁ ।

୯- ଯଦି ଆପଣ ନିଜ ଚାକିରୀରେ ପଦୋନ୍ନତି ପାଇବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ କୌଣସି ମନ୍ଦିରରେ ମଧ୍ୟ ହଳଦିଆ ବସ୍ତୁ ଚଢାନ୍ତୁ ବା ଦାନ କରନ୍ତୁ ଓ ପ୍ରତ୍ୟେକ ଦିନ ସକାଳେ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ ।

୧୦- ଯଦି ଆପଣ ଅନେକ ପରିଶ୍ରମ କରିବା ପରେ ମଧ୍ୟ ଚାକିରି ପାଉ ନାହାଁନ୍ତି ତେବେ ପାଣି ଥିବା ଏକ କୂଅ ଭିତରେ କ୍ଷୀର ଢାଳନ୍ତୁ ଓ ଗରିବଙ୍କୁ କମ୍ବଳ ଦାନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।