କୁନି ପୂଜକ ସାଜିଛନ୍ତି ନିଜ ସ୍କୁଲର ପୂଜକ, ପଢୁଛନ୍ତି ମନ୍ତ୍ର ପାଠ, କରୁଛନ୍ତି ବିଘ୍ନ ବିନାଶକଙ୍କ ପୂଜା…

ନମସ୍କାର ବନ୍ଧୁଗଣ । ଗତ କାଲି ଥିଲା ବିଘ୍ନ ବିନାଶକ ଙ୍କ ପୂଜା ଅର୍ଥାତ ପବିତ୍ର ଗଣେଶ ଚତୁର୍ଥୀ । ସାରା ରାଜ୍ୟ ରେ ଖୁବ ଧୂମ ଧାମ ରେ ଗତ କାଲି ପାଳିତ ହୋଇଛି ପବିତ୍ର ଗଣେଶ ପୂଜା । ଏହି ଦିନ ରେ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢିବା ପାଇଁ ଭଗବାନ ଗଣେଶଙ୍କର ଆରାଧନା କରିଥାନ୍ତି । ତେବେ ସ୍କୁଲ, କଲେଜ ମାନଙ୍କରେ ଗଣେଶ ପୂଜା ଖୁବ ଧୂମ ଧାମ ରେ ପାଳନ କରାଯାଏ ।

ତେବେ ଗତ କାଲି ଗଣେଶ ପୂଜା ରେ କିଛି ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହା ସବୁଠୁ ନିଆରା । କାରଣ ଜଣେ କୁନି ପିଲା ପାଠ ପଢିବା ସହ ନିଜ ସ୍କୁଲ ରେ ପୁରୋହିତ ଭାବେ ଗଣେଶ ପୂଜା ର ସବୁ ବିଧି ସମ୍ପନ୍ନ କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ପୁରା ଖବର ବିଷୟରେ ।

ସୂଚନା ଅନୁଯାୟୀ ବୟସ ମାତ୍ର 13 ବର୍ଷ ହେଲେ ପାଟି ରୁ ବାହାରୁଛି ଅନର୍ଗଳ ମନ୍ତ୍ର । ଯେଉଁ ବୟସରେ ପିଲାଙ୍କ ସହ ମିଶି ଖେଳା ବୁଲା କରିବା କଥା ସେହି ବୟସରେ କରୁଛନ୍ତି ପୂଜକ କାମ । ହଁ ଦର୍ଶକ ବନ୍ଧୁ ବଦ୍ରି ନାରାୟଣ ମିଶ୍ର ଯିଏ କି ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଛନ୍ତି । ଯେଉଁ ସ୍କୁଲରେ ପାଠ ପଢୁଛନ୍ତି ସେହି ସ୍କୁଲରେ ପୂଜକ ସାହି ଗତ କାଲି ଗଣେଶ ପୂଜା ସମ୍ପନ୍ନ କରିଛନ୍ତି ବଦ୍ରି ।

ଶ୍ରାଦ୍ଧ, ସଙ୍କ୍ରାନ୍ତି, ହୋମ ସମେତ ଗଣେଶ ପୂଜା ଓ ସରସ୍ଵତୀ ପୂଜା କରୁଛନ୍ତି ଏହି କୁନି ପୂଜକ ବଦ୍ରି । ବାପା ଗାଁ ରେ ରହି ପୂଜକ କାମ କରୁଥିବା ବେଳେ ବଦ୍ରି ଏହି ଶିକ୍ଷା ଲାଭ କରିଛନ୍ତି । ବଦ୍ରି ଗାଁ ର ସ୍ବାଉ ପୁରୋହିତ ଙ୍କ କାମ କରିବା ସହ ଦଶହରା ଓ ବିଶ୍ଵ ଶାନ୍ତି ମହା ଅଯଜ୍ଞ ରେ ମଧ୍ୟ ସହଯୋଗୀ ପୂଜକ ଭାବେ ବିଧି କରିଥାନ୍ତି ।

ସେହିପରି ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି ବଦ୍ରି । ଖାଲି ପୂଜା ନୁହେଁ ବରଂ ପାଠ ଓ ନାଚ ରେ ମଧ୍ୟ ସେ ବେଶ ପାରଙ୍ଗମ ବୋଲି ବଦ୍ରି ଙ୍କ ଶିକ୍ଷକ କହିଛନ୍ତି । ଧୀରେ ଧୀରେ ନିଜର କୌଳିକ ବୃତ୍ତି କୁ ଛାଡି ଚାକିରି ପଛରେ ଗୋଡାଉ ଥିବା ଯୁବ ଗୋଷ୍ଠୀ ଙ୍କୁ ବଦ୍ରି ଏଭଳି ନିଆରା ବାର୍ତ୍ତା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କୁନି ପୂଜକ ବଦ୍ରି ଙ୍କ ଏଭଳି କଳା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ଏଭଳି ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।