କୁନି ହାତରେ ଏକାସାଙ୍ଗେ ଢାଳ ଆଉ ବାଲଟିରେ ପାଣି ଧରି ମା’କୁ ଆଣି ଦେଉଛି କୁନି ଝିଅ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ viral video

ବୋଉ ଲୋ ମୁଁ ଝିଅଟିଏ ବୋଲି ତୁ ଜମା ବି ମନ ଦୁଃଖ କରିବୁନି । ମୁଁ ଝିଅ ହୋଇ ଜନ୍ମ ନେଲି ବୋଲି ମୋତେ ବୋଝ ଭାବିବୁନି । ପୁଅଟିଏ ହୋଇଥିଲେ ତୋର ଯେତିକି କମ କରି ଦେଇ ଥାଆନ୍ତା ନ ଝିଅଟିଏ ହୋଇ ମୁଁ ଅଧିକ କମ କରିଦେବି । ପୁଅ ବଡ ହେଲେ ଯାଇ ତୋ ପାଇଁ ସବୁ କାମ କରିଥାନ୍ତା ହେଲେ ମୁଁ ଏଇ କୁନି ବୟସରୁ ହିଁ ସବୁ କରିବି । ଘର ଓଳାଇବା, ପାଣି ଆଣିବା ଠାରୁ ଆରମ୍ଭ କରି ବାସନ ମାଜିବା ସବୁ କାମରେ ମୁଁ ତୋତେ ସାହାଯ୍ୟ କରିବି ଲୋ ବୋଉ ।

ମୋ ବୟସ ୪ ବର୍ଷ ହେଲେ ବି ମୁଁ ଚାରିଜଣଙ୍କ କାମକୁ ଏକୁଟିଆ କରି ଦେଇପାରେ । ତୁମ ଜମା ବି ବ୍ୟସ୍ତ ହେବୁନି ମୁଁ କେବେବି ତୋ ପାଇଁ ବୋଝ ହେବିନି । କୁନି ଝିଅଟି ଏଇ ବୟସରେ ଯେମିତି କାମ କରୁଛି ଦେଖିଲେ ମନ ଭିତରେ ସେ ନିଶ୍ଚୟ ଏମିତି କିଛି ହୁଏତ ଭାବୁଥିବ । କାରଣ ଦୁନିଆରେ ସମସ୍ତେ ପୁଅଟିଏ ପାଇବା ପାଇଁ କେତେ ଆଶା କରନ୍ତି । ସେଥିପାଇଁ କେତେ ମାନସିକ ବ୍ରତ ମଧ୍ୟ ରଖନ୍ତି । ହେଲେ ଝିଅଟିଏ ହେଲେ ତାକୁ ନେଇ ବହୁତ ମନ ଦୁଃଖ କରନ୍ତି ।

କାରଣ ପୁଅ ହେଲେ ସେ ବଡ ହେଲେ ବାପାମା’କୁ ପୋଷିବ ଓ ବଂଶକୁ ଆଗକୁ ବଢାଇବ । ବୁଢା ବୟସରେ ବାପାମା’ଙ୍କ ସାହାରା ସାଜିବ ପୁଅ । ସେଥିପାଇଁ ସମସ୍ତେ ପୁଅଟିଏ ପାଇବା ପାଇଁ ଅନେଇ ରହିଥାନ୍ତି । ହେଲେ ଏଇ କୁନି ଝିଅଟି ବୋଉକୁ ତା’ କାମରେ ସାହାଯ୍ୟ କରି ମନେ ମନେ କହୁଥିବ, ମୁଁ ଝିଅଟିଏ ହେଲେବି ତୋତେ ପୋଷି ପାରିବି ବୋଉ । ଆଜିକାଲି ପୁଅମାନେ ବି ଆଉ ଭଲରେ ବାପାମା’ଙ୍କୁ ପଚାରୁ ନାହାନ୍ତି ।

ମୁଣ୍ଡକୁ ହାତ ପାଇବା ପରେ ପୁଅମାନେ ବାପାମା’ଙ୍କୁ ପର କରି ଦେଉଛନ୍ତି । ବାହା ହୋଇ ସାରିବା ପରେ ଅବହେଳା କରିବା ସହ ଦରକାର ପଡିଲେ ବୃଦ୍ଧ ସମୟରେ ବାପାମା’ଙ୍କୁ ଘରୁ ତଡି ଦେଉଛନ୍ତି । କିନ୍ତୁ ମୁଁ ଝିଅ ହୋଇ ବି ପିଲାବେଳୁ ତୋତେ ସବୁ କାମରେ ସାହାଯ୍ୟ କରିବି ଆଉ ବଡ ହୋଇ ତୋର ଯତ୍ନ ନେବି । ଆଜ୍ଞା ହଁ, ଟିକେ ଭଲ କରି ଦେଖନ୍ତୁ ଏହି ଭାଇରାଲ ଭିଡିଓଟିକୁ । ମାତ୍ର ୪ ବର୍ଷର କୁନି ଝିଅଟି ଅତି ସୁନ୍ଦର ଭାବେ କାଖରେ ଢାଳ ସହ ହାତରେ ପଣି ଭର୍ତ୍ତି ବାଲଟି ଧରି ଝିଅଟି କେମିତି ତା’ ମା’କୁ ଆଣି ଦେଉଛି ।

ଯେଉଁ ବୟସରେ ପିଲା ଖେଳକୁଦ ଛଡା ଆଉ କିଛି ଜାଣି ନଥାନ୍ତି ସେଇ ବୟସରେ ଘର କାମରେ ଝିଅଟି ସାହାଯ୍ୟ କରିବା ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ଭିଡିଓଟି ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।