ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ତୁଳା ରାଶି ଓ କୁମ୍ଭ ରାଶି ମଧ୍ୟରୁ କେଉଁ ରାଶି ସବୁଠାରୁ ଶକ୍ତିଶାଳୀ ଅଟନ୍ତି । ଏମାନଙ୍କ ମଧ୍ୟରୁ ଜୀବନରେ କିଏ ପ୍ରଥମେ ଉନ୍ନତି କରିଥାନ୍ତି ଆସନ୍ତୁ ଜାଣିବା ବିସ୍ତାର ଭାବେ । ତୁଳା ରାଶି ର ନାମର ପ୍ରଥମ ଅକ୍ଷରଟି ର,ରା,ବି, ରେ ରୁ ଆରମ୍ଭ ହୋଇଥାଏ । ରାଶିର ସଂକେତ ତୁଳା ଦଣ୍ଡ ।

ଏହି ରାଶିଜାତ ବ୍ୟକ୍ତି ଅନେକ ଗୁଣରେ ପାରଦର୍ଶିତା ଅଟନ୍ତି । ସର୍ବଜନ ପ୍ରିୟ, ମଧୁରଭାଷୀ, ବହୁମୂଖୀ, ପରିଶ୍ରମୀ, କୌଶଳୀ, ସଙ୍ଗୀତ ପ୍ରିୟ, ନ୍ୟାୟ ବିଚାରବନ୍ତ, ମାନି, କୃପଣ, ଲୋଭାସକ୍ତ, ଭ୍ରମଣପ୍ରିୟ, ଆଶାବାଦୀ, ସହାୟତୀ ପ୍ରେମୀ ଅଟନ୍ତି । ଏମାନେ ନିଜକୁ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରନ୍ତି ।
ଏହି ରାଶି ରଜୋଗୁଣରେ ପ୍ରତୀକ ଅଟେ । ଏମାନଙ୍କର ଅଧିପତି ଶୁକ୍ର ଗ୍ରହ ଅଟନ୍ତି । ବିସ୍ତୃତ କପାଳ, ବଳିଷ୍ଠ ମାଂସପେଶୀ ଯୁକ୍ତ ବ୍ୟକ୍ତି ଅଟନ୍ତି । ଆପଣଙ୍କର ଅନ୍ୟମାନଙ୍କ ଅପେକ୍ଷା ଇମ୍ୟୁନିଟି ପାୱାର କମ ଥିବା ଜଣାଯାଏ । ଭାଇ ଭଉଣୀ ଆପଣଙ୍କ ଉପରେ ଭରସା ରଖନ୍ତି ନାହି । ଅନ୍ୟାୟ ସହିବା ଆପଣଙ୍କ ପାଇଁ ଅପରାଧ ଅଟେ ।
ନିସାସକ୍ତ ଅବସ୍ଥାରେ ନିଜକୁ ନଷ୍ଟ କରନ୍ତି । ଏଥିପାଇଁ ସମ୍ମାନ ହାନି ହୁଏ । ଦାଂପତ୍ଯ ଜୀବନରେ ସାମାନ୍ଯ ବାଧା ଦେଖାଯାଏ । ସୁନ୍ଦର ପୋଷାକ, ଭ୍ରମଣ କରିବାକୁ ଭଲ ପାଆନ୍ତି । ଏମାନେ ରୂପର ପୂଜାରୀ ଅଟନ୍ତି । ଏହି ରାଶିର ନାରୀ ଓ ପୁରୁଷ ପ୍ରଭୁତ୍ଵ ବିସ୍ତାର କରିବାକୁ ଚାହିଁଥାନ୍ତି ।

ନିଜର ଅହଂକାର ଭାବ କାରଣରୁ ଜୀବନସାଥିଙ୍କ ସହ ମନାନ୍ତର ହୋଇଥାଏ । ଏମାନଙ୍କୁ ମିଥୁନ, କୁମ୍ଭ ରାଶିର ଜୀବନସାଥି ଏକାନ୍ତ ପ୍ରୟୋଜନ । ଏମାନେ ଭଦ୍ର, ଶିଷ୍ଟ, ହୃଦୟବାନ ବ୍ୟକ୍ତି ଅଟନ୍ତି । ଆପଣଙ୍କ ବଚନ ମଧୁର ହୋଇଥାଏ । ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ ।
କୁମ୍ଭ ରାଶିର ନାମର ପ୍ରଥମ ଅକ୍ଷର କୁ, କେ, କୌ, ସ, ସି, ତା, ତେ ରୁ ଅନ୍ୟତମ ଅଟେ । ଏହାର ରାଶି ଅଧିପତି ଶନି ଅଟନ୍ତି । କୁମ୍ଭ ସମାନ ଆପଣ ଗମ୍ଭୀର ଓ ପରୋକାରୀ ଅଟନ୍ତି । ଏମାନେ ସାଧାରଣତଃ ଗର୍ବୀ, କୃପା, ରାଜା ବଲ୍ଲଭ, ଖ୍ୟାତିମାନ, ଚକ୍ଷୁ ରକ୍ତବର୍ଣ୍ଣ, ସୁନ୍ଦରଭୋଗୀ, କର୍କଶ ଅଟନ୍ତି ।
ଏହି ରାଶିର ମହିଳା ପର ବୁଦ୍ଧିରେ ପଡିଥାନ୍ତି । ହର୍ଷମୁଖ, ବିଦ୍ୟାରେ ଶ୍ରଦ୍ଧା, ପାଣ୍ଡିତ୍ଯ, କେଶ ଉତ୍ତମ ସ୍ଵଭାବର ଅଟନ୍ତି କୁମ୍ଭ ରାଶିର ବ୍ୟକ୍ତି । ଏମାନଙ୍କର ଚେହେରାର ବିଶେଷତା ହେଲା ମଧ୍ୟମ ଉଚ୍ଚତା ସମ୍ପନ୍ନ ବ୍ୟକ୍ତି, ରୁପବନ୍ତ କର୍ଣ୍ଣ, ପ୍ରଶସ୍ତ ପୃଷ୍ଠଦେଶ । କୁମ୍ଭ ରାଶିର ଜାତକ ପ୍ରତିଦିନ ବ୍ୟାୟାମ କରିବା ଉଚିତ ।
ଏମାନେ ଚତୁର, ଧର୍ଜ୍ୟବନ୍ତ, କାମାତୁର, ବ୍ୟବହାରରେ କୁଶଳୀ ହୋଇଥାନ୍ତି । ଏମାନେ ମଜୁରିଆ ଶ୍ରମିକଙ୍କ ଦୁଖରେ ଭାଗୀଦାର ହୋଇଥାନ୍ତି । ଆପଣ ଜଣେ ବିଶିଷ୍ଟ ସମାଜବାଦୀ ଅଟନ୍ତି । ପ୍ରଚଣ୍ଡ ସ୍ମୃତି ଶକ୍ତି ଆପଣଙ୍କ ଠାରେ ରହିଛି । ନିଜର ଆତ୍ମୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ । ନିଜକୁ ବିଚକ୍ଷଣ ଭାବନ୍ତୁ ନାହି ।

ଏମାନଙ୍କର ଦାଂପତ୍ଯ ଜୀବନରେ ବ୍ୟାଘାତ ଘଟିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।