କୁମ୍ଭ ରାଶି (Aquarius) ମଇ ମାସର ରାଶିଫଳ, କଣ ରହିଛି ଶୁଭଫଳ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଗ୍ରହ ମାନଙ୍କର ସ୍ଥିତି ଓ ଚଳନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ବ୍ୟକ୍ତିଙ୍କ ଜୀବନରେ ଏଥିପାଇଁ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମାଡି ଆସିଥାଏ । ଗ୍ରହଙ୍କ ସ୍ଥିତିକୁ ଆଧାର କରି ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଆନେକ କିଛି ଜାଣି ହୁଏ । ଗ୍ରହଙ୍କ ଚଳନକୁ ଆଧାର କରି ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ମଇ ମାସର ମାସିକ ରାଶିଫଳ କିପରି ରହିବ ଆସନ୍ତୁ ଜାଣିବା । ଏହାସହ ଅଶୁଭ ଖଣ୍ଡନର ପ୍ରତିକାର କଣ କରିବେ ମଧ୍ୟ ଜାଣିବା ।

କୁମ୍ଭ ରାଶିର ଶୁଭ ରଙ୍ଗ ହେଉଛି ନୀଳ, ଆକାଶିଆ ଏବଂ କଳା । ଶୁକ୍ରବାର ଓ ଶନିବାର ହେଉଛି ରାଶିର ଶୁଭବାର । ଏହିଦିନ ବ୍ରତ ଉପବାସ ରଖି ଯେକୌଣସି ମାନସିକ କରିବେ ତାହା ନିଶ୍ଚୟ ସଫଳ ହେବ । ଶୁଭ ଦେବତା ହେଉଛନ୍ତି ଶନିଦେବ ଓ ଶିବ ଭଗବାନ ଏବଂ ମା ଦକ୍ଷିଣାକାଳୀ ହେଉଛନ୍ତି ଶୁଭ ଦେବୀ । ଶୁଭସଂଖ୍ୟା ହେଉଛି ୮ ଏବଂ ମାସର ଶୁଭ ତାରିଖ ହେଉଛି ୮, ୧୭ ଓ ୨୬ ତାରିଖ ।

ଏହିଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିଥାଏ । ମିଥୁନ, ମକର ଓ ମୀନ ରାଶି ହେଉଛି ଆପଣଙ୍କ ମିତ୍ର ରାଶି ଏବଂ ମେଷ, କର୍କଟ ଓ ସିଂହ ହେଉଛନ୍ତି ରାଶିର ଶତ୍ରୁ ରାଶି । ଘାତକ ବାର ହେଉଛି ଗୁରୁବାର ।

ଦେଖିବାକୁ ଗଲେ ୨୦୨୨ ମଇ ମାସ କୁମ୍ଭ ରାଶି ପାଇଁ ମିଶ୍ରିତ ଫଳ ପ୍ରଦାନ କରିବାକୁ ଯାଉଛି । କ୍ଯାରିୟର ଓ ଆର୍ଥିକ ଦୃଷ୍ଟିରୁ ମାସତି ବେଶ ଉତ୍ତମ ଏବଂ ଅନୁକୂଳ ରହିବ । ଚାକିରି କ୍ଷେତ୍ରରେ ଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ମଧ୍ୟ ରହିଛି ଓ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ଶୁଭ ପରିଣାମ ପ୍ରାପ୍ତ ହେବ । ପ୍ରତିଯୋଗୀ ପରୀକ୍ଷାରେ ଉତ୍ତମ ପରିଣାମ ଅର୍ଜନ କରିବେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ମାସଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ମାସର ଉତ୍ତାରାର୍ଦ୍ଧରେ ଦିନଗୁଡିକ ଆପଣଙ୍କ ପାଇଁ ଉତ୍ତମ ଓ ଅନୁକୂଳ ରହିବ ।

ବେରୋଜଗାର ଥିବା ବ୍ୟକ୍ତିଙ୍କୁ ରୋଜଗାରର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତିର ମାର୍ଗ ପ୍ରଶସ୍ଥ ହେବ ଓ ବ୍ୟବସାୟରେ ଉନ୍ନତି ମିଳିବ । କୁମ୍ଭ ରାଶିର ବ୍ୟକ୍ତିମାନେ ଏହି ମାସରେ କୌଣସି ବଡ ଆକାରର ଜିନିଷ ମଧ୍ୟ କିଣାକିଣି କରିପାରନ୍ତି । କୌଣସି ସାମାଜିକ ଅନୁଷ୍ଠାନ ଦ୍ଵାରା ଆପଣ ସମ୍ମାନିତ ହୋଇପାରନ୍ତି । ମାସର ଦ୍ଵିତୀୟ ଅଧ୍ୟାୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଓ ଭାଗ୍ଯର ପୂର୍ଣ୍ଣ ସମର୍ଥନ ପ୍ରାପ୍ତ ହେବ ।

ପୂର୍ବରୁ ଫସି ରହିଥିବା ଧନ ମଧ୍ୟ ଏହି ମାସରେ ନିଶ୍ଚୟ ପ୍ରାପ୍ତ ହେବ । ତେବେ ଏହି ମାସରେ ଆପଣଙ୍କ ପରିବାରରେ କୌଣସି ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇପାରେ । ଏଥିପାଇଁ ପୂର୍ବରୁ ସତର୍କ ରୁହନ୍ତୁ । ଅଧିକ ତର୍କବିତର୍କ କରିବାରୁ ଦୂରେଇ ରୁହନ୍ତୁ ଓ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କିନ୍ତୁ ମାସର ଶେଷ ଆଡକୁ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ପାଇବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶିବଙ୍କ ମନ୍ଦିର ଯାଆନ୍ତୁ ଓ ଶନିଦେବଙ୍କ ମନ୍ଦିର ମଧ୍ୟ ଯାଆନ୍ତୁ ।

ଏହାସହ ପ୍ରତ୍ଯେକ ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଦେଖିବେ ଶୁଭଫଳ ନିଶ୍ଚୟ ପ୍ରାପ୍ତି ହେବ । ଏହା ବ୍ଯତୀତ ଅସହାୟ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ କିମ୍ବା ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।