ଗଳି କୁକୁରକୁ ପ୍ରତିଦିନ ରୁଟି ଖୁଆଉଥିଲା ଏହି ଝିଅ, ଗୋଟେ ଦିନ କୁକୁର ଏମିତି ସୁଝିଲା ଋଣ, ଜାଣି ଆପଣ ବି କରିବେ ସଲାମ

ଦୁନିଆରେ କୁକୁରକୁ ସବୁଠାରୁ ବିଶ୍ଵସ୍ଥ ପଶୁ କୁହାଯାଏ । ସେ ନିଜ ମାଲିକ ପାଇଁ ନିଜ ପ୍ରାଣ ମଧ୍ୟ ଦେବାକୁ ପ୍ରସ୍ତୁତ ହୋଇଯାଏ । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୋଟେ ରୁଟି ବଦଳରେ କୁକୁରଟି ନିଜ ପ୍ରାଣ ର ବାଜି ଲଗେଇ ଦେଇଥିଲା । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ରେ ଘଟିଛି ଏହିପରି ଆଶ୍ଚର୍ଯ୍ୟ ଚକିତ ଘଟଣା । ସୂତ୍ରରୁ ଜଣାପଡିଛି କି ଘଟଣା ଟି ଭୋପାଳର ଝୋଲା ନାମକ ସ୍ଥାନ ର ଅଟେ ।

ଏକ ଗଳି କୁକୁରକୁ ମହିଳା ଜଣଙ୍କ ପ୍ରତିଦିନ ରୁଟି ଖାଇବାକୁ ଦେଉଥିଲେ । ଯାହା ଫଳରେ କୁକୁରଟି ରୁଟି ର ମୂଲ୍ୟ ଦେଇ ମହିଳାଙ୍କ ଇଜ୍ଜତ ରକ୍ଷା କରିଛି । ମହିଳା ଜଣଙ୍କ ଦ୍ବିପ୍ରହର ସମୟରେ ନିଜ ରୁମ୍ ରେ ଆରାମ କରୁଥିବା ବେଳେ ସୁଯୋଗ ଦେଖି ଜଣେ ଯୁବକ ତାଙ୍କ ରୁମ୍ ରେ ପ୍ରବେଶ କରି ତାଙ୍କ ସହ ଦୁଃର୍ବ୍ୟବହାର କରିବାକୁ ଲାଗିଲା ।

ଯେତେବେଳେ ଆରୋପି ଜଣଙ୍କ ମହିଳାଙ୍କ ସହ ଜବରଦସ୍ତି କରୁଥିଲେ ସେତେବେଳେ କୁକୁରଟି ଆରୋପି ଉପରେ ଆକ୍ରମଣ କରି ତାକୁ ମହିଳାଙ୍କ ଠୁ ଦୁରେଇ ଦେଇଥିଲା । ଆରୋପି ଜଣଙ୍କ କୁକୁର ଉପରେ ମଧ୍ୟ ଛୁରୀରେ ଆକ୍ରମଣ କରିବାକୁ ଲାଗିଲା ।

କିନ୍ତୁ କୁକୁର ପଛଘୁଞ୍ଚା ନ ଦେଇ ଆରୋପି କୁ କାମୁଡି ଦେଇଥିଲା । ଆରୋପି ମଧ୍ୟ କୁକୁରକୁ ଆକ୍ରମଣ କରି ତା’ର ଗୋଟେ ଗୋଡ଼କୁ ରକ୍ତାତ କରି ଦେଇଥିଲା । ଏହାପରେ ମହିଳା ଜଣଙ୍କ ଚିଲେଇଥଲେ । ଯାହାଫଳରେ ଆରୋପି ଟି ଦୌଡ଼ି ପଳାଇଥିଲା ଓ ମହିଳାଙ୍କ ଇଜ୍ଜତ ବଞ୍ଚି ଯାଇଥିଲା ।

ଏହା ପରେ ମହିଳା ଜଣଙ୍କ ଥାନା ଯାଇ ଆରୋପିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ଓ ତା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏହି ମାମଲାର ସୂଚନା ଦେଇ ଥାନାଧିକାରୀ କହିଛନ୍ତି ଯେ, ମହିଳା ଓ ତାଙ୍କ ସ୍ୱାମୀ ପାଖରେ ଏକ କଲୋନୀରେ ରୁହନ୍ତି ।

ଯେଉଁଠି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ଥାନା ଯାଇ ମାମଲା ରୁଜୁ କରିଥିଲେ । ପୋଲିସ ମଧ୍ୟ ଆରୋପି କୁ ଗିରଫ କରି ନେଇଛି । ମହିଳା ଜଣଙ୍କ କହିଛନ୍ତି ସେଇ କୁକୁର ଟି ଯୋଗୁ ଆଜି ତାଙ୍କ ଇଜ୍ଜତ ବଞ୍ଚି ପାରିଛି । ସେ କୁକୁରଟିର ଗୋଡ ର ଚିକିତ୍ସା ମଧ୍ୟ କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।