କୁକୁର ମାନେ ରାତିରେ କାହିଁକି ଜୋରରେ କାନ୍ଦିଥାନ୍ତି ? କୁକୁର କାନ୍ଦିବା ପଛର ରହସ୍ୟ କ’ଣ ହୋଇଥାଏ ? Why dogs cry at night

ବନ୍ଧୁଗଣ କୁକୁର ଏକ ବିଶ୍ଵସ୍ତ ଜୀବ ଅଟେ । ଏପରିକି ହିନ୍ଦୁ ପୁରାଣରେ କୁକୁର ମାନଙ୍କୁ ଯମରାଜାଙ୍କର ଦୁତ ବୋଲି ମଧ୍ୟ କୁହାଯାଇଥାଏ । ହେଲେ ଘରେ କୁକୁର ପାଳିବା କଣ ଉଚିତ ନା ଅନୁଚିତ ! କାରଣ ଅନେକ ଲୋକ କୁହନ୍ତି । କୁକୁର ଯଦି ରାତିରେ କାନ୍ଦିଥାଏ, ତେବେ ତାହାକୁ ବହୁତ ଅଶୁଭ ବୋଲି ମାନାଯାଇଥାଏ । ତେବେ ବନ୍ଧୁଗଣ କୁକୁର ରାତିରେ କାହିଁକି କାନ୍ଦନ୍ତି ? ଏହାର ରହସ୍ୟ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ । କୁକୁର ମାନଙ୍କୁ ଭୈରବ ବାବାଙ୍କର ସେବନ ବୋଲି କୁହାଯାଇଥାଏ ।

ତେଣୁ ଯେଉଁ ମାନେ ଘରେ କୁକୁର ପାଳିଥାନ୍ତି । ସେମାନଙ୍କୁ ବାବା ଭୈରବଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । କୁକୁରକୁ ଘରେ ପାଳିବାକୁ ତାଙ୍କ ସେବା କରିବାକୁ ବହୁତ ଲୋକ ଭଲ ପାଇଥାନ୍ତି । କାରଣ କୁକୁର ବହୁତ ବିଶ୍ଵସ୍ତ ହୋଇଥିବାରୁ ଅନେକ ଲୋକ ତାଙ୍କୁ ଖୁବ ଆଦର ମଧ୍ୟ କରିଥାନ୍ତି । ଅନେକ ସମୟରେ ରାତି ବେଳା କୁକୁର ମାନେ ଜୋର ଜୋର କରି କାନ୍ଦିବାରେ ଓ ଭୁକିବାରେ ଲାଗିଥାନ୍ତି । ଯାହାକୁ ଲୋକେ ଅଶୁଭ ବୋଲି କହିଥାନ୍ତି ।

କିଛି ଲୋକ କୁହନ୍ତି, ଯେ କୁକୁର ମାନେ କୁଆଡେ ପ୍ରେତ ଆତ୍ମାକୁ ଦେଖି ପାରନ୍ତି । ତେଣୁ କୁକୁର ମାନେ ଏହିଭଳି କାନ୍ଦିବାକୁ ଲାଗନ୍ତି । ଆଉ କିଛି ଲୋକଙ୍କ କହିବା ଅନୁସାରେ କୁକୁର ମାନେ କାହାର ମୃତ୍ୟୁର ସୂଚନା ଦେଇଥାନ୍ତି । ତେବେ ଏହି ସବୁ କଥାରେ କେତେ ମାତ୍ରାରେ ସତ୍ୟତା ଲୁଚି ରହିଛି ତାହା ତ ଭଗବାନ ହିଁ ଜାଣନ୍ତି ।

ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ । ଯେ କୁକୁର ମାନଙ୍କୁ ଶାନ୍ତ ପରିବେଶ ଭଲ ଲାଗିଥାଏ । ସେମାନେ ଜୋର ଆବାଜ ଶୁଣିବାକୁ ଜମାରୁ ମଧ୍ୟ ପସନ୍ଦ କରିନଥାନ୍ତି । ଯେତେବେଳେ କୌଣସି ଗାଡିମଟର କି କୌଣସି ସ୍ଥାନର କିଛି ଜୋର ଆବାଜ ଶୁଣିବାକୁ ପାଇଥାନ୍ତି । ସେତେବେଳେ ସେମାନେ ଜୋର ଜୋର କରି ଭୁକିବାକୁ ଲାଗିଥାନ୍ତି ।

ଏମିତିକି କୁକୁର ମାନେ ନିଜ ରାଗ, ଭଲ ପାଇବା, ଅଭିମାନ, ସେମାନେ ନିଜର ଭୁକିବାରେ ହିଁ ସୁଚେଇଦେଇଥାନ୍ତି । ହେଲେ ଅନେକ ଲୋକ କୁକୁର ମାନଙ୍କର ଏହି ଭୁକିବା ବା ହାଉଲିଙ୍ଗ କରିବାକୁ ଅଶୁଭ ବୋଲି ମାନିନେଇଥାନ୍ତି । କୁକୁର ମାନେ ନିରୀହ ପ୍ରାଣୀ ଅଟନ୍ତି । ସେମାନେ କାହାର କ୍ଷତି କରିବାକୁ ଚାହିଁନଥାନ୍ତି । କୁକୁର ମାନଙ୍କର ଭୁକିବା ଏକ ସ୍ଵାଭାବିକ ଗୁଣ ହୋଇଥାଏ। ସେମାନେ କେବଳ କୌଣସି ବିପଦ ଆସିବା ପୂର୍ବରୁ ଆଗୁଆ ସତର୍କ କରାଇଦେଇଥାନ୍ତି ।

ହେଲେ ଏମାନେ କାହାକୁ ଧୋକା ଦେଇନଥାନ୍ତି । ଯେଉଁମାନେ କୁକୁର ମାନଙ୍କୁ ଭଲ ପାଇଥାନ୍ତି । ସେମାନଙ୍କ ସାଥିରେ କୁକୁର ମାନେ ଭଲ ମିତ୍ର ହୋଇଯାଇଥାନ୍ତି । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ