ଯାହା ହେଇଥାଏ ଆମ ଭଲ ପାଇଁ ହେଇଥାଏ, ଭଗବାନ ସବୁବେଳେ ଆପଣଙ୍କ ସାଙ୍ଗରେ ଥାନ୍ତି- Krishna Vani

ଏକ କଥା ଅଛି ଆପଣ ଶୁଣିଥିବେ କି ଯାହା ହୁଏ ଆମର ମଙ୍ଗଳ ପାଇଁ ହୁଏ । ସେଥିପାଇଁ ଆମକୁ ସବୁବେଳେ ଈଶ୍ବରଙ୍କ ଉପରେ ଭରସା ରଖିବା ଉଚିତ୍ । କାରଣ ସେ ସବୁବେଳେ ଆମ ସହିତ ଥାଆନ୍ତି । ଏହା ଉପରେ ମୁଁ ଆପଣମାନଙ୍କୁ ଏକ କାହାଣୀ ଶୁଣେଇବି । ଗୋଟେ ସମୟରେ ଏକ ଛୋଟ ଗାଁରେ ଜଣେ ବୃଦ୍ଧ ଚାଷୀଟିଏ ନିଜର ଏକମାତ୍ର ପୁଅ ସହ ରହୁଥିଲା । ସମ୍ପତି କହିଲେ ତାଙ୍କର ଏକ ଛୋଟ ଜମି, ଗାଈ ହଳେ ଓ ଘୋଡ଼ାଟିଏ ଥିଲା ।

ଦିନେ ତାଙ୍କ ଘୋଡ଼ା କୁଆଡେ ପଳେଇଲା । ବହୁତ୍ ଖୋଜିଲେ ମଧ୍ୟ ଘୋଡ଼ାଟିକୁ ନ ପାଇବାରୁ ଚାଷୀର ପୁଅଟି ବହୁତ୍ ମନ ଦୁଃଖ କଲା । ପଡୋଶୀମାନେ ସାନ୍ତ୍ଵନା ଦେବାକୁ ଆସି କହିଲେ, ଈଶ୍ୱର ତୁମ୍ଭମାନଙ୍କ ପ୍ରତି ବହୁତ୍ କଠୋର ଯାହା ହେଲା କିଛି ଭଲ ହେଲାନି । କିନ୍ତୁ ଚାଷୀଜଣକ ବହୁତ ଶାନ୍ତଭାଵେ ଉତ୍ତର ଦେଲା, ‘ ଏହା ନିଶ୍ଚିତଭାବେ ଈଶ୍ବରଙ୍କ କୃପା ଅଟେ । ‘

ଦୁଇଦିନ ପରେ ଘୋଡାଟି ଫେରିଆସିଲା ଓ ଆହୁରି ୪ଟି ଶକ୍ତିଶାଳୀ ଜଙ୍ଗଲୀ ଘୋଡ଼ା ତା ପଛେ ରେ ଆସିଲେ । ଏହି ପ୍ରକାର ବୃଦ୍ଧ ଚାଷି ପାଖେ ଏବେ ୫ଟି ଘୋଡ଼ା ହେଇଗଲେ । ଏବେ ଲୋକମାନେ କହିଲେ, ବହୁତ ବଢିଆ ତୁମେ ପ୍ରକୃତରେ ବହୁତ୍ ଭାଗ୍ୟବାନ । ସେଇଠୁ ବୃଦ୍ଧ ଚାଷୀ ବହୁତ୍ ନମ୍ରଭାବେ କୃତଜ୍ଞ ହୋଇ କହିଲେ, ଏହା ମଧ୍ୟ ନିଶ୍ଚିତଭାବେ ଈଶ୍ବରଙ୍କ କୃପା ଅଟେ ।

ତା’ପର ଦିନ ଚାଷୀର ପୁଅଟି ବହୁତ୍ ଉତ୍ସାହିତ ହୋଇ ନୂଆ ଘୋଡାକୁ ପରୀକ୍ଷା କରିବା ପାଇଁ ତା ଉପରେ ସବାରି କରିବାକୁ ଚେଷ୍ଟା କଲା । କିନ୍ତୁ ସେ ଘୋଡରୁ ପଡିକି ତା ଗୋଡ଼ ଭାଙ୍ଗିଗଲା । ପଡୋଶୀମାନେ ନିଜ ବୁଦ୍ଧିମତା ପ୍ରକାଶ କରି କହିଲେ ଏଇ ଘୋଡ଼ାମାନେ ତୁମପାଇଁ ଦୁର୍ଭାଗ୍ୟ ଆଣି ଆସିଛନ୍ତି ସେଥିପାଇଁ ତୁମ ପୁଅର ଗୋଡ଼ ଭାଙ୍ଗିଗଲା । ଚାଷୀଟି ଏବେ ମଧ୍ୟ ଉତ୍ତର ଦେଲା ଏହା ବି ସେଇ ଇଶ୍ୱରଙ୍କ କୃପା ।

କିଛିଦିନ ପରେ ରାଜାଙ୍କ ଅଧିକାରୀମାନେ ସେନାମାନଙ୍କର ଆବଶ୍ୟକ ଥିବାରୁ ଗାଁର ଯୁବକମାନଙ୍କୁ ନେବାକୁ ଆସିଲେ । କିନ୍ତୁ ଚାଷୀର ପୁଅ ର ଗୋଡ଼ ଭାଙ୍ଗିଥିବାରୁ ତାକୁ ନେଇପାରିଲେ ନାହିଁ । ଗାଁର ଲୋକମାନେ ଚାଷୀକୁ ଅଭିବାଦନ ଦେଲେ କି ତା ପୁଅ ଯିବାରୁ ବଞ୍ଚିଗଲା । ଚାଷୀଟି କହିଲା ନିଶ୍ଚିତଭାବେ ଏହା ମଧ୍ୟ ଈଶ୍ବରଙ୍କ କୃପା ଅଟେ ।

ସେଥିପାଇଁ ଏହା ସବୁବେଳେ ମନେ ରଖନ୍ତୁ କୌଣସି ବି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ଈଶ୍ବରଙ୍କ ଉପରେ ଭରସା ରଖିବା ଉଚିତ୍ । ଭଲ ହଉ କି ଖରାପ ଯାହା ବି ହୁଏ ଆମର ଭଲ ପାଇଁ ହୁଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।