Rashid Khan ଙ୍କ ଘର, ପରିବାର, ଲାଇଫଷ୍ଟାଇଲ, ସମ୍ପତ୍ତି ଓ Biograohy

ଭାରତୀୟ କ୍ରିକେଟସରେ ଖେଉଥିବା ପ୍ଲେୟର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଅନେକ ଖେଳାଳି ନିଜର ଜବରଦସ୍ତ ବ୍ୟାଟିଂ, ଆଉ କେହି ନିଜର ସାନଦାର ବୋଲିଂ ପାଇଁ ପୁରା ବିଶ୍ବରେ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଏମିତି ଜଣେ ଖେଳାଳିଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନରେ ସଫଳତା ପାଇବା ପାଇଁ ଅନେକ ସମସ୍ୟାର ସମୁଖୀନ ହୋଇଛନ୍ତି ।

ମୋସ୍ଟ ପପୁଲାର ବୋଲର ଯିଏ ଆପିଏଲେ ମ୍ଯାଚରେ ଧୋନୀ, ବିରାଟ କୋହଲି,କ୍ରିସ ଗେଲ ଆଦି ବଡ ବଡ ପ୍ଲେୟାରଙ୍କୁ ନିଜର ଜବରଦସ୍ତ ବୋଲିଂ ପାଇଁ ହରାଇଛନ୍ତି । ସେ ଆଉ କେହି ନୁହେ ସେ ହେଉଛନ୍ତି ରାଶଦ ଖାନ । ତାଙ୍କର ପୁରା ନାମ ହେଉଛି ରାସଦ ଖାନ ଅରମାନ ଅଟେ । ସେ ୧୯୯୮ ମସିହା ୨୦ ସେପ୍ଟେମ୍ବରରେ ଆଫଗାନିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୩ ବର୍ଷ ଅଟେ ।

ସେ ତାଙ୍କର ପାଠପଢା ଆଫଗାନିସ୍ଥାନରେ ଥିବା ନନ୍ଦରହର ପବ୍ଲିକ ସ୍କୁଲରେ ପଢୀଥିଲେ । କିନ୍ତୁ ତାଙ୍କୁ ପିଲାଦିନୁ ତାଙ୍କ ପରିବାର ସହ ଆଫଗାନିସ୍ଥାନ ଛାଡିବାକୁ ପଡିଥିଲା । ତାଙ୍କ ଦେଶରେ ଯୁଦ୍ଧ ଲାଗି ରହିଥିବାରୁ ତାଙ୍କୁ ନିଜ ଦେଶ ଛାଡି ପାକିସ୍ତାନରେ କିଛି ଦିନ ପାଇଁ ରହିଥିଲେ । ଯୁଦ୍ଧ ଶେଷ ହେବା ପରେ ସେ ତାଙ୍କ ପରିବାର ସହ ପୁଣି ଥରେ ନିଜ ଦେଶକୁ ଫେରି ନିଜର କ୍ରିକେଟ ଦୁନିଆ ଆରମ୍ଭ କରିଥିଲେ ।

ପିଲାଦିନୁ ତାଙ୍କର ବୋଲିଂ ଭଲ ଥିବାରୁ ସେ ଭଲ ଖେଳାଳି ମାନଙ୍କୁ ଆଉଟ କରୁଥିଲେ । ତାଙ୍କର ଖେଳ ପାଇଁ ତାଙ୍କ ଟିମ ତାଙ୍କୁ ସାହାଜ୍ଯ କରିଥିଲେ । ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା ସେତେବଳେ ତାଙ୍କୁ ତାଙ୍କ ଦେଶରେ ଖେଳିବାକୁ ସୁଯୋଗ ମିଳିଥିଲା । ୨୦୧୫ ଅକ୍ଟୋବର ୧୮ରେ ସେ ନିଜର ଓଡିଆଇ ଡେବ୍ୟୁ ଜିମ୍ବାୱେ ବିରୁଦ୍ଧରେ ଖେଳିଥିଲେ । ସେ ଦୁନିଆର ପ୍ରଥମ ବୋଲର ଅଟନ୍ତି ଯିଏ ପ୍ରଥମ ମ୍ଯାଚରେ ୨ ଓଭରରେ ୫ ୱିକେଟ କରି ରେକର୍ଡ କରିଥିଲେ । ଆପିଏଲରେ ତାଙ୍କୁ ସନରାଇଜର ହାଇଦ୍ରାବାଦ ଟିମ ୪କୋଟିରେ କିଣିଥିଲା ।

ଏହା ପରେ ସେ ଅନେକ ଟୁର୍ନାମେଣ୍ଟରେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ତାଙ୍କର ପରିବାର ଦେଖିବାକୁ ଗଲେ ବହୁତ ବର୍ଷ ପୂର୍ବେ ତାଙ୍କ ମାତା ଓ ପିତାଙ୍କର ନି-ଧ-ନ ହୋଇସାରିଛି । ବର୍ତ୍ତମାନ ସେ ତାଙ୍କର ୧୦ ଜଣ ଭାଇଙ୍କ ସହ ରହୁଛନ୍ତି । ତାଙ୍କର ପର୍ଶନାଲ ଲାଇଫ ବିଷୟରେ ସେ ଏ ପର୍ଯ୍ଯନ୍ତ କାହାକୁ କହି ନାହାନ୍ତି । ତାଙ୍କର ଆଫଗାନିସ୍ଥାନରେ ନିଜର ବଡ ବିଶାଳକାୟ ଘର ଅଛି ଯେଉଁଠାରେ ସେ ତାଙ୍କର ପରିବାର ସହ ରହୁଛନ୍ତି । ତାଙ୍କର ୩୫ ଲକ୍ଷ ଓ ୧ କୋଟି ଟଙ୍କାର କାର ରହିଛି ।

ତାଙ୍କୁ ଆଫଗାନିସ୍ଥାନ କ୍ରିକେଟ ବୋର୍ଡ ଟିମ ତରଫରୁ ବର୍ଷକୁ ୭୨ ଲକ୍ଷ ମିଳୁଛି । ସେ ଆପିଏଲେର ଗୋଟେ ସିଜିନ ଖେଳିବା ପାଇଁ ୯କୋଟି ମିଳିଥାଏ । ତାଙ୍କର ନେଟ ୱର୍ଥ ଦେଖିବାକୁ ଗଲେ ୩୫ କାଟି ଟଙ୍କା ଅଟେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ କ୍ରିକେଟରଙ୍କ ବିଷୟରେ ଆମର ଏହି ତଥ୍ୟ ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।