କୋଟି କୋଟି ଟଙ୍କାର ମାଲିକ ଅଟନ୍ତି The Great Khali, କେମିତି ରୋଜଗାର କରୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଦି’ ଗ୍ରେଟ ଖଲିଙ୍କ ଚେହେରା ଯେମିତି ଉଚ୍ଚତା ବି ସେମିତି । ସାଧାରଣ ଲୋକଙ୍କ ଅପେକ୍ଷା ତାଙ୍କ ଲୁକ୍ ଟିକେ ଭିନ୍ନ । କାରଣ ଜଣେ ସାଧାରଣ ମଣିଷ ଏତେ ଉଚ୍ଚ କି ଓଜନଦାର ହୋଇ ନଥାନ୍ତି । ହେଲେ ଗ୍ରେଟ ଖଲିଙ୍କୁ ଦେଖିଲେ ଆପଣ ଅସାଧାରଣ ବୋଲି ମନେକରିବେ । ସେ WWE ରେ ଖେଳି ଅଣ୍ଡରଟେକରଙ୍କ ଭଳି ବଡି ବିଲଡରଙ୍କୁ ଚିତ୍ କରିବାର ଦକ୍ଷତା ରଖନ୍ତି । ରେସଲିଙ୍ଗ କରିବା ସହ ସେ ଜଣେ ଅଭିନେତା ମଧ୍ୟ । ଅନେକ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ଗ୍ରେଟ ଖଲି ।

ଗ୍ରେଟ ଖଲି କୋଟି କୋଟି ସମ୍ପତ୍ତିର ଅଧିକାରୀ । ଗ୍ରେଟ ଖଲିଙ୍କ ପ୍ରକୃତ ନାଁ ହେଉଛି ଦିଲ୍ଲୀପ ସିଂ ରାଣା । ସେ 27 ଅଗଷ୍ଟ 1972 ରେ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । WWE ରେ ଯୋଗ ଦେବା ପୂର୍ବରୁ ପଞ୍ଜାବ ପୋଲିସରେ ଚାକିରି କରିଥିଲେ ଖଲି । ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପାଠପଢା ଛାଡି ମାତ୍ର 12 ବର୍ଷ ବୟସରୁ ସେ କ୍ଷେତରେ ମୂଲ ଲାଗୁଥିଲେ । 90 ଦଶକରେ ହିମାଚଳ ପ୍ରଦେଶ ଛାଡି ପଞ୍ଜାବ ଚାଲି ଆସିଥିଲେ ଖଲି ।

ସେଠାରେ ତାଙ୍କ ଉଚ୍ଚତା ଏବଂ ଚେହେରା ପାଇଁ ପୋଲିସ ଚାକିରି ଅଫର୍ କରାଯାଇଥିଲା । କିଛିଦିନ ପୋଲିସ ଚାକିରି କରିବା ପରେ ସେ WWE ରେ ଯୋଗ ଦେଇଥିଲେ । ଗ୍ରେଟ ଖଲିଙ୍କ ମୋଟ ସମ୍ପତ୍ତି 6 ମିଲିୟନ ଡଲାର ଅର୍ଥାତ 49 କୋଟି ଟଙ୍କା । ଏଥିରୁ 2.2 ମିଲିୟନ ଟଙ୍କା ସେ କେବଳ ବ୍ରାଣ୍ଡ ଆମ୍ବାସାଡରରୁ ରୋଜଗାର କରିଥାନ୍ତି ।

ଖଲି ଅମ୍ବୁଜା ସିମେଣ୍ଟ ଓ ମିଥେଲ ଷ୍ଟିଲ ର ବ୍ରାଣ୍ଡ ଆମ୍ବାସାଡର ରହି ଆସିଛନ୍ତି । ଏହାସହ ସେ ହିମାଚଳ ପ୍ରଦେଶ ସରକାରଙ୍କ ଦ୍ଵାରା ପରିଚାଳିତ “କ୍ୟାମ୍ପେନ ହିମାଚଳ ପ୍ରଦେଶ ପ୍ଲାଷ୍ଟିକ ଫ୍ରି” ର ମଧ୍ୟ ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି । ଖଲି WWE ଛାଡି ସାରିଥିବା ବେଳେ 2014 ରେ ଶେଷ ଥର ପାଇଁ ରିଙ୍ଗକୁ ଓହ୍ଲାଇଥିଲେ । ଭାରତ ଆସିବା ପରେ ନିଜର ଏକ ରେସଲିଙ୍ଗ ଏକାଡେମି ଖୋଲିଥିଲେ ଖଲି । ଜଲନ୍ଧର ର କାଙ୍ଗାନିବାଲ ଗାଁରେ ଏହି ଏକାଡେମି ଖୋଲିଛନ୍ତି ଖଲି ।

ସେଠାରେ ପ୍ରାୟ 400 ରୁ ଅଧିକ ଯୁବକଙ୍କୁ ରେସଲିଙ୍ଗ ଟ୍ରେନିଂ ଦେଉଛନ୍ତି ଖଲି । ସେ ନିଜର ଏକ ୟୁଟ୍ଯୁବ ଚ୍ଯାନେଲ କରି ସେଥିରେ ରେସଲିଙ୍ଗ ର ଭିଡିଓ ସବୁ ପୋଷ୍ଟ କରନ୍ତି । ଏହାସହ ପଞ୍ଜାବରେ ଖଲିଙ୍କର ଅନେକ ଢାବା ମଧ୍ୟ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।