କୋଣାର୍କ ମନ୍ଦିରର ରହସ୍ୟ… ଯାହା ଆପଣ ବିଶ୍ବାସ କରିପାରିବେ ନାହିଁ – mystery of Konark sun temple

ବନ୍ଧୁଗଣ ଆମ ଓଡିଶାର ଅର୍କକ୍ଷେତ୍ର କୋଣାର୍କ ମନ୍ଦିରର ବି ବହୁତ ରହସ୍ୟ ଆଜି ପର୍ଯ୍ୟନ୍ତ ଲୁଚି ଅଛି । କୋଣାର୍କ ମନ୍ଦିର ସୂର୍ଯ୍ୟ ଦେବତାଙ୍କ ପାଇଁ ପ୍ରସିଦ୍ଧ ଅଟେ । କିନ୍ତୁ ଏତେ ବର୍ଷ ହେବା ସତ୍ବେ ବି କୋଣାର୍କ କେମିତି ଆଜି ବି ମୁଣ୍ଡ ଟେକି ଛିଡା ହୋଇଛି । କୋଣାର୍କ ମନ୍ଦିରର ତିଆରି ହେବାର ରହସ୍ୟ କ’ଣ ଥିଲା ? ଏହିଭଳି ଆଜି ଆମେ ଆପଣଙ୍କୁ କୋଣାର୍କ ମନ୍ଦିର ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା କହିବୁ । କୋଣାର୍କ ମନ୍ଦିର ନିଜର କାରୁକାର୍ଯ୍ୟ ପାଇଁ ପୁରା ବିଶ୍ଵରେ ପ୍ରସିଦ୍ଧ ଅଟେ ।

ଆପଣମାନେ ଜାଣିଛନ୍ତି କି କୋଣାର୍କ ମନ୍ଦିରର ନାଁ କୋଣାର୍କ କାହିଁକି ରଖାଯାଇଛି । କହିବାକୁ ଗଲେ କୋଣାର୍କ ମନ୍ଦିରର ଅର୍ଥ କୋଣ ଯୁକ୍ତ ଅର୍କ । ଆପଣମାନେ ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର, ପୁରୀରେ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ଦେଖିଥିବେ । ଏମିତିରେ ଯଦି ଆପଣ ଏହି ତିନୋଟି ମନ୍ଦିରକୁ ମ୍ୟାପରେ ଦେଖିବେ ତେବେ ତ୍ରିଭୁଜ ଆକାରରେ ଏହା ଦେଖାଯିବେ । ଯାହାକି ଗୋଟିଏ କୋଣ ଭଳି ନଜର ଆସିଥାଏ । ଏହାକୁ ତ୍ରିକୋଣ ମଧ୍ୟ କୁହାଯାଏ ।

ଯେହେତୁ ସୂର୍ଯ୍ୟ ମନ୍ଦିରର କ୍ଷେତ୍ର ଅର୍କକ୍ଷେତ୍ର ସେଥିପାଇଁ ଏହାର ନାଁ କୋଣାର୍କ ରଖା ଯାଇଛି । ଆପଣମାନେ କୋଣାର୍କ ମନ୍ଦିରର ଚାରିପଟେ ବହୁତ ପ୍ରତିମୂର୍ତ୍ତି ଦେଖିଥିବେ । କୁହାଯାଏ କି ଦେଶରେ ଯେଉଁ ୧୨୦ ନୃତ୍ୟ କଳା ଅଛି କୋଣାର୍କ ମନ୍ଦିରର ଚାରି ପାର୍ଶ୍ଵରେ ଏହି ନୃତ୍ୟ କଳାକୁ ହିଁ ପ୍ରଦର୍ଶିତ କରାଯାଇଛି । ଏତେ ବର୍ଷ ପରେ ବି ଏହି ମନ୍ଦିର ମୁଣ୍ଡ ଟେକି କେମିତି ଛିଡା ହୋଇଛି ଏହି କଥାକୁ ନେଇ ହୁଏତ ଅନେକ ଲୋକଙ୍କ ମନରେ ବହୁତ କିଛି ପ୍ରଶ୍ନ ଉଙ୍କି ମାରୁଥିବ ।

କହିଦେଉଛୁ କି ସେହି ସମୟରେ କାରିଗାରମାନେ ପଥର ପଥରକୁ ଯୋଡି ରଖିବା ପାଇଁ ସେମାନେ ପଥରେ ଟାଙ୍କ ମାରୁଥିଲେ । ପଥର ଭିତରେ ସେମାନେ ଲୁହାର ଗୋଟିଏ ଟାଙ୍କ ପୁରାଉଥିଲେ ଓ ଅନ୍ୟ ପଥର ସହ ମିଶାଇ ଦେଉଥିଲେ । ଏମିତିରେ ପଥର ଭାଙ୍ଗିଲେ ହିଁ ଏହି ଟାଙ୍କ ଛାଡିବ । ନଚେତ ଏହା ବର୍ଷ ବର୍ଷ ଧରି ଧରି ରହିଥିବ । କୋଣାର୍କ ମନ୍ଦିର ରହସ୍ୟମୟୀ ଚୁମ୍ବକ ବିଷୟରେ ଆପଣ ସମସ୍ତେ ଜାଣିଥିବେ ।

ମନ୍ଦିରରେ ପଥର ଓ ଲୁହାରେ ତିଆରି ହୋଇଥିଲା ଏମିତିରେ ଏହି ଚୁମ୍ବକ କାରଣରୁ ଏହି ଲୁହା ଓ ପଥର ଗୁଡିକ ନିଜ ନିଜ ସ୍ଥାନରେ ରହୁଥିଲେ । ଏହି ଚୁମ୍ବକ ମନ୍ଦିରକୁ କଣ୍ଟ୍ରୋଲ କରି ରଖୁଥିଲା । କିନ୍ତୁ କିଛି ସମୟ ପରେ ଚୁମ୍ବକଟି ଚୋରୀ ହୋଇଗଲା । ଏହି କାରଣରୁ କୋଣାର୍କ ମନ୍ଦିର ଧୀରେ ଧୀରେ କରି ଧ୍ଵଂସ ହେବାକୁ ଲାଗିଲା । ଆଜି ଯଦି ସେହି ଚୁମ୍ବକ କୋଣାର୍କ ମନ୍ଦିରରେ ରହିଥାନ୍ତା ତେବେ ସେ ସମସ୍ତ ପଥର ଓ ଲୁହାକୁ ନିଜ ଆଡକୁ ଟାଣି ରଖିଥାନ୍ତା । ସେହି ଚୁମ୍ବକ ନ ରହିବା କାରଣରୁ ଆଜି କୋଣାର୍କ ମନ୍ଦିରର ପଥର ଗୁଡିକ ଧୀରେ ଧୀରେ ଧ୍ଵଂସ ହେବାକୁ ଲାଗିଛି ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ