କିଏ କହିଥିଲା ଟଙ୍କା ନିଅ ଆଉ କରମଣ୍ଡଳ ଉଡାଇ ଦିଅ । ଦୁର୍ଘଟଣା ପଛର ଖଳନାୟକ ଜଣକ କିଏ ? ଯାହା ପାଇଁ ଚାଲିଗଲା 293 ଜଣଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ କରମଣ୍ଡଳ ଟ୍ରେନ ଦୁର୍ଘଟଣା କୌଣସି ବୋମା ବିସ୍ଫୋରଣ ଠାରୁ କମ ନ ଥିଲା । କୌଣସି ଆତଙ୍କବାଦୀ ଆକ୍ରମଣ ବି ଏହା ଠାରୁ ବଳି ଯିବ ନାହିଁ । କାରଣ ଏ ଦୁର୍ଘଟଣା ଥିଲା ସେମିତି ଭୟଙ୍କର । ସିବିଆଇ ଜେରା ସମୟରେ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର ବାହାନଗା ଦୁର୍ଘଟଣାର ।

3 ଜଣଙ୍କୁ ଏବେ ଘନ ଘନ ଜେରା କରା ଯାଉଛି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମଦ ଅମିର ଖାନ ଓ ଟେକଶିଆନ ପପୁ କୁମାର ଙ୍କୁ ପଚରା ଯାଇଛି କି ତାଙ୍କୁ ଦୁର୍ଘଟଣା ପାଇଁ କିଏ ଟଙ୍କା ଦେଇଥିଲେ । ଆଉ ଯଦି ଟଙ୍କା ଦେଇଥିଲେ ତେବେ କେତେ ଟଙ୍କା ଦେଇଥିଲା । ତାଙ୍କ ସବୁ କ୍ଯାସ ରେ ମିଳିଥିଲା ନା ଡାଇରେକ୍ଟ ଆକାଉଣ୍ଟ କୁ ଆସିଥିଲା ।
ସେହି ଟଙ୍କା ସବୁ କୁଆଡେ ଗଲା । ଏମିତି କିଛି ପ୍ରଶ୍ନ 3 ଜଣ ଅଭିଯୁକ୍ତ ଙ୍କୁ ପଚାରିଛି ସିବିଆଇ । 3 ଅଭିଯୁକ୍ତ ଙ୍କର ରିମାଣ୍ଡର ଦ୍ଵିତୀୟ ଦିନ କିଛି ଏମିତି ଥିଲା । ଏମିତି କିଛି ପ୍ରଶ୍ନ ରେ ପୁରା ବେହାଲ ହୋଇଥିଲେ 3 ଅଭିଯୁକ୍ତ । ସବୁଠାରୁ ବଡ ପ୍ରଶ୍ନ ଥିଲା କି ଦୁର୍ଘଟଣା ପାଇଁ ସେମାନଙ୍କୁ କିଏ ପ୍ରବର୍ତ୍ତାଇ ଥିଲା ଏବଂ କିଏ ଟଙ୍କା ଦେଇଥିଲା ? ଯଦି ଦୁର୍ଘଟଣା ପାଇଁ ଅର୍ଥ ରାଶି ଦିଆ ଯାଇଥିଲା ତେବେ କେତେ ପରିମାଣରେ ଦିଆ ଯାଇଥିଲା ?

ଏ ପ୍ରଶ୍ନ ଏଥିପାଇଁ ଥିଲା କି କାରଣ ପୂର୍ବରୁ ପ୍ରମାଣିତ ହୋଇ ସାରିଛି କି ଏ ଦୁର୍ଘଟଣା ଜାଣି ଜାଣି କରା ଯାଇଛି । ଅଜାଣତରେ ହୋଇ ନାହିଁ ବାହନଗା ରେଳ ଦୁର୍ଘଟଣା । ଏବେ ଖାଲି ଜାଣିବାକୁ ବାକି ରହିଛି ଏ ଦୁର୍ଘଟଣା କରିବା ପାଇଁ କିଏ ଓ କାହିଁକି ପ୍ରବର୍ତ୍ତାଇ ଥିଲେ ? ଏ ଦୁର୍ଘଟଣା ପଛରେ ଖଳନାୟକ କିଏ ? ଯିଏ ପରଦା ପଛରେ ଲୁଚି ରହିବାକୁ ଚେଷ୍ଟା କରୁଛନ୍ତି ।
ଯିଏ ପ୍ରମାଣ ନଷ୍ଟ କରିବାକୁ କହିଥିଲେ । ଏହି ସବୁ ପ୍ରଶ୍ନ ପରେ ସିବିଆଇ ର ଏକ ଟିମ 3 ଅଭିଯୁକ୍ତ ଙ୍କ ପୁରୁଣା ଇତିହାସ କୁ ଖୋଜିବାରେ ଲାଗିଛି । ବ୍ଯାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ଫୋନ ଲ୍ୟାପଟପ କୁ ସବୁ ଯାଞ୍ଚ କରିଛି । ଦୁର୍ଘଟଣା ପୂର୍ବରୁ ଅର୍ଥ କାରୋବାରକୁ ନେଇ ତଥ୍ୟ ସଂଗ୍ରହ କରା ଯାଉଛି । ଦୁର୍ଘଟଣା ପୂର୍ବରୁ ଏମାନେ କାହା ସହ ମିସିଥିଲେ ବା ପୂର୍ବରୁ ସେମାନଙ୍କର ସମ୍ପର୍କୀୟ ଙ୍କ ସହ କିଛି ଅଘଟଣ ଘଟି ଥିଲା କି ନାହିଁ ଏହାକୁ ନେଇ ସିବିଆଇ ଖୋଳତାଳ କରୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।