କିଂଗ କୋବ୍ରା କୁ ବଞ୍ଚେଇବା ପାଇଁ କୂଅକୁ ଡେଇଁଲା ଯୁବକ, ତା ପରେ କଣ ହେଲା.. ଦେଖନ୍ତୁ ଭିଡିଓ

ଦେଶ ଦୁନିଆରେ ଯେଉଁଠି ଲୋକମାନେ ଏକ ଟଙ୍କା ପାଇଁ ଅନ୍ୟ ଲୋକଙ୍କର ଜୀବନ ନେବା ପାଇଁ ପଛଉ ନାହାନ୍ତି । କିନ୍ତୁ କିଛି ଲୋକମାନେ ଏମିତ ବି ଅଛନ୍ତି, ଯେଉଁମାନେ ଦେଶ, ଗାଁ, ସମାଜ ପାଇଁ କାମ କରିବା ପାଇଁ ତତ୍ପର ଥାଆନ୍ତି । ଏଥିପାଇଁ ତାଙ୍କୁ ନିଜର ଜୀବନ ବିପଦରେ ପକାଇବା ପଡୁ ପଛେ ସେ କେବେ ବି ଡରନ୍ତି ନାହିଁ । ଏମିତ ଏକ ଭିଡିଓ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ସୋସିୟାଲ ମିଡିୟାରେ ଆସିଥିବା ଫୋଟରେ କର୍ଣାଟକ ର ଏକ ଗାଁ ର ଅଟେ ।

 

ଯେଉଁଠି ଗୋଟିଏ ବିଷଧର ସାପ କୂଅ ରେ ପଡି ଯାଇଥିଲା । ଲୋକମାନେ ସାପ କୁ ଦେଖି କୁଅର ପାଣି ବିଷ ହୋଯାଇଥିବା ଡରକି ପଳାଉ ଉଥିଲେ । ଏବଂ ସାପ କୂଅ ରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲା ।

ଗ୍ରାମର ଯୁବକ ନେଲା ଦାୟିତ୍ଵ

ଗ୍ରାମରେ ମାତ୍ର ଗୋଟିଏ କୂଅ ଥିଲା । ଏହି ସମସ୍ୟାର ସମଧାନ ପାଇଁ ଏକ ଯୁବକ ଆଗକୁ ଆସିଲା ଏବଂ ସେ କୂଅ ରୁ ସାପ ବାହାର କରିବା ପାଇଁ ପ୍ରସ୍ତୁତ ହେଲା । ଯୁବକଟି ଗୋଟିଏ ଦଉଡି ସାହାର୍ଯ୍ୟ ରେ କୂଅ ଭିତରକୁ ଓହ୍ଲାଇ ହାତରେ ବାଡି ଧରି, ପ୍ରଥମେ ସେ ସାପକୁ ବାଡି ସାହାର୍ଯ୍ୟ ରେ ଗାତରୁ ବାହାରକୁ ବାହାର କରିଲା ।

ବାଡି ସାହାର୍ଯ୍ୟ ରେ ଧରିଲା ସାପ

କୂଅ ଟି ବହୁତ ଛୋଟ ଥିଲା । ବହୁତ କଷ୍ଟରେ ଯୁବକଟି ବାଡିରେ ସାପକୁ ଧରି ପକାଇଲା । କିନ୍ତୁ କୂଅ ରୁ ବାହାର କୁ ବାହରିବା ପାଇଁ ଯୁବକଟିକୁ ବହୁତ ଅସୁବିଧା ହେଲା । ଏହା ଭିତରେ ସାପଟି ବାରମ୍ବାର ବାଡିରୁ ଖସି ଯାଉଥିଲା କିନ୍ତୁ ଯୁବକଟି ନିଜର ହିମ୍ମତ ହରାଉ ନଥିଲା । ତାକୁ କୌଣସି ପ୍ରକାର ର ଏକ ଦଉଡି ରେ ବାନ୍ଧି ସାପଟିକୁ ବାହାର କରିଲା । କୁଆରୁ ବାହାରିଲା ପରେ ସାପ ତ ନିଜକୁ ସୁରକ୍ଷିତ ଭବିଲା ଏବଂ ନିଜକୁ ଲୁଚାଇବା ପାଇଁ ଚେଷ୍ଟା କରିଲା । ଯାହା ପରେ ଯୁବକଟି ତାହାର ଲାଞ୍ଜ ଧରି ତାକୁ କାବୁ କରିନେଲା ।

ଗାଁ ବାହାରେ ଛାଡିଲା ସାପ

ସାପଟି ଦେଖିବାକୁ ଏତେ ଭୟଙ୍କର ଥିଲା କି କାହାର ବି ହାଲତ ଖରାପ ହୋଇଯିବ । ସାପକୁ ସମସ୍ତଙ୍କ ଠାରୁ ବଞ୍ଚିବା ପାଇଁ ତାକୁ ପ୍ରଥମେ ଏକ ମୁଣି ରେ ବାନ୍ଧି ତାକୁ ଗାଁ ବାହାରକୁ ନେଇ ଛାଡିଦେଲା ।