କିଡ଼ନୀ ଖରାପ ହେବାର ୭ଟି କାରଣ

କିଡନୀ ଆମ ଶରୀରରେ ରକ୍ତକୁ ସଫା କରିଥାଏ ଓ ପରିସ୍ରା ଦ୍ଵାରା ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଦିନକୁ ଦିନ କିଡନୀ ଖରାପ ହେବାର ସମସ୍ଯା ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କିଡନୀ ଫେଲ ହେବାର କାରଣ ଗୁଡିକ କଣ !

୧. କମ ପାଣି ପିଇବା

ଯଦି ଆପଣ ଯଥେଷ୍ଟ ପରିମାଣରେ ପାଣି ପିଉନାହାନ୍ନ୍ତି ତେବେ ଆପଣ ନିଜ କିଡନୀକୁ ରିସ୍କ ରେ ପକାଉଛନ୍ତି । କିଡନୀ ର କାମ ହେଲା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବା । ଯଦି ଆପଣ ଯଥେଷ୍ଟ ପାଣି ପିଉନାହାନ୍ନ୍ତି ଏହି ବିଷାକ୍ତ ପଦାର୍ଥ ଶରୀରରୁ ବାହାରି ନ ପାରି କିଡ଼ନି ରେ ଜମା ହୋଇଥାଏ ଓ କିଡନୀ ଡ୍ୟାମେଜ ହୋଇଥାଏ ।

୨. ପରିସ୍ରାକୁ ରୋକିବା

କିଡନୀ କୁ ସୁସ୍ଥ ରଖିବାକୁ ହେଲେ ଉପଯୁକ୍ତ ସମୟରେ ପରିସ୍ରା କରିବା ନିହାତି ଆବଶ୍ୟକ । ଯଦି ପରିସ୍ରାକୁ ଅଧିକ ସମୟ ରୋକାଯାଏ ତେବେ ଏହା ଦ୍ଵାରା କିଡନୀ ଖରାପ ହେବାର ଚାନ୍ସ ବଢିଯାଏ ।

୩. ଅଧିକ ଲୁଣ ଖାଇବା

କିଡନୀର ସବୁଠୁ ବଡ ଶତୃ ହେଉଛି ସୋଡିୟମ । ଅଧିକ ଲୁଣ ଖାଇବା ଯୋଗୁ କିଡନୀ ଅଧିକ ସମୟ କାର୍ଯ୍ୟ କରିଥାଏ ଯାହା ଦ୍ଵାରା କିଡନୀ ଖରାପ ହେବାକୁ ଲାଗେ ।

୪. ଅଧିକ ପ୍ରୋଟିନଯୁକ୍ତ ଖାଦ୍ଯ ଖାଇବା

ପ୍ରୋଟିନ ଶରୀର ପାଇଁ ଉପଯୋଗୀ ହୋଇଥାଏ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ଯ ଖାଇଲେ ଖାଦ୍ୟକୁ ହଜମ କରିବା ପାଇଁ ପାକସ୍ଥଳୀ ଉପରେ ଅଧିକ ପ୍ରେସର ପଡିଥାଏ ଓ ଏହା କିଡନୀ କୁ ମଧ୍ୟ ଖରାପ କରିଥାଏ ।

୫. ଅଧିକ କ୍ୟାଫିନଯୁକ୍ତ ଖାଦ୍ଯ ଖାଇବା

ଅଧିକ କ୍ୟାଫିନଯୁକ୍ତ ଖାଦ୍ଯ ଯଥା ଚକୋଲେଟ, କଫି, ଥଣ୍ଡା ପାନୀୟ ଭଳି ଖାଦ୍ଯ ଖାଇଲେ ରକ୍ତଚାପ ବଢିଥାଏ ଓ ଏହା କିଡନୀ ଫେଲ ହେବାର କାରଣ ହୋଇଥାଏ ।

୬. ଧୂମ୍ରପାନ କରିବା

ଧୂମ୍ରପାନ କଲେ ବ୍ଲଡ ପ୍ରେସର ବଢିବା ସହିତ ହାର୍ଟ ବିଟ ମଧ୍ୟ ବଢିଥାଏ ଓ ରକ୍ତ ନାଲି ସଂକୀର୍ଣ୍ଣ ହୋଇଥାଏ, ଯାହା ଦ୍ଵାରା କିଡନୀକୁ ରକ୍ତ ପ୍ରବାହ କମିଯାଏ ଓ କିଡନୀ ଫେଲ ହେବା ପ୍ରକ୍ରିୟା ତ୍ବରାନିତ ହୋଇଥାଏ ।

୭. ଅଧିକ ପେନକିଲର ବ୍ୟବହାର କରିବା

ସାମାନ୍ଯ ଯନ୍ତ୍ରଣା ପାଇଁ ପେନକିଲର ଖାଇବା କିଡନୀ ପାଇଁ ଆଦୌ ଭଲ ହୋଇନଥାଏ । ଏହା ଦ୍ଵାରା ଶରୀରରେ ରକ୍ତର ପରିମାଣ କମିଯାଏ ଓ କିଡନୀ ଭଲ ଭାବେ କାମ କରିପାରେ ନାହିଁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।