କିଡନୀ ନେବା ପରେ ଧୋକା ଦେଲା ପ୍ରେମିକ । ଅଧା ରାସ୍ତାରୁ ଛାଡିଦେଲା ହାତ । ଯେଉଁ ପ୍ରେମିକା ନିଜ ଜୀବନକୁ ବିପଦକୁ ଠେଲିଦେଇ ତାଙ୍କ ଜୀବନ ବଞ୍ଚେଇଲା, ସେହି ପ୍ରେମିକାକୁ କେମିତି ଧୋକା ଦେଇ ପାରିଲା ଏହି ପ୍ରେମିକ ? ପ୍ରେମ ପାଇଁ ନିଜ ଘରଲୋକଙ୍କ କଥା ଶୁଣିଲାନି କି ନିଜ ନିଜ ଭବିଷ୍ୟତ କଥା ଚିନ୍ତା ବି କଲାନି । ପ୍ରେମିକର ମୁହଁକୁ ଚାହିଁ ଖୁସି ଖୁସି ଦେଇଦେଲା କିଡନୀ । ଆଉ ଭଲ ହେବା ପରେ ନୂଆ ଜୀବନ ଦେଇଥିବା ପ୍ରେମିକାକୁ ଗୁଡବାୟ କହିଦେଲା ପ୍ରେମିକ ।
ଏମିତି ଘଟଣା ସାମ୍ନାକୁ ଆସିବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ପୁରା ପରିବାର । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏମିତି ପ୍ରେମିକ କାହାକୁ ନମିଳୁ । କିଡନୀ ଖରାପ ଥିବା କାରଣରୁ ମେଡିକାଲରେ ପଡିଥିଲେ ପ୍ରେମିକ । ଘଟଣା ଜାଣିବା ପରେ ନିଜ କିଡନୀ ଦାନ କରି ପ୍ରେମିକର ଜୀବନ ବଞ୍ଚାଇଥିଲା ପ୍ରେମିକା । କିନ୍ତୁ ପ୍ରେମିକ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ବଦଳରେ ନିଜ ଜୀବନରୁ ପ୍ରେମିକାକୁ ଦୂରେଇ ଦେଲା ।
ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାରେ । ୩୦ ବର୍ଷୀୟ କଲିନ ଲିଙ୍କଙ୍କ ସହ ଘଟିଛି ଏମିତି ଘଟଣା । ଆଉ ତାଙ୍କ ପ୍ରେମିକ ଯାହା କରିଛନ୍ତି ତାହାର ଏକ ଭିଡିଓ ପ୍ରସ୍ତୁତ କରି ଫେସବୁକରେ ଶେୟାର କରିଛନ୍ତି ପ୍ରେମିକା । ୬ବର୍ଷ ପରେ ହାତ ଛାଡି ଦେଇ କହିଲା, ଦୁନିଆ ଆଗରେ ନାଟକ କରୁଛି ପ୍ରେମିକା । ଏହି ଭିଡିଓରେ ସେ କହୁଛନ୍ତି କି ତାଙ୍କ ସମ୍ପର୍କକୁ ୬ବର୍ଷ ପୁରିଲାଣି । ଏହା ମଧ୍ୟରେ କିଡନୀ ରୋଗରେ ପୀଡିତ ହୋଇଥିଲେ ପ୍ରେମିକ ।
ତାଙ୍କ କିଡନୀ ମାତ୍ର ପାଞ୍ଚ ପ୍ରତିଶତ କାମ କରୁଛି ବୋଲି ଜାଣି କଲିନ ନିଜ କିଡନୀ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ କିନ୍ତୁ ତାଙ୍କ ପରିବାର ରାଜି ହୋଇ ନଥିଲେ । ହେଲେବି ନିଜ ଜିଦରେ ସେ କିଡନୀ ଦାନ କରି ଦେଇଥିଲେ । କିନ୍ତୁ ସୁସ୍ଥ ହେବା ପରେ ଧୋକାବାଜ ପ୍ରେମିକ ସମସ୍ତ ସମ୍ପର୍କ କାଟିବାକୁ ସ୍ଥିର କରିଥିଲେ । ସେପଟେ ପ୍ରେମିକ କହୁଛନ୍ତି କି, ଭଲ ପାଇବା ପାଇଁ ନୁହେଁ ମାତ୍ର ଦୁନିଆ ସାମ୍ନାରେ ବଡ ହେବା ପାଇଁ କଲିନ କିଡନୀ ଦେଇଛନ୍ତି ।
ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି । ପ୍ରେମିକଙ୍କ ଏଭଳି କାମକୁ ନିନ୍ଦା କରୁଥିବା ବେଳେ ସମସ୍ତେ ପ୍ରେମିକାକୁ ସାବାସୀ ଜଣାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।