ଖୁବ ପଇସା କମେଇବା ପାଇଁ ଚାହୁଁଛନ୍ତି ତ ଘରର ଏହି ସ୍ଥାନରେ ରଖନ୍ତୁ ଗୋଟେ ଲବଙ୍ଗ ଓ ଗୋଟେ ଗୁଜୁରାତି, 7 ଦିନରେ ଦେଖନ୍ତୁ ଏହାର ଫାଇଦା

ସାଧାରଣତଃ ଲୋକମାନେ ଦିନ ରାତି ଏକ କରି ଟଙ୍କା ରୋଜଗାର କରିଥାନ୍ତି । ସବୁ ଲୋକ ଚାହାଁନ୍ତି ଏକ ସମୃଦ୍ଧ ଜୀବନ ଶୈଳୀ ବଞ୍ଚିବା ପାଇଁ । ନିଜ ପରିବାରକୁ ସମସ୍ତ ପ୍ରକାରର ଖୁସି ଦେବା ପାଇଁ ଲୋକମାନେ ବହୁତ କଷ୍ଟ କରନ୍ତି । ହେଲେ ଯେତେ ଟଙ୍କା କମେଇଲେ ମଧ୍ୟ କେତେକ ଅଯଥା ଖର୍ଚ୍ଚରେ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେଇଯାଏ ଓ ସେମାନଙ୍କ ପାଖରେ ଟଙ୍କା ରୁହେ ନାହିଁ ।

ସାଧାରଣତଃ ଏସବୁ ଗ୍ରହ ଓ ନକ୍ଷତ୍ର ଦୁର୍ବଳ ହେବାରୁ ହୋଇଥାଏ । ଯାହାଫଳରେ ସେହି ଲୋକମାନଙ୍କର କୌଣସି କାର୍ଯ୍ୟ ସଫଳ ହୋଇନଥାଏ । ହେଲେ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ଆପଣ କରିଲେ ବହୁତ ଶୀଘ୍ର ଧନ ଲାଭ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏହି ଉପାୟକୁ ସମସ୍ତେ କରିପାରିବେ ସିଏ ପୁରୁଷ ହେଉ ବା ମହିଳା । ଆପଣମାନେ ଏହି ଉପାୟକୁ ଶୁକ୍ରବାର ଦିନ କରନ୍ତୁ, କାରଣ ଶୁକ୍ରବାର ହେଉଛି ମା ଲକ୍ଷ୍ମୀଙ୍କର ବାର । ଶୁକ୍ରବାର ଦିନ ଆପଣ ସନ୍ଧ୍ୟା ସମୟରେ ଭଲ ଭାବରେ ଗାଧୋଇ ମା ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ । ଏହାପରେ ଆପଣ ନିଜର ଡାହାଣ ହାତର ପାପୁଲିରେ ଗୋଟେ ଲବଙ୍ଗ ଓ ଗୋଟେ ଗୁଜୁରାତିକୁ ରଖନ୍ତୁ ।

ହେଲେ ଧ୍ୟାନ ରଖିବେ କି ଏହି ଦୁଇଟି ସାମଗ୍ରୀ ପୁରା ସ୍ବଚ୍ଛ ଥିବ ଓ ଭାଙ୍ଗିନଥିବ । ଏହାକୁ ଧରିବା ପରେ ଆପଣଙ୍କୁ ଏକ ମନ୍ତ୍ରର ଉଚ୍ଚାରଣ କରିବାକୁ ହେବ, ସେହି ମନ୍ତ୍ରଟି ହେଉଛି ‘ଓଁ ମହାଲକ୍ଷ୍ମୀୟ ନମଃ’ । ଏହି ମନ୍ତ୍ରର ଜପ ଆପଣଙ୍କୁ ୧୦୮ ଥର କରିବାକୁ ହେବ ।

ଧ୍ୟାନ ରଖିବେ କି ଆପଣ ମନ୍ତ୍ର ପଢିବା ସମୟରେ ଯେମିତି ଆପଣଙ୍କୁ କିଏ ବିଚଳିତ ନ କରେ । ଏହାକୁ ଭଲ ଭାବରେ ଜପ କରିବା ପରେ ଆପଣ ଏହି ଦୁଇଟି ଜିନିଷକୁ ଏକ ହଳଦିଆ କପଡାରେ ରଖି କପଡାଟିକୁ ବାନ୍ଧି ଦେବେ ଓ ଏହାକୁ ଆପଣ ନିଜର ତିଜୋରି ବା ଯେଉଁଠି ଧନ ରଖନ୍ତି ସେହି ସ୍ଥାନରେ ରଖିବେ ।

ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଶୀଘ୍ର ସୁଧୁରିବାକୁ ଲାଗିବ ଓ ଆପଣଙ୍କୁ ପ୍ରଚୁର ଧନ ଲାଭ ହେବ । ଏହା ଦ୍ଵାରା ଆପଣଙ୍କର କୌଣସି ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ପୂରଣ  ହୋଇଯିବ ଓ ଆପଣଙ୍କର ଅଯଥା ଖର୍ଚ୍ଚ ନିୟନ୍ତ୍ରଣ ହୋଇଯିବ । ଯାହାଦ୍ୱାରା ଆପଣଙ୍କ ପାରିବାରିକ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।