ପାଣି ଭର୍ତ୍ତି ବେଲୁନ ମାଡରେ ଓଲଟିଲା ଗଲା ଅଟୋ । ହୋଲି ଖେଳ ବେଳେ ଏକ ଚଳନ୍ତା ଅଟୋ ଉପରକୁ ଜଣେ ଯୁବକ ପାଣି ଭର୍ତ୍ତି ବେଲୁନ ମାଡ କରିବା ପରେ ଏହା ଓଲଟି ପଡିଛି । ନିକଟରେ ଯାଇଛି ରଙ୍ଗର ପର୍ବ ହୋଲି । ହୋଲି ପର୍ବରେ ସମସ୍ତେ ରଙ୍ଗ ଖେଳିବାକୁ ଭଲ ପାଆନ୍ତି । ଏହିଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇଥାନ୍ତି । ଅନେକ ପିଲା ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ରଙ୍ଗ ଲଗେଇବାକୁ ପିଚକାରୀରେ କିମ୍ବା ବେଲୁନରେ ରଙ୍ଗ ପାଣି ଭର୍ତ୍ତି କରି ରଖିଥାନ୍ତି ।

କିନ୍ତୁ ଅନେକ ସମୟରେ ଏହିପରି ମଜା ଭାରି ପଡିଥାଏ । ଏମିତି ଖେଳରେ ଖେଳରେ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଉତ୍ତର ପ୍ରଦେଶର ବାଗପତ ଅଞ୍ଚଳରେ ଏପରି ଏକ ଅଘଟଣ ଘଟିଛି । ଅଟୋଟି ରାସ୍ତା ଉପରେ ଦ୍ରୁତଗତିରେ ଆସୁଥିବା ବେଳେ ଜଣେ ଯୁବକ ଅଟୋ ଉପରକୁ ପାଣି ଭର୍ତ୍ତି ଥିବା ଏକ ବେଲୁନ ମାଡ କରିଥିଲେ । ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ତେବେ ଏହାପରେ ପୋଲିସ ବର୍ତ୍ତମ୍ନ ଭିଡିଓ କ୍ଲିପ ଯାଞ୍ଚ କରିବା ସହ ଘଟଣାର ଛାନଭିନ୍ କରୁଛି । ତେବେ ଏହି ଘଟଣାରେ ଅଟୋ ଚାଳକଙ୍କ ସହ ସେଥିରେ ଯାତ୍ରୀମାନେ ମଧ୍ୟ ବସିଥିଲେ । ଏହି ଘଟଣାରେ ଅଟୋ ଚାଳକଙ୍କ ସମେତ ଆହୁରି ଦୁଇ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଏନେଇ ପୋଲିସ ସୂଚନା ଦେଇଛି । ଏହି ଘଟଣାର ଭିଡିଓ ଆପଣ ଦେଖି ପାରୁଥିବେ ।
ଅଟୋଟି ଖୁବ ଦ୍ରୁତଗତିରେ ଯାଉଥିଲା । ଆଉ ଯୁବକ ଏହା ଉପରକୁ ବେଲୁନ ମାଡ କରିବା ପରେ ଭୀଷଣ ଜୋରରେ ରାସ୍ତାରେ ଘୋଷାଡ଼ି ହୋଇ ଅଟୋଟି ଓଲଟି ପଡୁଛି । ଯାହା ଦେଖିବାକୁ ଖୁବ ଭୟଙ୍କର ଲାଗୁଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ଲୋକର ହୋସ୍ ଉଡି ଯାଉଛି । ସତରେ ଏହିପରି ମଜା କରିବା କେତେ ଭୟଙ୍କର ହୋଇପାରେ ।

ରଙ୍ଗ ଲଗାଇବା ହୋଲି ଖେଳିବା କିଛି ଖରାପ ନୁହେଁ । କିନ୍ତୁ ନିଜର ମଜା ପାଇଁ ରାସ୍ତାରେ ଚଳନ୍ତା ଗାଡି ଉପରକୁ ଏପରି ବେଲୁନ ମାଡ କରିବା ସତରେ କେତେ ଭୟଙ୍କର । ଏଥିରୁ ଶିକ୍ଷା ନେଇ ଆଗକୁ ଆମେ ବି ଏଥିପ୍ରତି ଜାଗ୍ରତ ରହିବା ଜରୁରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।