ଖାଇବାକୁ ସକ ସକ ଖାଇଦେଲେ ଲାଗେ ଭୋକ, ତାହା କ’ଣ ? Odia dhaga dhamali

ବନ୍ଧୁଗଣ ଆପଣ ମାନଙ୍କୁ ନୂଆ ନୂଆ ତଥା ମଜାଳିଆ ଢଗଢମାଳି ଶୁଣିବାକୁ ତ ନିଶ୍ଚୟ ଭଲ ଲାଗୁଥିବ । ଯାହା ଶୁଣିବାକୁ ମଜା ଲାଗିବା ସହ ସେଥିରୁ ଆମକୁ ବହୁତ କିଛି ଶିଖିବାକୁ ମଧ୍ୟ ଭଲ ଲାଗିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ମଧ୍ୟ ସେହିଭଳି କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳି ନେଇ କରି ଆସିଛୁ । ଯାହାକୁ ପଢିଲା ପରେ ଆପଣଙ୍କର ମନୋରଞ୍ଜନ ହୋଇବା ସହ ସେଥିରୁ ଆପଣ କିଛି ଜ୍ଞାନ ମଧ୍ୟ ପାଇପାରିବେ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଆସନ୍ତୁ ସେହିସବୁ ବିଷୟରେ ଏଠାରେ ଆଲୋଚନା କରିବା ।

1- ଆ ହାତରୁ ତା’ ହାତ ହୁଏ ସେ ବହୁତ, ଯା’ ହାତରେ ରହିଲା ସିଏ ମଜଭୁତ । ତାହାର ଉତ୍ତର କ’ଣ ?

ଉତ୍ତର;- ଟଙ୍କା ।

2- କବାଟ ଖୋଲିଲେ ଦିନ ବି ଅନ୍ଧାର, କବାଟ ଖୋଲିଲେ ପୃଥିବୀ ସୁନ୍ଦର ?

ଉତ୍ତର;- ଆଖି ପତା ।

3- ସକାଳେ ସଞ୍ଜରେ ଲାଲ ଗୁଲୁଗୁଲୁ ଖରା ବେଳେ ଚାହିଁ ହୁଏନା, ରାତିହେଲେ ସିଏ କୁଆଡେ ଲୁଚିଜାଏ ଯେତେ ଖୋଜିଲେ ବି ପାଏନା ସେ କିଏ ?

ଉତ୍ତର;- ସୂର୍ଯ୍ୟ ।

4- ପାଟିରୁ ଖସିଲେ ମା’ର ଦୋଷ ପେଟରୁ ଖସିଲେ ପିଲାର ଦୋଷ ସେମାନେ କିଏ ?

ଉତ୍ତର;- ବିଲେଇ ଓ ମାଙ୍କଡ ।

ଏହି ପ୍ରଶ୍ନର ଦୁଇଟି ଉତ୍ତର କାରଣ ପାଟିରୁ ଖସିଲେ ମାର ଦୋଷ ଅର୍ଥାତ ବିଲେଇ ତାର ଛୁଆକୁ ପାଟିରେ ଧରିକି ଯାଏ, ପିଲା ଯେବେ ଖସି ପଡେ ମା’ର ଦୋଷ ହୋଇଥାଏ । ପେଟରୁ ଖସିଲେ ଛୁଆର ଦୋସ ଅର୍ଥାତ ମାଙ୍କଡ ଛୁଆ ତାର ମାକୁ ଭିଡ଼ି ଧରିଥାଏ, ଯଦି ପିଲାଟି ଖସି ପଡେ ତାହେଲେ ପିଲାର ଦୋଷ ହୋଇଥାଏ ।

5- ମୋ ଫାଖକୁ ଛୋଟବଡ ସବୁ ଆସିଥାଏ, ଛୋଟ ଛୋଟ ଖସିଯାଏ, ବଡ ଫସିଯାଏ, ତାହା କ’ଣ ?

ଉତ୍ତର;- ଚାଲୁଣି ।

6- ଗଡି ଗଡି ଯେବେ ବାହାରକୁ ଯାଏ ଚାରିଯୁଗ ପାଇଯାଏ ଉଡି ଉଡି ଯେବେ ବାହାରକୁ ଯାଏ ଛଅ ଋତୁ ମିଳିଯାଏ ?

ଉତ୍ତର;- କ୍ରିକେଟ ବଲ ।

7- ଖାଇବାକୁ ସକ ସକ ଖାଇଦେଲେ ଲାଗେ ଭୋକ, ତାହା କ’ଣ ?

ଉତ୍ତର;- ହାଜ୍ମୁଲ୍ଲା ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭଲ ଲାଗିଥିବ । ତେବେ ଏହିଭଳି ମଜାଳିଆ ଢଗଢମାଳି ପଢିବାକୁ ଆମ ସହ ଆଗକୁ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।