ରଖିଦିଅନ୍ତୁ ଏହି ଜିନିଷ, ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବ, 5 ମିନିଟରେ ଘରୁ ବାହାରିଯିବେ ସବୁ ମୂଷା

ଆଜି ଆମେ ଆପଣଙ୍କୁ ଘରୁ ମୂଷା ବାହାର କରିବାର ଏକ ସରଲ ଉପାୟ ବିଷୟରେ କହିବୁ । କହିବାକୁ ଗଲେ ଯଦି ଘରେ ମୂଷା ଅଛନ୍ତି ତେବେ ଆପଣ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହା ସହିତ ଆପଣଙ୍କର ସବୁ ଦାମୀ ଜିନିଷ ଗୁଡିକ ବି ବେଳେ ବେଳେ ମୂଷା ଖରାପ କରିଦିଏ । ସେଥିପାଇଁ ପ୍ରାୟତଃ ଲୋକମାନେ ମାର୍କେଟରୁ ମୂଷା ମାରିବା ଔଷଧ ନେଇଆସନ୍ତି । କିନ୍ତୁ ଏହା ଆମର ପିଲାମାନଙ୍କ ପାଇଁ ବହୁତ କ୍ଷତିକାର ମଧ୍ୟ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଘୋରାଇ ଉପଚାର ନେଇ ଆସିଛୁ ।

ଯାହାକୁ କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡିବ ନାହିଁ । ଯାହା ଦ୍ଵାରା ଆପଣ ମୂଷାଙ୍କୁ ମାରିବା ପରିବର୍ତ୍ତେ ମୂଷାଙ୍କୁ ଘରୁ ଘୋଡାଇ ପାରିବେ । ଏହି ଉପାୟ କରିବା ପାଇଁ ଆପଣଙ୍କୁ ପ୍ରଥମ ଜିନିଷ ଦରକାର ସେ ହେଉଛି ଜର୍ଦା ।

ଆପଣ ଖୋଲା କିମ୍ବା ପ୍ୟାକେଟ ଜର୍ଦା ଆଣି ପାରିବେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜର୍ଦା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଅଟେ । ସେହିଭଳିଏହା ମୂଷାମାନଙ୍କ ପାଇଁ ବି ବହୁତ କ୍ଷତିକାରକ ହୋଇଥାଏ । ଏହାର ସେବନ ଦ୍ଵାରା ମୂଷାମାନେ ବେହୋସ ହୋଇ ଯାଆନ୍ତି ଓ ପାଣି ପାଇବା ପାଇଁ ସେମାନେ ଘରୁ ବାହାରକୁ ଚାଲି ଯାଆନ୍ତି । ଏହୁ ଉପାୟକୁ କରିବା ପାଇଁ ଆପଣଙ୍କୁ ଗୋଟିଏ ଚାମଚ ଜର୍ଦା ଦରକାର ।

ଯଦି ଆପଣ ଖୋଲା ଜର୍ଦା ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ ଚାମଚ ଜର୍ଦା ଦରକାର କିମ୍ବା ଯଦି ଆପଣ ପ୍ୟାକେଟ ଜର୍ଦା ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଦୁଇଟି ପ୍ୟାକେଟ ଜର୍ଦା ବ୍ୟବହାର କରିବାକୁ ପଡିବ । ଏହା ପରେ ଆପଣ ଏଥିରେ ଏକ ଚାମଚ ଶୁଦ୍ଧ ଦେଶୀ ଗାଈ ଘିଅ ମିଶାଇ ଦିଅନ୍ତୁ । ଆପଣ ଜର୍ଦା ଓ ଗାଈ ଘିଦକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏଥିରେ ଗୋଟିଏ ଚାମଚ ବେସନ ପକାନ୍ତୁ ।

ଏହା ପରେ ଏହି ମିଶ୍ରଣରେ ଅଳ୍ପ ପାଣି ଦେଇ ଏହାକୁ ଅଟା ଦଳିବା ଭଳି ଦଲି ଦିଅନ୍ତୁ । ଏହା ପରେ ଏହାକୁ ଦଲି ରୁଟି ଗୋଳା ଭଳି କରି ସାରିବା ପରେ ଏଥିରେ ପୁଣି ଥରେ ଘିଅ ମିଶାଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ମୂଷାମାନେ ଘିଅର ସୁଗନ୍ଧ ଦ୍ଵାରା ଆକର୍ଷିତ ହୋଇ ଚାଲି ଆସିବେ । ଏହା ପରେ ଏହି ଅଟା ଗୋଳାର ଛୋଟ ଛୋଟ ଗୋଳା କରି ଯେଉଁ ସ୍ଥାନରେ ଆପଣଙ୍କର ମୂଷା ରହୁଛି କିମ୍ବା ଯେଉଁ ସ୍ଥାନ ଦେଇ ମୂଷା ଅଧିକ ଯିବା ଆସିବା କରୁଛି ସେହି ସ୍ଥାନରେ ଏହାକୁ ରଖି ଦିଅନ୍ତୁ ।

ଘିଅର ସୁଗନ୍ଧ ଦ୍ଵାରା ମୂଷା ଆକର୍ଷିତ ହୋଇ ଏହାକୁ ଖାଇନେବ । କିନ୍ତୁ ମୂଷାକୁ ଏହା ଦେବା ସମୟରେ ନିଜ ଘରେ ଥିବା ପାଣିର ସମସ୍ତ ପାତ୍ରକୁ ଲୁଚାଇ ଦିଅନ୍ତୁ । କାରଣ ଏହାକୁ ଖାଇବା ପରେ ସେମାନଙ୍କୁ ଶୋଷ ଲାଗିବ ଯାହା ଦ୍ଵାରା ସେମାନେ ବାହାରକୁ ଯାଇ ପାଣି ପିଇବା ପାଇଁ ଚେଷ୍ଟା କରିବେ । କିନ୍ତୁ ଯଦି ମୂଷାକୁ ଆପଣଙ୍କ ଘରେ ହିଁ ପାଣି ମିଳିଯିବ ତେବେ ସେମାନେ ଘର ବାହାରକୁ ଯିବେ ନାହିଁ । ମୂଷା ଏହାକୁ ସେବନ କରିବା ପରେ ଘରୁ ବାହାରିଯିବ । ସେ ପାଗଳ ଭଳି ହୋଇଯିବ ଓ ସେ ଆପଣଙ୍କ ଘରକୁ ପୁଣି ଥରେ ଆସିବା ପାଇଁ ଚେଷ୍ଟା କରିବ ନାହିଁ । ଏହାକୁ ଘରେ ନିଶ୍ଚିତ ପ୍ରୟୋଗ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।