କେଉଁ ତେଲ ମୁଣ୍ଡରେ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନରେ ସୁଖଦୁଃଖ ଓ ଅଭାବ ଅସୁବିଧା ଲାଗି ରହିଥାଏ । ଅଭାବ ଅସୁବିଧା ଦୂର କରିବାକୁ ହେଲେ କିଛି ବାସ୍ତୁ ଉପାୟ ପାଳନ କରିବାକୁ ହୋଇଥାଏ । ଶୋଇବା ଘରେ କେବେବି ଝାଡୁ କିମ୍ବା ପୋଛା କପଡା ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଘରେ କଳିଝଗଡା ଦେଖା ଦେଇଥାଏ । ଘରେ କେବେବି ଅତ୍ୟଧିକ ପୁରୁଣା ଝାଡୁ ରଖିବା ଉଚିତ ନୁହେଁ, ଏହାଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ତେଣୁ ଏହାକୁ ବଦଳି ଦେବା ଉଚିତ ।

ରାତିରେ ଘରର ମୁଖ୍ୟଦ୍ଵାରର ଭିତର ପାଖେ ଝାଡୁ ରଖିବା ଶୁଭ ହେବାସହ ଘରେ ଅଶୁଭ ଶକ୍ତି ପ୍ରବେଶ କରି ନଥାନ୍ତି । ଘରେ ଯଦି ବାରମ୍ବାର ସମସ୍ଯା ଦେଖା ଦେଉଥାଏ କିମ୍ବା ଅଶୁଭ ହେଉଥାଏ ତେବେ ମନ୍ଦିରରେ ନୂଆ ଝାଡୁ ଦାନ କରିବା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଝାଡୁ ଦ୍ଵାରା କେବେବି କୌଣସି ପଶୁ ଜନ୍ତୁଙ୍କୁ ଆଘାତ କରିବା ଉଚିତ ନୁହେଁ, ଏହା ମଧ୍ୟ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ ।

ସ୍ଵପ୍ନରେ ଝାଡୁ ଦେଖିବାକୁ ଅଶୁଭ ହୋଇଥାଏ ଓ ଏହା ଧନହାନି ହେବାର ସଙ୍କେତ ପ୍ରଦାନ କରିଥାଏ । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇ ପାରୁ ନଥାଏ ତେବେ ଶୋଇବା ସମୟରେ ତକିଆ ତଳେ ଗୁଜୁରାତୟ ରଖି ବାହାର ଲୋକଙ୍କୁ ଖାଇବାକୁ ଦେବା ଦ୍ଵାରା ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ ।

ଯଦି ସୁନ୍ଦର ବର କିମ୍ବା କନ୍ୟା ପାଇବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ଏକ ହଳଦିଆ କପଡାରେ କିଛି ଗୁଜୁରାତି ବାନ୍ଧି କୌଣସି ମନ୍ଦିର ପାଖରେ ରଖିବା ଦ୍ଵାରା ତାହା ପ୍ରାପ୍ତି ହୋଇଥାଏ । ପିଲାଙ୍କର ଯଦି ପାଠରେ ମନ ଲାଗୁ ନଥାଏ ତେବେ କ୍ଷୀରରେ ଗୁଜୁରାତି ପକାଇ ପିଇବାକୁ ଦେବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ବାହାର ଲୋକଙ୍କୁ ଗୁଜୁରାତି ପକାଇ ମିଠା ଖାଦ୍ଯ ଦାନ କଲେ ମଙ୍ଗଳ ହୋଇଥାଏ ।

ଯଦି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଉଥାଏ ତେବେ ଶୁକ୍ରବାର ଦିନ ତାଙ୍କୁ ଏକ ଗୁଜୁରାତି ଛୁଆଁଇ ତା’ ପରଦିନ ତାଙ୍କୁ ଚାହାରେ ପକାଇ ପିଆଇଲେ ସମ୍ପର୍କ ଠିକ ହୋଇଥାଏ । ଯେଉଁ ମାନଙ୍କର ବିବାହ ହୋଇ ପାରୁ ନଥାଏ କିମ୍ବା ବିବାହରେ ବିଭିନ୍ନ ବାଧା ଆସୁଥାଏ ସେମାନେ ଶୁକ୍ରବାର ଦିନ ନଡିଆରେ ଗୁଜୁରାତି ସହ କିଛି ମିଠା ଖାଦ୍ଯ ଏକ ପତ୍ରରେ ବାନ୍ଧି ନଦୀଜଳରେ ପ୍ରବାହିତ କଲେ ସୁଫଳ ମିଳିଥାଏ ।

ପର୍ସରେ ରୁଦ୍ରାକ୍ଷ ରଖିବା ଶୁଭ ହୋଇଥାଏ ଓ ଧନ ବୃଦ୍ଧିରେ ସାହାଯ୍ୟ କରିଥାଏ । ମନିପର୍ସରେ ଗୋମତୀ ଚକ୍ର ରଖିବା ଶୁଭ ଓ ମଙ୍ଗଳକାରୀ ହୋଇଥାଏ ଏବଂ ପଇସା ଅଭାବ ଦୂର ହୋଇଥାଏ । ମନିପର୍ସରେ କିଛି ଅକ୍ଷତ ଚାଉଳ ରଖିବା ଶୁଭ ହୋଇଥାଏ ଓ ଏହା ଅଯଥା ଖର୍ଚ୍ଚ କମ୍ କରିବାରେ ସାହାଯ୍ୟ କରିଥାଏ ।

ପର୍ସରେ ଏକ ଓସ୍ତ ପତ୍ରକୁ ଅଭିମନ୍ତ୍ରିତ କରି କୌଣସି ଶୁଭ ମୂହୁର୍ତ୍ତରେ ପର୍ସରେ ରଖିବା ଦ୍ଵାରା ପଇସା ଅଭାବ ଦୂର ହୋଇଥାଏ । ଶନିବାର ଦିନ ମୁଣ୍ଡରେ ସୋରିଷ ତେଲ ଲଗାଇବା ଦ୍ଵାରା ବହୁତ ମଙ୍ଗଳକାରୀ ହୋଇଥାଏ ଏବଂ ଏହା ଭାଗ୍ୟ ଉଦୟ କରିବାରେ ସାହାଯ୍ୟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।