Shivratri 2023: ଶିବଲିଙ୍ଗରୁ ଉଠେଇ ଆଣନ୍ତୁ ଏହି 1 ଗୁପ୍ତ ଜିନିଷ, ଘରକୁ ଏତେ ଧନର ଆଗମନ ହେବ ଯେ ରଖିବାକୁ ବି ଜାଗା ନିଅଣ୍ଟ ହେବ !

ସନାତନ ଧର୍ମରେ ମହା ଶିବରାତ୍ରିର ବିଶେଷ ମହତ୍ଵ ରହିଛି । ଫାଲଗୁନ ମାସ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥି ଦିନ ଏହି ମହା ଶିବରାତ୍ରି ପର୍ବ ପାଳନ କରାଯାଏ । ମାନ୍ୟତା ରହିଛି କି ଏହିଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା ଏବଂ ଆହୁରି ବି ମାନାଯାଏ କି ଏହିଦିନ ମହାଦେବ ସୃଷ୍ଟିରେ ପ୍ରକାଶ ରୂପରେ ପ୍ରକଟ ହୋଇଥିଲେ । ତେବେ ଏଭଳି କିଛି ଉପାୟ ରହିଛି ଯାହା କରିବା ଦ୍ଵାରା ଏହି ଶିବରାତ୍ରିରେ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିଯିବ ।

ଶିବଲିଙ୍ଗ ଉପରେ ଚଢାଉଥିବା ଜଳ ଆପଣ ସବୁବେଳେ ନିଜ ଘରୁ ନେଇକରି ଯାଆନ୍ତୁ ଓ ସେଥିରେ କିଛି ଗଙ୍ଗାଜଳ ମିଶାନ୍ତୁ । ଏହି ଜଳ ଶିବଲିଙ୍ଗରେ ଢାଳିବା ଦ୍ଵାରା ଆପଣ ମହାଦେବଙ୍କ ସହ ଜଡିତ ହୋଇଯାନ୍ତି ଏବଂ ଆପଣଙ୍କର ସବୁ କଷ୍ଟ ଅଭାବ ସେ ଜାଣି ନେଇଥାନ୍ତି । ସେହିପରି ଶିବଙ୍କ ପାଖକୁ ଯିବାବେଳେ ବେଲପତ୍ର ନିଶ୍ଚିତ ଭାବେ ନେଇକରି ଯାଆନ୍ତୁ ଓ ଧଳା ରଙ୍ଗର ଫୁଲ ମଧ୍ୟ ନେଇଯାନ୍ତୁ । ଧଳା ଚନ୍ଦନ ମଧ୍ୟ ଶିବ ମନ୍ଦିରକୁ ନେଇଯାନ୍ତୁ ଏବଂ କ୍ଷୀର ଅର୍ପଣ କରୁଥିଲେ ଗୋମାତାଙ୍କ ଶୁଦ୍ଧ ଦୁଗ୍ଧ ଅର୍ପଣ କରନ୍ତୁ ।

ଆପଣଙ୍କ ମନସ୍କାମନା ପୂରଣ କରିବାକୁ ଚାହୁଁଥିଲେ ଏକ ଡବାରେ ଗୋଲମରିଚ ଭରିକରି ନେଇଯାନ୍ତୁ ଏବଂ ଆଉ ଏକ ଲାଲ କଡପାରେ ଲବଙ୍ଗ ଓ କର୍ପୁର ବାନ୍ଧିକି ପୁଟୁଳି କରି ନେଇଯାନ୍ତୁ । କେବେବି କଳା କିମ୍ବା ସଂପୂର୍ଣ୍ଣ ନୀଳ ରଙ୍ଗର ବସ୍ତ୍ର ପିନ୍ଧି ଶିବଙ୍କ ପାଖକୁ ଯାଆନ୍ତୁ ନାହିଁ । ଶିବଲିଙ୍ଗରେ ପ୍ରଥମେ ଧୀରେ ଧୀରେ ଜଳ ଅର୍ପଣ କରନ୍ତୁ ଓ ଚନ୍ଦନ ଲଗାନ୍ତୁ ।

ଏହାପରେ ତିନିମୁଖୀ ବେଲପତ୍ରରେ ଶ୍ରୀରାମ ଲେଖି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଏବଂ ଧଳା ପୁଷ୍ପ ଅର୍ପଣ କରନ୍ତୁ । ଦୁଦ୍ଘ ଅର୍ପଣ କରିବାକୁ ଚାହୁଁଥିଲେ ଆପଣ କରିପାରିବେ । ଏତିକି କରିବା ପରେ ସେହି ସ୍ଥାନରେ ଠିଆ ହୋଇ 1008/108 ଥର ଓଁ ନମଃ ଶିବାୟ ମନ୍ତ୍ର ଜପ କରିବାକୁ ପଡିବ । ଏହାପରେ ମନ୍ଦିର ବାହାରେ ଥିବା ଶିବହରି ପାଦୁକାରେ ନେଇଥିବା ଗୋଲମରିଚ ଡବା ଓ ଲାଲ ପୁଟୁଳିକୁ ଛୁଆଁନ୍ତୁ ଏବଂ ଶିବଲିଙ୍ଗରେ ମଧ୍ୟ ଛୁଆଁନ୍ତୁ ।

ଶିବଲିଙ୍ଗ ଦେଇ ଝରୁଥିବା ପାଦୁକା ପାଣିରୁ କିଛି ଆପଣ ନେଇଥିବା ଲୋଟାରେ ମଧ୍ୟ ନେଇ ଆସିବେ । ଏହାପରେ ଆପଣ ଘରର ମୁଖ୍ୟଦ୍ଵାର ଏବଂ ଘର ଚାରିପଟେ ଓ ପ୍ରତ୍ଯେକ କୋଠରିରେ ସେହି ପାଣିକୁ ଛିଞ୍ଚନ କରିଦିଅନ୍ତୁ । ଏପରି କରିବା ଦ୍ଵାରା ପୁରା ବର୍ଷ ଆପଣଙ୍କ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନାହିଁ ।

ଆପଣଙ୍କ ଘର ଉପରେ ତନ୍ତ୍ର ମନ୍ତ୍ର ଓ କଳାଜାଦୁ ଆଦିର ପ୍ରଭାବ ମଧ୍ୟ ପଡିବ ନାହିଁ । ଘରୁ ବାସ୍ତୁ ଦୋଷ ସମେତ ଅନ୍ୟ ସମସ୍ତ ଦୋଷ ଦୂର ହେବ ଓ ସକାରାତ୍ମକ ଶକ୍ତି ପ୍ରବେଶ କରିବ । ଗୋଲମରିଚ ଡବାକୁ ପୂଜାଘରେ ରଖିଦିଅନ୍ତୁ ଏବଂ କୌଣସି ବିଶେଷ କାର୍ଯ୍ୟରେ ଯିବାବେଳେ ସେଥିରୁ ଗୋଟେ ଗୋଲମରିଚ ଆଣି ମୁଖ୍ୟଦ୍ଵାରରେ ରଖି ତାକୁ ଡେଇଁକରି ଯାଆନ୍ତୁ ଓ ଗୋଟିଏ ଗୋଲମରିଚ ଖାଇନିଅନ୍ତୁ ।

ଏହାଦ୍ବାରା କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇ ସଫଳତା ମିଳିଥାଏ । ଶିବଲିଙ୍ଗରେ ଛୁଆଁଇ ଆଣିଥିବା ଲାଲ ପୁଟୁଳିକୁ ଆଲମୀରା ବା ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ବାରା ଘରକୁ ପ୍ରଚୁର ଧନର ଆଗମନ ହେବାକୁ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।