କେଉଁ ସ୍ତ୍ରୀ ପାଇଁ ସ୍ଵାମୀ ଧନବାନ ହୁଅନ୍ତି ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

ହିନ୍ଦୁଧର୍ମରେ ବିବାହ ପୂର୍ବରୁ ଝିଅଙ୍କ ଚାଲିଚଳନ ଓ ଶାରୀରିକ ଗଠନ ଉପରେ ବିଶେଷ ଧ୍ୟାନ ଦିଆ ଯାଇଥାଏ । ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ମହିଳା ଭାଗ୍ୟଶାଳୀ ହୋଇଥାନ୍ତି ଓ ତାଙ୍କ ଯୋଗୁଁ ସ୍ଵାମୀଙ୍କ ଭାଗ୍ୟ ମଧ୍ୟ ଫିଟିଥାଏ । ଯେଉଁ ମହିଳାମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି । ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମତୀ ଏବଂ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି ।

ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦରପୂର୍ଣ୍ଣ ସତ୍କାର କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ମହିଳାମାନେ ସକାଳ ଓ ସନ୍ଧ୍ୟାରେ ଘରେ ଦେବୀଦେବତାଙ୍କୁ ଧୂପଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ଗାଲ ଗୋଲ, ସୁନ୍ଦର ଓ ଶିର ଦେଖା ନଯାଏ ସେମାନେ ଦୈବୀ ଗୁଣଯୁକ୍ତ ହୋଇଥାନ୍ତି । ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଓ ମାଂସଳ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି ।

ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ଅଟନ୍ତି । ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ୍ଚା ଥାଏ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି । ଯେଉଁ ମହିଳାଙ୍କ ବେକରେ ତିନୋଟି ରେଖା ପଡିଥାଏ ସେମାନଙ୍କ ସ୍ଵାମୀ ଐଶ୍ଵର୍ଯ୍ୟଶାଳୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବା ଥାଏ ସେମାନେ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି । ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି । ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

ଯେଉଁ ମହିଳାଙ୍କ ପାଟିର ଉପରେ ଷୋହଳଟି ଏବଂ ତଳେ ଷୋହଳଟି କ୍ଷୀର ପରି ସଫା ଦାନ୍ତ ଥାଏ ସେମାନେ ସ୍ଵାମୀଙ୍କ ଅତିପ୍ରିୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ଜିଭ ପତଳା, ଲାଲ ଏବଂ କୋମଳ ହୋଇଥାଏ ସେମାନଙ୍କୁ ଉତ୍ତମ ପତି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଯେଉଁ ମହିଳାମାନେ ହସିବା ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନାହିଁ ସେ ସ୍ଵାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି ।

ଯେଉଁ ମହିଳାଙ୍କ ଆଖି ହରିଣ ପରି, ଡୋଳା କଳା ଓ ଆଖିପତାରେ ଛୋଟ କଳା ଛୁଟି ଥାଏ ସେମାନେ ଶୁଭ ହୋଇଥାନ୍ତି । ଯେଉଁ ମହିଳାଙ୍କ ହାତ କୋମଳ, ଲୋମ ନଥାଏ ଓ କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖଭୋଗ କରନ୍ତି । ଯେଉଁ ମହିଳାଙ୍କ ବାମ ହାତରେ, ବେକରେ, ଗାଳରେ, ଓଠରେ ଓ କାନରେ ତିଳ ଚିହ୍ନ ଥାଏ ସେମାନେ ମଧ୍ୟ ଖୁବ ସୁଖଭୋଗ କରିଥାନ୍ତି ।

ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ, ପତାକା, ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।