କେଉଁ ସମୟରେ ଶୋଇଲେ ଦୁର୍ଭାଗ୍ୟ ମାଡି ଆସିଥାଏ ? ହଁ ବନ୍ଧୁଗଣ ଶୋଇବା ଆମ ଶରୀର ପାଇଁ ନିହାତି ଭାବେ ଆବଶ୍ୟକ ହୋଇଥାଏ । ଦିନକୁ 7 ରୁ ରୁ 8 ଘଣ୍ଟା ଶୋଇବା ଦରକାର ବୋଲି ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି । ତେବେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ? ଶାସ୍ତ୍ର ଅନୁସାରେ କେଉଁ ସମୟରେ ଶୋଇଲେ ବ୍ୟକ୍ତି ପାଖକୁ ଦୁର୍ଭାଗ୍ୟ ମାଡି ଆସିଥାଏ । ତେବେ ଆଜି ଏହି ସମ୍ପର୍କରେ ଏଠାରେ ଆଲୋଚନା କରିବା ।
ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଦିନରେ ଶୋଇବାକୁ ଶୁଭ ମାନାଯାଇନଥାଏ । କାରଣ ଯେଉଁ ବ୍ୟକ୍ତି ଦିନ ସମୟରେ ଶୋଇ ଥାଏ । ସେହି ବ୍ୟକ୍ତିକୁ ଦେବୀଦେବତାଙ୍କର ଆଶ୍ରୀବାଦ ମିଳିପାରିନଥାଏ । ତେଣୁ ଦିନର କେଉଁ ସବୁ ସମୟରେ ଶୋଇ ରହିବା ଅନୁଚିତ ଏଠାରେ ଜାଣନ୍ତୁ ।
1- ସୁର୍ଜ୍ୟୋଦୟ ପରେ ଶୋଇ ରହିବା ଉଚିତ ନୁହେଁ । ସକାଳୁ ସୂର୍ଯ୍ୟ ଉଦୟ ହୋଇଯିବା ପରେ ଶୋଇବା ଅନୁଚିତ । ସୂର୍ଯ୍ୟ ଉଦୟ ଉଦୟ ହେବ ଆଗରୁ ଯେଉଁ ବ୍ୟକ୍ତି ବିଛଣା ତ୍ୟାଗ କରିଥାଏ । ସେହି ବ୍ୟକ୍ତିର ସ୍ଵାସ୍ଥବସ୍ତା ବହୁତ ଉନ୍ନତମାନର ରହିଥାଏ । ବିଳମ୍ବ ପର୍ଯ୍ୟନ୍ତ ବିଛଣାରେ ଶୋଇ ରହୁଥିବା ଲୋକମାନେ ବିଭିନ୍ନ ପ୍ରକାର ବେମାରୀରେ ପୀଡିତ ହୋଇଥାନ୍ତି ।
2- ବହୁତ ଲୋକଙ୍କ ଖରା ବେଳେ ଖାଇ ସାରି ଶୋଇବାର ଅଭ୍ଯାସ ରହିଥାଏ । ହେଲେ ଖରାବେଳେ ଖାଇବା ପରେ ଶୋଇବା ଅନୁଚିତ । କାରଣ ଏହା କରିବା ଦ୍ଵାରା ପାଚନ କ୍ରିୟା ମନ୍ଥର ହୋଇଯାଇଥାଏ । ଖାଦ୍ୟ ମଧ୍ୟ ଠିକ ଭାବେ ହଜମ ହୋଇନଥାଏ । ତେଣୁ କୋଷ୍ଠକାଠିନ୍ଯ ଓ ଗ୍ଯାସ ଭଳି ପେଟ ରୋଗରେ ପୀଡିତ ହେବାକୁ ପଡିଥାଏ । ଏଥିସହ ଅଯଥା ଓଜନ ମଧ୍ୟ ବଢି ମୋଟାପଣ ଆସିଥାଏ ।
3- ସୂର୍ଯ୍ୟ ଅସ୍ତ ହେଉଥିବା ସମୟରେ ମଶୀ ଶୋଇବାକୁ ବାରାଁ କରାଯାଇଛି । ଏହି ସମୟରେ ଦେବାଦେବୀ ମାନେ ପୃଥିବୀ ପୃଷ୍ଠରେ ଭ୍ରମଣ କରିବାକୁ ଆସିଥାନ୍ତି । ତେଣୁ ଏହି ସମୟରେ ଯେଉଁ ବ୍ୟକ୍ତି ଶୋଇ ଅହିଥାଏ । ସେହି ବ୍ୟକ୍ତିର ଭାଗ୍ୟ ମଧ୍ୟ ସବୁଦିନ ପାଇଁ ଶୋଇଯାଇଥାଏ । କାରଣ ସେଭଳି ଲୋକଙ୍କ ଉପରେ ଦେବାଦେବୀଙ୍କ କୃପା ମିଳିପାରିନଥାଏ । ସନ୍ଧ୍ଯା ସମୟରେ ପୂଜାପାଠ ଓ ପ୍ରାଥନା କରିବାର ସବୁଠାରୁ ଭଲ ସମୟ ହୋଇଥାଏ । ତେଣୁ ଏହି ସମୟରେ ଶୋଇବା ଦ୍ଵାରା ବ୍ୟକ୍ତିର କ୍ଷତି ହୋଇଥାଏ ।
ବନ୍ଧୁଗଣ ଛୋଟ ପିଲା, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଲୋକ ମାନେ ଦିନ ସମୟ ରେ ଶୋଇପରିବେ । ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ନିହାତି ଭାବେ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ