କେଉଁ ପତ୍ର ଗଣେଶଙ୍କୁ ଅର୍ପଣ କଲେ ତୀକ୍ଷଣ ବୁଦ୍ଧି ପ୍ରାପ୍ତ ହୋଇଥାଏ ? ଏହାସହ ଜାଣନ୍ତୁ ଶାସ୍ତ୍ର ଲିଖିତ ଆହୁରି 20+ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, କୁହାଯାଏ ବୁଦ୍ଧି ବଳରେ କାମ ସହଜ ହୋଇଥାଏ । ଏହା ସତ୍ୟ କାରଣ ବୁଦ୍ଧି ହିଁ କାମଟିକୁ ସହଜ ଉପାୟରେ ପୁରା ହେବାର ରାସ୍ତା ଖୋଜି ଦେଇଥାଏ । ତେବେ ବୁଦ୍ଧି ତ ଭଗବାନଙ୍କ ଦାନ ହୋଇଥାଏ । ନିଜର ବୁଦ୍ଧି ଶକ୍ତିକୁ ପ୍ରଖର କରିବା ପାଇଁ ଭଗବାନଙ୍କ କୃପା ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ଭଗବାନ ଗଣେଶଙ୍କୁ ଆପଣ କେଉଁ ପତ୍ର ଅର୍ପଣ କରିବା ଫଳରେ ଆପଣଙ୍କ ବୁଦ୍ଧି  ତୀକ୍ଷଣ ହୋଇଥାଏ । ଏହା ସହିତ ଆପଣମାନଙ୍କୁ କିଛି ଅନୁଚିନ୍ତା ମଧ୍ୟ ଜଣାଇବାକୁ ଯାଉଛୁ ଆମ୍ଭେମାନେ ।

ପ୍ରଥମ: ସକାଳୁ ସ୍ନାନ କରିବା ପରେ ଶୁଦ୍ଧ ଜଳରେ ଗଙ୍ଗା ଜଳ,କଞ୍ଚା କ୍ଷୀର, ମହୁ ଚାଉଳ ଏବଂ ଫୁଲ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ । ଦିତୀୟ: ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ପ୍ରଦାନ କରିବା ଦ୍ଵାରା କେବେ ମଧ୍ୟ ଦାରିଦ୍ରତା ଏବଂ ଦୁଃଖ ଆସିନଥାଏ ଜୀବନରେ ।

ତୃତୀୟ: ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଚତୁର୍ଥ: ପୂଜା ସରିବା ପରେ ନଡିଆକୁ କେବଳ ପୁରୁଷ ଭାଙ୍ଗିବା ଉଚିତ ଏହା ମଙ୍ଗଳକାରୀ ହୋଇଥାଏ । ପଞ୍ଚମ: ଶଙ୍ଖ ମଧ୍ୟରେ ଜଳ ରଖି ସେହି ଜଳକୁ ଚତୁର୍ପାର୍ଶ୍ୱରେ ଛିଞ୍ଚିବା ଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ ।

ଷଷ୍ଠ: ଠାକୁର ପୂଜା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସେ ତେବେ ଏହା ମନରୁ ଖରାପ ଭାବନା ଦୂର ହେବା ସହ ଆତ୍ମ ଶୁଦ୍ଧି ହେବାର ସଙ୍କେତ ହୋଇଥାଏ । ସପ୍ତମ: ଠାକୁର ପୂଜା ସମୟରେ ଦୀପ ଲିଭିବା କିମ୍ବା ଦୀପ ଲିଭାଇବା ଅନୁଚିତ ତେଣୁ ଦୀପ ନ ଲିଭିବା ପ୍ରତି ଧ୍ୟାନ ରଖିବା ଜରୁରୀ । କାରଣ ଏହା ଏକ ଅଶୁଭ ସଙ୍କେତ ଅଟେ ।

ଅଷ୍ଟମ: ଘିଅ ଦୀପ ଜଳାଇବା ସମୟରେ ଦୀପରେ ଧଳା ରଙ୍ଗର ବତୀ ବ୍ୟବହାର କରିବା ଉଚିତ । ଏବଂ ତେଲର ଦୀପରେ ଲାଲ ରଙ୍ଗର ବତୀ ବ୍ୟବହାର କରିବା ମଙ୍ଗଳକାରୀ ହୋଇଥାଏ । ନବମ: ତୁକାର ପୂଜାରେ ଭାଙ୍ଗିଯାଇଥିବା ଦୀପ ଜଳାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଦଶମ: ଠାକୁର ପୂଜା ସମୟରେ ହାଇ ମାରିବା ଏବଂ ନିଦ ଲାଗିବା ଅନୁଚିତ କାରଣ ଏହା ଅଶୁଭ ଅଟେ । ଏବଂ ଆପଣ କରୁଥିବା ପୂଜାର ଫଳ ପ୍ରାପ୍ତ ହୋଇନଥାଏ ।

ଏଗାର: ବୁଧବାର ଦିନ ଶନିଙ୍କୁ ସାମି ପତ୍ର ଅର୍ପଣ କରିବା ଦ୍ଵାରା ଆପଣଙ୍କୁ ତୀକ୍ଷଣ ବୁଦ୍ଧି ପ୍ରାପ୍ତ ହୋଇଥାଏ । ଧ୍ୟାନ ରଖିବେ ଭଗବାନ ଗଣେଶଙ୍କୁ ତୁଲସୀ ପତ୍ର ଅର୍ପଣ କରିବା ଉଚିତ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।