କେଉଁ କାରଣ ପାଇଁ କୃଷ୍ଣ ଙ୍କ ସହିତ ହୋଇ ପାରିଲା ନାହିଁ ରାଧାଙ୍କର ବିବାହ

ଯେତେବେଳ କୃଷ୍ଣଙ୍କର ନାମ ନିଆଯାଏ ସେତେବେଳେ ରାଧାଙ୍କର ନାମ ମଧ୍ୟ ନିଆଯାଏ । ଶ୍ରୀ କୃଷ୍ଣଙ୍କର ଭକ୍ତ ମାନେ ରାଧେ କୃଷ୍ଣ ନାମରେ ଜପ କରିଥାନ୍ତି । ଏଇ ଦୁଇଟି ଶବ୍ଦ ଯାହାକି ଜଣେ ଅନ୍ୟ ଜଣଙ୍କ ପାଇଁ ହୋଇଛି । ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ । ସେତେବେଳେ କଣ ହୋଇଥିଲା ଯେତେବେଳେ ରାଧାକୁ ଛାଡିକି ଯିବାକୁ ପଡିଥିଲା ଭଗବାନ କୃଷ୍ଣଙ୍କୁ । ବୀନା କୃଷ୍ଣରେ ରାଧା କିପରି ରହିଥିଲେ । ଏହି ପ୍ରଶ୍ନ ମନରେ ବ୍ୟାକୁଳତା ସୃଷ୍ଟି କରିଦେଇଥାଏ । ଆଜି ଆମେ ରାଧାଙ୍କ ଜୀବନ ବିଷୟରେ ଜାଣିବା ଯାହାକି ବହୁତ ଲୋକଙ୍କୁ ଜଣା ନ ଥିବ ।

କୃଷ୍ଣରୁ ରାଧା ଓ ରାଧରୁ କୃଷ୍ଣ କେହି ଅଲଗା କରିପାରିବେ ନାହିଁ । ଆମେ ସମସ୍ତେ ଜାଣିଛୁ ଯେ କୃଷ୍ଣ ବାଲ୍ୟକାଳ ବୃନ୍ଦାବନରେ ବିତେଇଛନ୍ତି ।ତାଙ୍କର ନଟ ଖଟିଆ ଲୀଳା ଦ୍ଵାରା ସମସ୍ତଙ୍କୁ ମୋହିତ କରିଦିଅନ୍ତି । ବହୁତ ଲୋକଙ୍କୁ ଚିନ୍ତାରେ ମଧ୍ୟ ପକେଇଦେଇଥାନ୍ତି । କୃଷ୍ଣଙ୍କ ସହିତ ବୃନ୍ଦାବନ ରେ ଖୁସି ଥିଲା ।

ନିଜର ବଂଶୀ ଧ୍ୱନିରେ ଅନେକ ଲୋକଙ୍କର ମନକୁ ଜିତି ପାରିଥିଲେ । କିନ୍ତୁ ତାଙ୍କ ବଂଶୀରେ କିଏ ମୋହିତ ଥିଲେ ତ ସେ ହେଉଛନ୍ତି ରାଧା । କୃଷ୍ଣ ରାଧାଙ୍କୁ ବହୁତ ଭଲ ପାଉଥିଲେ । ରାଧା କୃଷ୍ଣଙ୍କର ଠାରୁ ୫ ବର୍ଷ ବଡ ଥିଲେ । କିନ୍ତୁ ଏହାର ଫରକ ରାଧାଙ୍କୁ ଥିଲା ନା କୃଷ୍ଣକୁ ଥିଲା ।

ରାଧା ବୃନ୍ଦାବନ ଠାରୁ କିଛି ଦୂରରେ ଗୋଟେ ରେପଲି ନାମକ ଗ୍ରାମରେ ରହୁଥିଲେ । କିନ୍ତୁ କୃଷ୍ଣଙ୍କର ମଧୁର ବଂଶୀ ଶବ୍ଦରେ ତାଙ୍କ ଆଡକୁ ମୋହିତ ହୋଇଯାଉଥିଲେ । କୃଷ୍ଣଙ୍କର ଜୀବନ ସାଧାରଣ ନ ଥିଲା । କୃଷ୍ଣ ତାଙ୍କ ମାମୁ କଂସଙ୍କ ନିମନ୍ତ୍ରଣ ସ୍ଵୀକାର କରି  ବୃନ୍ଦାବନ ଛାଡି ମଥୁରା ଯିବାକୁ ପଡିଥିଲା ଯାହା ଦ୍ଵାରା ବୃନ୍ଦାବନରେ ଦୁଖର ଛାୟା ଖେଳିଗଲା । କୃଷ୍ଣଙ୍କର ଗୋପୀମାନେ ବହୁତ ଦୁଖରେ ଥିଲେ । କିନ୍ତୁ କୃଷ୍ଣଙ୍କୁ ରାଧାଙ୍କ ଚିନ୍ତା ଥିଲା ।

ଯିବା ପୂର୍ବରୁ କୃଷ୍ଣ ରଧାଙ୍କ ସହ ଦେଖା କରିବା ସମୟରେ ନା ରାଧା କିଛି କହିଲେ ନା କୃଷ୍ଣ କିଛି କହିଲେ । ତାପରେ କୃଷ୍ଣ ଗୋପୀ ଓ ରାଧାଙ୍କଠାରୁ ଅନୁମତି ନେଇ ବୃନ୍ଦାବନ ଛାଡି ପଳେଇଲେ ।  ଏହାପରେ ବୃନ୍ଦାବନରେ ସୁନ ସାନ ଖେଳିଗଲା । ସମସ୍ତେ କୃଷ୍ଣଙ୍କ ବିଛେଦରେ ଦୁଖରେ ଭାଙ୍ଗିପଡିଥିଲେ ।  କିନ୍ତୁ ରାଧାଙ୍କର କିଛି ହେଲା ନାହିଁ । ତାଙ୍କ ଦୃଷ୍ଟିରେ କୃଷ୍ଣ କେବେ ହେଲେ ତାଙ୍କ ଠାରୁ ଅଲଗା ହୋଇଥିଲେ । କୃଷ୍ଣକର ଯିବା ପରେ ରାଧା କେବେଳ ତାଙ୍କୁ ହିଁ ଭାବୁଥିଲେ ।

 

ଏହି ସମୟ ଅନ୍ତରାଳରେ ରାଧାଙ୍କର ବିବାହ ହୋଇଗଲା । ବିବାହ ପରେ ରାଧା ନିଜ ସନ୍ତାନ ଓ ଗୃହସ୍ଥିରେ ଜୀବନ ବିତେଇ ଦେଲେ । ଦିନ ପରେ ଦିନ ବିତିଗଲା ରାଧା ବୃଦ୍ଧ ହୋଇଗଲେ । ରାଧା ଥରେ ଚୁପ ଚାପ ଘରୁ ବାହାରିଲେ  ଓ ବୁଲି ବୁଲି ଦ୍ଵାରିକା ନଗରରେ ପହଞ୍ଚିଗଲେ । ସେ ପ୍ରଥମେ କୃଷ୍ଣଙ୍କୁ ଦେଖା କରିବା ପାଇଁ ଇଚ୍ଛା କରିଥିଲେ ପରନ୍ତୁ କୃଷ୍ଣ ବହୁତ ଲୋଙ୍କ ମଧ୍ୟରେ ଘେରି ହୋଇ ରହି ଥିଲେ । କୃଷ୍ଣ ଯେତେବେଳେ ରାଧାଙ୍କୁ ଦେଖିଲେ ତାଙ୍କର ଖୁଶିର ଠିକଣା ରହିଲା ନାହିଁ ।

ଦୁଇଜଣଙ୍କ ମଧ୍ୟରେ କୌଣସି ବାର୍ତାଳାପ ହେଲା ନାହିଁ । ରାଧାଙ୍କୁ ସେଠାରେ କେହି ଜାଣିନଥିଲେ । ରାଧାଙ୍କର ଅନୁମତିରେ କୃଷ୍ଣ ଦ୍ଵାରିକା ନଗରୀରେ ଜଣେ ଦେବିକ ରୂପରେ ରାଧାଙ୍କୁ ରଖିଲେ । ରାଧା ମହଲର ସବୁ କାର୍ଯ୍ୟଗୁଡିକ ଦେଖା ଦେଖି କଲେ । ସମୟ ମିଳିଲେ କୃଷ୍ଣଙ୍କୁ ହିଁ କେବଳ ଦେଖିଥାଆନ୍ତି । ତାଙ୍କ ମନରେ କେବେଳ ଡର ଥିଲ କି ପୁଣି ତାଙ୍କୁ କୃଷ୍ଣଙ୍କ ଠାରୁ ଦୂରେଇ ଯିବାକୁ ହୁଏ ତେବେ ସେ କଣ କରିବେ ।  ରାଧା ବୃଦ୍ଧା ହୋଇଯିବାରୁ ସେ ନଗରକୁ ଛାଡି ଦୂରକୁ ପଳେଇଗଲେ ।

ସେ ଗୋଟେ ବନରେ ଏକୁଟିଆ ଥିଲେ ସେତେବେଳେ ସେ ଭାବୁଥିଲେ ଯେ କୃଷ୍ଣ ମୋ ପାଖରେ ଆସନ୍ତୁ । ଆପଣ ତ ଜାଣିଛନ୍ତି ଯେ କୃଷ୍ଣ ହେଉଛନ୍ତି ଭଗବାନ ସେ ସମସ୍ତଙ୍କର ମନର କଥାକୁ ପଢିନେଇପାରନ୍ତି  । ଯେତେବେଳେ ତାଙ୍କର ମନକୁ ଆସିଲା ସେ ତାଙ୍କ ଭକ୍ତଙ୍କ ନିକଟରେ ପ୍ରକଟ ହୋଇଗଲେ । ସେହିପରି ରାଧା କୃଷ୍ଣଙ୍କୁ ତାଙ୍କ ସାମନାରେ ଦେଖିକି ସେ ଖୁସି ହୋଇଗଲେ । ରାଧା ଏହି ସମୟରେ କୃଷ୍ଣଙ୍କୁ ବଂଶୀ ବାଦନ କରିବା ପାଇଁ ଅନୁରୋଧ କଲେ ରାଧା ଏହି ବଂଶୀ ବାଦନ ଶୁଣିବା ବେଳେ ନିଜ ଦେହ ତ୍ୟାଗ କରିଦେଲେ । ସେହି ଦିନଠାରୁ କୃଷ୍ଣ ବଂଶୀ ବଜାଇବା ଛାଡି ଦେଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।