କେଉଁ ଦୀପ ଲକ୍ଷ୍ମୀଙ୍କ ପାଖରେ ଜଳାଇବା ଦିନଠାରୁ ଧନଲାଭ ହୋଇଥାଏ… Sadhu Vani

1- ଘରେ ଯଦି ଉନ୍ନତି ବାଧାପ୍ରାପ୍ତ ହେଉଥାଏ । ତେବେ ଶନିବାର ଦିନ ନଦୀର ଜଳରେ ନଡିଆ ପ୍ରବାହିତ କରିବା ଦ୍ଵାରା ପରିବାର ଲୋକଙ୍କର ପ୍ରଗତି ହେବା ସହିତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । 2- ଯଦି ଧାର କରଜ ଦିନକୁ ଦିନ ବୃଦ୍ଧି ହେଉଥାଏ । ତେବେ ପ୍ରତ୍ଯେକ ଦିନ କାଉକୁ ରୁଟି ଖାଇବାକୁ ଦେବା ଦ୍ଵାରା ଧାର କରଜ ଧୀରେ ଧୀରେ ଦୂର ହୋଇଯାଇଥାଏ ।

3- ଯେଉଁ ବ୍ୟକ୍ତିକୁ ଭାଗ୍ୟ ସାଥ୍ ଦେଉନଥାଏ । ତେବେ ସେହି ବ୍ୟକ୍ତି ମନ୍ଦିରରେ ଗରିବ ଲୋକଙ୍କୁ ଅର୍ଣ୍ଣ ଦାନ କରିବା ଦ୍ଵାରା ଭାଗ୍ୟ ଅନୁକୂଳ ହୋଇଯାଇଥାଏ । ଏଥିଦ୍ଵାରା ଅଟକି ରହିଥିବା ଧନ ମଧ୍ୟ ପାଖକୁ ଆସିଥାଏ । 4- ଯେଉଁ ଘରେ ଅତ୍ୟଧିକ ଧନ ସମସ୍ଯା ଦେଖାଦେଇଥାଏ । ତେବେ ଖାଦ୍ୟ ଖାଇବା ପୂର୍ବରୁ କିଛି ଖାଦ୍ୟ ଗାଈ, କୁକୁର ଏବଂ କାଉକୁ ଦେବା ଉଚିତ । ଏଥିଦ୍ବାରା ଧନ ସମ୍ପର୍କିତ ସମସ୍ଯା ଦୂର ହେବାକୁ ଲାଗିଥାଏ ।

5- ଶନିବାର ଦିନ ସନ୍ଧ୍ୟା ସମୟରେ ଓସ୍ତଗଛ ମୂଳରେ ଦୀପ ଜଳାଇବା ଦ୍ଵାରା ଶୁଭ ହୋଇବା ସହ ଧନ ଲାଭ ହୋଇଥାଏ ।

6- ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିବା ଦ୍ଵାରା ଶୁଭ ହୋଇଥାଏ । ଏଥିଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ପରିବାର ଲୋକଙ୍କର ମଧ୍ୟ ଅନେକ ଉନ୍ନତି ହୋଇଥାଏ ।

7- ମୁହଁରେ କେବେବି କଟୁ ବଚନ କିମ୍ବା ଗାଳି ଗୁଲଜ କରିବା ଉଚିତ ନୁହେଁ । କିମ୍ବା ଘରେ ମଧ୍ୟ କଳି ଝଗଡା କରିବା ଅନୁଚିତ । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାୟୀ ଭାବେ ରହିପାରିବ ।

8- ଘରେ ଯଦି ପାହାଚ ଅର୍ଥାତ ସିଡି ଭୁଲ ଦିଗରେ ରହିଥାଏ । ତେବେ ବାସ୍ତୁ ଦୋଷ ଦୂର କରିବା ପାଇଁ ସେଠାରେ କର୍ପୁର ରଖିବା ଦ୍ଵାରା ବାସ୍ତୁଦୋଷ ଦୂର ହୋଇବା ସହ ମଙ୍ଗଳ ହୋଇଥାଏ ।

9- ଶନିବାର ଦିନ କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେଲେ । ବ୍ୟକ୍ତିର କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ଶୀଘ୍ର ମିଳିଯାଇଥାଏ ।

10- ମନ୍ଦିରରେ ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ 9 ଟି ବତୀ ଥିବା ଘିଅ ଦୀପ ଜଳାଇବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ । ଏହି ଦୀପ ଜଳାଇବା ଦିନ ଠାରୁ ଧନଲାଭ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।