କେଉଁ ବାର ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ

ବିଭିନ୍ନ ବାରରେ ଜନ୍ମ ହୋଇଥିବା ଜାତକ ବା ମନୁଷ୍ୟଙ୍କର ଭିନ୍ନ ଭିନ୍ନ ପ୍ରକାରର ଚାଲି, ଚଳନ, ଆଚାର ବ୍ୟବହାର, ବିଦ୍ୟା, ବୁଦ୍ଧି, ଜ୍ଞାନୀ, ପଣ୍ଡିତ, କ୍ରୋଦ୍ଧି ହୋଇଥିବାର ଜଣାଯାଏ । କେଉଁ ବାରରେ ଜନ୍ମ ହେଲେ ସେହି ବ୍ୟକ୍ତି କେଉଁ ପ୍ରକାରର ହୋଇଥିବ ଆସନ୍ତୁ ଜାଣିବା ।

୧. ରବିବାର

ରବିବାରରେ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାଏ ସେ ଅଭିମାନୀ, କ୍ରୋଦ୍ଧି, କାମାତୁର, ରୀତି କ୍ରୀଡାରେ ପାରଙ୍ଗମ, ମିଷ୍ଟ ଭାଷାରେ ସମସ୍ତଙ୍କୁ ମୁଗ୍ଧ କରିବା ସହିତ ଭ୍ରମଣପ୍ରିୟ, ଧାର୍ମିକ ହୋଇଥାଏ ।

୨. ସୋମବାର

ଯେଉଁ ବ୍ୟକ୍ତି ସୋମବାରରେ ଜନ୍ମ ହୋଇଥାଏ ସେ ଅଳସୁଆ, ଧୀର ନୀତି, ପ୍ରିୟ ଭାଷା, ଭୋଗବିଳାସୀ ରୀତି କାର୍ଯ୍ୟରେ ଉତ୍ତେଜିତ, ନ୍ୟାୟପରାୟଣ ତଥା ଶାନ୍ତଶୀଳ ସ୍ଵଭାବର ହୋଇଥାନ୍ତି ।

୩. ମଙ୍ଗଳବାର

ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ସାହସୀ, ଚଞ୍ଚଳମତୀ, ଶତୃ ବିରୋଧୀ, ବୁଦ୍ଧିବନ୍ତ, ବିଦ୍ୟାପ୍ରବୀଣ, କାର୍ଯ୍ୟ କରିବାରେ କୌଶଳୀ, ରୀତି ସୁଖରେ ସୁଖୀ ତଥା ଚିନ୍ତାଶୀଳ ହୋଇଥାନ୍ତି ।

୪. ବୁଧବାର

ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଗଭୀର ଚିନ୍ତାରେ ଚିନ୍ତାଶୀଳ, ନ୍ୟାୟବନ୍ତ, ଗୁଣୀ, ଅତି ଚତୁର, କର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗବିଳାସ ପ୍ରିୟ, ଅନେକ ସ୍ତ୍ରୀ ସହିତ ସମ୍ପର୍କ ରଖିଥାନ୍ତି ।

୫. ଗୁରୁବାର

ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ହୋଇଥାନ୍ତି ସେହି ବ୍ୟକ୍ତି ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ଶାସ୍ତ୍ର ଧାର୍ମିକ, କ୍ଷମାବନ୍ତ ଆଦି ମଧ୍ୟ ଅଟନ୍ତି ।

୬. ଶୁକ୍ରବାର

ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ନୀତି ନିୟମକୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି । ସେ ପରୋପକାରୀ, ଭ୍ରମଣ ପ୍ରିୟ ଓ କାମ ବିଳାସୀ ହୋଇଥାନ୍ତି ।

୭. ଶନିବାର

ଯେଉଁ ବ୍ୟକ୍ତି ଶନିବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ଚଞ୍ଚଳଗତି, ବହୁତ ଅହଙ୍କାରୀ, ତାମସିକ ବିଦ୍ୟାରେ ପ୍ରବୀଣ, ପର ଧନରେ ଲୋଭି ହୋଇଥାନ୍ତି ।